ଓଡିଶା

odisha

ETV Bharat / state

ଅକ୍ଟୋବର ୧୦ରୁ ସାରା ରାଜ୍ୟରେ ବସ ଧର୍ମଘଟ, ଆନ୍ଦୋଳନକୁ ଓହ୍ଲାଇବ ଘରୋଇ ବସ ମାଲିକ ସଂଘ - ଘରୋଇ ବସ ମାଲିକ ସଂଘ ବସ ଧର୍ମଘଟ

ପୁଣି ଆନ୍ଦୋଳନକୁ ଓହ୍ଲାଇବ ଘରୋଇ ବସ ମାଲିକ ସଂଘ । ଆସନ୍ତା 10 ତାରିଖରେ ସାରା ରାଜ୍ୟରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ବସ ଧର୍ମଘଟ କରିବା ପାଇଁ ନିଷ୍ପତି ନେଇଛି ସଂଘ।ଏଧିକ ପଢ଼ନ୍ତୁ

ଅକ୍ଟୋବର ୧୦ରୁ ବସ ଧର୍ମଘଟ
ଅକ୍ଟୋବର ୧୦ରୁ ବସ ଧର୍ମଘଟ

By ETV Bharat Odisha Team

Published : Sep 27, 2023, 10:59 PM IST

ଭୁବନେଶ୍ବର: ପୁଣି ଆନ୍ଦୋଳନକୁ ଓହ୍ଲାଇବ ଘରୋଇ ବସ ମାଲିକ ସଂଘ । ଆସନ୍ତା 10 ତାରିଖରେ ସାରା ରାଜ୍ୟରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ବସ ଧର୍ମଘଟ କରିବା ପାଇଁ ନିଷ୍ପତ୍ତି ନେଇଛି ସଂଘ। ତେବେ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଏହି ଧର୍ମଘଟ କରିବେ ବସ ମାଲିକ ସଂଘ। ତେବେ ଆସନ୍ତା 10 ତାରିଖରେ ସାରା ରାଜ୍ୟରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ବସ ଧର୍ମଘଟ ହେବ । ଆଜି ଅଲ ଓଡିଶା ବସ ମାଲିକ ସଙ୍ଘର ସାଧାରଣ ପରିଷଦ ବୈଠକରେ ମାଲିକମାନଙ୍କ ଭିତରେ ଆଲୋଚନା ପରେ ଏହି ନିଷ୍ପତି ନିଆଯାଇଛି। ପ୍ରଥମେ ଆସନ୍ତା 2 ତାରିଖରୁ ବସ ଧର୍ମଘଟ ଆରମ୍ଭ ହେବାକୁ ଥିବା ବେଳେ ଏହିଦିନ କୋରାପୁଟ, ମାଲକାନଗିରି ଓ ରାୟଗଡାରେ ପ୍ରାଇଭେଟ ବସ ସେବା ବନ୍ଦ ରହିବ। ତେବେ 2 ତାରିଖରେ ସରକାର ମାଲକାନଗିରିରେ ଲକ୍ଷ୍ମୀ ଯୋଜନା ବସ ସେବା ଆରମ୍ଭ କରିବାକୁ ଯାଉଛନ୍ତି । ତେଣୁ ଏହାକୁ ବିରୋଧ କରି ଏଭଳି ନିଷ୍ପତି ନେଇଛି ସଂଘ ।

ମାଲକାନଗିରିରେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ ହେଉଥିବାରୁ ସେହି ଦିନ ଅବିଭକ୍ତ କୋରାପୁଟ ଜିଲ୍ଲାରେ ୨୪ ଘଣ୍ଟିଆ ବସ ଚଳାଚଳ ବନ୍ଦ ରହିବ। ବାହାର ଜିଲ୍ଲାରୁ କୋରାପୁଟ, ମାଲକାନଗିରି, ଜୟପୁର ଏବଂ ନବରଙ୍ଗପୁର ଜିଲ୍ଲାକୁ କୌଣସି ବସ ଯିବ ନାହିଁ ବୋଲି ଏହି ବୈଠକରେ ନିଷ୍ପତ୍ତି ହୋଇଛି। ଲକ୍ଷ୍ମୀ ବସ ଯୋଜନା ଆରମ୍ଭ ପୂର୍ବରୁ ଆଜି ବସ ମାଲିକ ସଙ୍ଘ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଅନେକେ ଦାବି ରଖିଛି। ତେବେ ସଂଘର ଦାବି ପୁରଣ ନହେଲେ ବସ ଧର୍ମଘଟ ହେବ ବୋଲି ଅଲ ଓଡିଶା ବସ ମାଲିକ ସଂଘ ବୈଠକରେ ନିଷ୍ପତ୍ତି ନେବା ସହ ସରକାରଙ୍କୁ ଚରମବାଣୀ ଶୁଣାଇଛନ୍ତି।

ତେବେ ରାଜ୍ୟ ସରକାର ଅକ୍ଟୋବର ୨ ତାରିଖରୁ ଲଷ୍ମୀ ଯୋଜନାରେ ନୂଆ ୩୬ ଟି ସରକାରୀ ବସ ଚାଲିବ। ଯାହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ। ସେପଟେ ଏନେଇ ବିରୋଧ କରିଛି ପ୍ରାଇଭେଟ ବସ ଆସୋସିଏସନ। ରାଜ୍ୟ ସରକାର ଏମିତି ମନ ଇଚ୍ଛା ନିଷ୍ପତ୍ତି ଯୋଗୁଁ ପ୍ରାଇଭେଟ ବସ ମାଲିକଙ୍କ ପେଟରେ ଲାତ ମାରୁଛନ୍ତି ବୋଲି ଅଭିଯୋଗ ଆସିଥିବା ବେଳେ ଆଜି ଧର୍ମଘଟ ନିଷ୍ପତି ନେଇଛି ସଂଘ ।

ଏହା ମଧ୍ୟ ପଢ଼ନ୍ତୁ...ଡ୍ରାଇଭର ମହାସଂଘର ଧର୍ମଘଟ ପ୍ରଭାବ: ପୁରୀ ପେଟ୍ରୋଲ ପମ୍ପରେ ମିଳୁନି ପେଟ୍ରୋଲ

ପ୍ରକାଶ ଥାଉକି ଓଡିଶାରେ ସର୍ବ ପ୍ରଥମେ ମାଲକାନଗିରିରେ ଲକ୍ଷ୍ମୀ ଯୋଜନାରେ ବସ ଚାଲିବା ପାଇଁ ସରକାର ନିଷ୍ପତି ନେଇଛନ୍ତି । ରାଜ୍ୟ ସରକାରଙ୍କ ଏହି ଯୋଜନା ଯୋଗୁଁ ଜିଲ୍ଲାର ପ୍ରତି ବ୍ଲକ ସଦରଠାରୁ ପଞ୍ଚାୟତକୁ ବସରେ ଯାତ୍ରା କରିପାରିବେ ଲୋକେ । ମାଲକାନଗିରି ଜିଲ୍ଲାରେ ମୋଟ ୩୬ଟି ବସ ଏହି ଯୋଜୋନାରେ ଚଳିବାକୁ ଥିବା ନେଇ ସୂଚନା ଦେଇଛନ୍ତି ଦାୟିତ୍ଵରେ ଥିବା ଇଞ୍ଜିନିୟର ବିଭୁ ପ୍ରସାଦ ତ୍ରିପାଠୀ। ଜିଲ୍ଲାକୁ ସମସ୍ତ ୩୬ଟି ବସ ଆସିବା ପରେ ଅକ୍ଟୋବର ୦୨ତାରିଖ ଗାନ୍ଧୀ ଜୟନ୍ତୀ ଦିନ ଓ.ଏସ.ଆର୍.ଟି.ସିର ରାଜ୍ୟ ମୂଖ୍ୟ ଏବଂ ଜିଲ୍ଲାର ଜିଲ୍ଲାପାଳଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଏହାର ଉଦଘାଟନ କରିବେ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details