ଖୋର୍ଦ୍ଧା: ଜିଲ୍ଲାର ବାଣପୁର ବ୍ଲକ ମାଳ ଅଧ୍ୟୁସିତ ଦାମିଆ ବରବରା ପଞ୍ଚାୟତ ଭାଟପଡ଼ା ସ୍କୁଲରେ କାର୍ଯ୍ୟ ଦିବସରେ ପଡିଛି ତାଲା । ଏହି ସ୍କୁଲରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ଚାଲୁଥିବା ବେଳେ ସ୍କୁଲରେ ତାଲା ପଡିଛି ଏବଂ ଶିକ୍ଷକ ଆସିନଥିବା ନେଇ ଅଭିଯୋଗ ଦେଖାଦେଇଛି।
ଏହି ସ୍କୁଲରେ ସ୍ଥାନୀୟ ଅଞ୍ଚଳର ପାଞ୍ଚ ସାତ ଖଣ୍ଡ ଗ୍ରାମର ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ନିର୍ଭର କରିଥାନ୍ତି । ସ୍କୁଲରେ ତାଲା ପଡିଥିବା ଦେଖି ପିଲାମାନେ ଫେରି ଯାଇଛନ୍ତି । ଘଟଣା ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ବାଣପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଅବଗତ କରି ଗଣମାଧ୍ୟମକୁ ସୂଚନା ଦେଇଥିଲେ ।