ଓଡିଶା

odisha

ମାନୁନାହାନ୍ତି ଘରୋଇ ସ୍କୁଲ; ଏନସିଆରଟି ବହି ନ ପଢ଼େଇବା, 13% ଫି ବୃଦ୍ଧି ପଡ଼ିଲା ମହଙ୍ଗା

By

Published : Jul 13, 2023, 10:41 PM IST

ମାନୁନାହାନ୍ତି ଘରୋଇ ସ୍କୁଲ । ଏନସିଆରଟି ବହି ନ ପଢ଼େଇବା ସହ 13% ଫି ବୃଦ୍ଧି କରିବା ପଡ଼ିଲା ମହଙ୍ଗା । ଅଧିକ ପଢ଼ନ୍ତୁ

ମାନୁନାହାନ୍ତି ଘରୋଇ ସ୍କୁଲ
ମାନୁନାହାନ୍ତି ଘରୋଇ ସ୍କୁଲ


ଭୁବନେଶ୍ବର: ସରକାରଙ୍କ ନିୟମକୁ ଘରୋଇ ସ୍କୁଲଙ୍କ ଫୁ । ସରକାରଙ୍କ ନିର୍ଦ୍ଧାରିତ ନିୟମକୁ ଭାଙ୍ଗି କରୁଛନ୍ତି ମନମାନୀ । କେତେବେଳେ ମନ ଇଚ୍ଛା ବହିର ଦର ବାଢାଉଛନ୍ତି ତ ଆଉ କେତେବେଳେ ଫି ବୃଦ୍ଧି କରୁଛନ୍ତି । ପିଲାଙ୍କ ସମେତ ଅଭିଭାବକଙ୍କ ଉପରେ ଲଦି ଦିଆଯାଉଛି ଫି ବୃଦ୍ଧିର ଭାର । ଏହାକୁ ନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ଆଖି ଦୃଷ୍ଟିଆ କାର୍ଯ୍ୟନୁଷ୍ଠାନ ହେଉ ନଥିବା ଅଭିଯୋଗ କରିଛନ୍ତି ଅଭିଭାବକ ।

ଢେଙ୍କାନାଳର ଏକ ଘରୋଇ ସ୍କୁଲ ଦୀର୍ଘ ଦିନ ଧରି ସରକାରଙ୍କ ନିୟମ ବିରୁଦ୍ଧରେ କାଯ୍ୟ କରିଆସୁଅଛି । ବିଶେଷ କରି ଶିକ୍ଷା ଅଧିକାର ଆଇନ୍ 2009ର 29 ଧାରା ଅନୁଯାୟୀ ପ୍ରଥମରୁ ଅଷ୍ଟମ ପଯ୍ୟନ୍ତ ଏନ୍ ସି ଆର ଟି ବହିରେ ପାଠ ପଢେଇବା ପାଇଁ ବାଧ୍ୟତାମୂଳକ ଭାବେ କରାଯାଇଛି । ହେଲେ ସ୍କୁଲ ଅର୍ଥ ଲୋଭରେ ଏନ.ସି.ଆର.ଟି ବହି ନ ପଢ଼େଇ ଅନେକ ବହି ଚଢା ଟଙ୍କାରେ ବିକ୍ରି କରୁଥିବା ବାରମ୍ବାର ଅଭିଯୋଗ ହେଉଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ତଦନ୍ତ କରିବାକୁ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

ତଦନ୍ତ ପରେ ଜଣାପଡିଛି ଯେ, ସ୍କୁଲ ସବୁ ନିୟମ ଭାଙ୍ଗି ଅଭିଭାବକମାନଙ୍କୁ ବେସରକାରୀ ବହି ବିକିଛି, 13% ସ୍କୁଲ ଫି 2021-22 ବର୍ଷ ଫି ଉପରେ ବଢ଼େଇଛି । 7100 ଟଙ୍କା ରିଆଡ଼ମିସନ ନାମରେ ଅର୍ଥ ଆଦାୟ କରିଛି । ତେବେ ଏକ ବୈଠକରେ ଆଲୋଚନା ହୋଇଛି ଯେ, ସ୍କୁଲକୁ ସଂପୂର୍ଣ୍ଣ ଭାବରେ ସରକାରଙ୍କ ନିୟମକୁ ମାନିବାକୁ ପଡିବ। ଯଥାଶୀଘ୍ର ଏହାକୁ ମାନି ଏକ ରିପୋର୍ଟ ଦେବାପାଇଁ ସ୍କୁଲକୁ ନିର୍ଦ୍ଦେଶ ଦେଇଛନ୍ତି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ । ଯଦି ସରକାରଙ୍କ ନିୟମକୁ ମାନିଲେ କି ନାହିଁ ଏକ ରିପୋର୍ଟ ଜିଲ୍ଲା ଶିକ୍ଷା ଅଧିକାରୀ ତୁରନ୍ତ ପ୍ରଦାନ କରିବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ରାଜ୍ୟରେ ଅସହ୍ୟ ତାତି, ସ୍କୁଲ ସମୟ ସକାଳୁଆ କରାଯାଉ: ଓଷ୍ଟା

ସୂଚନା ଅନୁଯାୟୀ, ସରକାରୀ ନିୟମ ଆଧାରରେ 8% ଫି ଆଦାୟ କରିବା ଆବଶ୍ୟକ । କିନ୍ତୁ ଏହି ଘରୋଇ ସ୍କୁଲ ଏହା ଉପରେ 20% ବଢ଼େଇଥିଲା । ତେବେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ତୁରନ୍ତ ଏହାକୁ ଲାଗୁ କରି ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି । ଯଦି ସ୍କୁଲ ନ ମାନିବ ସ୍କୁଲର COR ଓ NOC ପ୍ରତ୍ୟାହାର କରାଯିବ ବୋଲି କହିଛନ୍ତି ଅଭିଭାବକ ମହାସଂଘର ଅଧ୍ଯକ୍ଷ ବାସୁଦେବ ଭଟ୍ଟ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details