ଭୁବନେଶ୍ୱର:ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ବିସ୍ଫୋରଣ ଘଟଣାରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଦ୍ବାରା ବିସ୍ଫୋରଣରେ ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିଚୟ ଭୁଲ ଦେଇଥିବା ଜଣାପଡିଛି । ଜୀବିତ ବ୍ୟକ୍ତିଙ୍କୁ ମୃତ ଘୋଷଣା କରି ଏବେ ଅଡୁଆରେ ହସ୍ପିଟାଲ କର୍ତ୍ତୃୃପକ୍ଷ । ହସ୍ପିଟାଲ ପକ୍ଷରୁ ମୃତ ଜ୍ୟୋତିରଞ୍ଜନ ମଲ୍ଲିକଙ୍କ ସ୍ଥାନରେ ଦିଲ୍ଲୀପ ସାମନ୍ତରାୟଙ୍କୁ ମୃତ ବୋଲି ଘୋଷଣା କରାଯାଇଥିଲା । ଦିଲ୍ଲୀପଙ୍କ ମୃତ୍ୟୁ ଖବର ଶୁଣିବାର ଗୋଟିଏ ଦିନ ପରେ ତାଙ୍କ ପତ୍ନୀ ଜୀବନ ହାରି ଦେଇଥିଲେ ।
ଶୁକ୍ରବାର ଦିନ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ବିସ୍ଫୋରଣ ଘଟଣାକୁ ନେଇ ଏବେ ଅଡ଼ୁଆରେ ହସ୍ପିଟାଲ କର୍ତ୍ତୃପକ୍ଷ । ବିସ୍ଫୋରଣରେ 4 ଜଣ ଆହତ ହୋଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଗତ 31 ତାରିଖରେ ଦିଲ୍ଲୀପ ସାମନ୍ତରାୟଙ୍କର ମୃତ୍ୟୁ ହୋଇଥିବା, ଘୋଷଣା କରିଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ପତ୍ନୀ ଜୀବନ ହାରି ଦେଇଥିଲେ । ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା ।
କିନ୍ତୁ ବର୍ତ୍ତମାନ ଦିଲ୍ଲୀପ ଜୀବିତ ଥିବା ଜଣାପଡିଛି । ଭେଣ୍ଟିଲେଟରରୁ ବାହାରି ନିଜ ପରିଚୟ ଦେଇଛନ୍ତି ଦିଲ୍ଲୀପ । ଯାହାପରେ କର୍ତ୍ତୃପକ୍ଷଙ୍କ ମୃତଦେହ ଚିହ୍ନଟରେ ଚରମ ଅବହେଳା ଘଟଣା ସାମ୍ନାକୁ ଆସିଛି । ଏବେ ଦିଲ୍ଲୀପ ବଞ୍ଚିବା କହିବା ପରେ ପ୍ରଥମ ମୃତ ବ୍ୟକ୍ତି ଜଣକ ଜ୍ୟୋତିରଞ୍ଜନ ମଲ୍ଲିକ ହୋଇଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି ।
ଏହାମଧ୍ୟ ପଢନ୍ତୁ.. ହସ୍ପିଟାଲ ବିସ୍ଫୋରଣରେ ସ୍ବାମୀ ହରାଇଥିଲେ, ବିଚ୍ଛେଦ ସହିନପାରି ପତ୍ନୀଙ୍କ ଆତ୍ମହତ୍ୟା