ଓଡିଶା

odisha

By

Published : Nov 29, 2022, 8:58 PM IST

ETV Bharat / state

ରାଜରାସ୍ତାରେ ଶିକ୍ଷକ, ଅନ୍ଧାରରେ ପିଲାଙ୍କ ଭବିଷ୍ୟତ !

ହଜାର ହଜାର ସଂଖ୍ୟାରେ ଶିକ୍ଷକ ଗାନ୍ଧୀ ମାର୍ଗରେ ଏକଜୁଟ । 3 ଦଫା ଦାବି ନେଇ କରୁଛନ୍ତି ଆନ୍ଦୋଳନ । ଦାବି ପୂରଣ ନ ହେଲେ ଧାରଣାରୁ ଓହରିବେ ନାହିଁ ବୋଲି ଚେତାବନୀ ଦେଇଛି ସଂଘ । ଅଧିକ ପଢନ୍ତୁ

ରାଜ ରାସ୍ତାରେ ଶିକ୍ଷକ , ଅନ୍ଧାରରେ ପିଲାଙ୍କ ଭବିଷ୍ୟତ
ରାଜ ରାସ୍ତାରେ ଶିକ୍ଷକ , ଅନ୍ଧାରରେ ପିଲାଙ୍କ ଭବିଷ୍ୟତ

ଭୁବନେଶ୍ୱର: ରାଜ୍ୟରେ ଶିକ୍ଷା କ୍ଷେତ୍ରର ଏକ ଶିକ୍ଷକମାନଙ୍କ ଗୁରୁତ୍ବପୂର୍ଣ ଭୂମିକା ରହିଛି । ହେଲେ ଶିକ୍ଷକମାନଙ୍କ ଯେଉଁ ଦାବି ରହିଛି ତାହା ସରକାର ଦାବି ପୂରଣ କରିବାରେ ବିଫଳ ହୋଇଛନ୍ତି। ତେବେ ଏନେଇ ହଜାର ହଜାର ସଂଖ୍ୟାରେ ଶିକ୍ଷକ ଗାନ୍ଧୀ ମାର୍ଗରେ ଏକଜୁଟ ହୋଇଛନ୍ତି। 3 ଦଫା ଦାବି ନେଇ କରୁଛନ୍ତି ଆନ୍ଦୋଳନ l ଦାବି ପୂରଣ ନ ହେଲେ ଧାରଣା ରୁ ଓହରିବେ ନାହିଁ ବୋଲି ଚେତାବନୀ ଦେଇଛି ସଂଘ l

ରାଜ ରାସ୍ତାରେ ଶିକ୍ଷକ , ଅନ୍ଧାରରେ ପିଲାଙ୍କ ଭବିଷ୍ୟତ

ଅନ୍ୟପଟେ ସମଗ୍ର ଓଡିଶା ରେ ବନ୍ଦ ରହିଛି ପ୍ରାଥମିକ ଶିକ୍ଷା ଦାନ l ଦାବି ପୂରଣ ନ ହେଲେ ଏହି ପରି ସ୍କୁଲ ରେ ଶିକ୍ଷକ ମାନେ ନ ପଢାଇ ଆନ୍ଦୋଳନ କରିବେ। ଏନେଇ ରାଜ୍ୟରେ ଥିବା ହାଜର ହଜାର ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ପାଠ ପଢ଼ାରୁ ବଞ୍ଚିତ ହେଉଛନ୍ତି। ଶିକ୍ଷକଙ୍କ ଦାବି ରେ ପିଲାମାନଙ୍କ ଭବିଷ୍ୟତ ଅନ୍ଧାର ହେବାକୁ ଯାଉଛି।

ଏନେଇ ଶିକ୍ଷକ ମାନେ କହିଛନ୍ତି ଯେ, କିଛି ଦାବି କୁ ନେଇ ଆନ୍ଦୋଳନକୁ ଓହ୍ଲାଇଛୁ । ଯାହା ଫଳରେ ସ୍କୁଲ ବନ୍ଦ ରହିଛି । ସ୍କୁଲ ବନ୍ଦ ହେଲେ ସିନା ପ୍ରଭାବ ପଡ଼ିବ। ନହେଲେ ଏମିତି ସରକାର ଶୁଣୁନାହାନ୍ତି । ଏହି ଆନ୍ଦୋଳନକୁ ନେଇ ସ୍କୁଲ ବନ୍ଦ ରହିଛି । ଯାହା ପୂର୍ବରୁ ପାଠ ପଢ଼ାକୁ ଆଡଜଷ୍ଟମେଣ୍ଟ କରାଯାଇଥିଲା । ଯଦି ସରକାର ଦୁଇ ଦିନ ମଧ୍ୟରେ ଦାବି ପୂରଣ ନକାରନ୍ତି ତେବେ ସମୂହ ଛୁଟି ନେଇ ଆନ୍ଦୋଳନ କରାଯିବ।

ଏପଟେ ଆଉ ଜଣେ ଶିକ୍ଷକ କହିଛନ୍ତି, "ଆନ୍ଦୋଳନ ଫଳରେ ଅନେକ ପାଠପଢା ରେ ବ୍ୟାଘାତ ଘଟୁଛି । ତେଣୁ ଆଗାମୀ ଦିନରେ ଆମେ ଯତ୍ନବାନ ହେବୁ । କିଛି ଏକ୍ସଟ୍ରା କ୍ଲାସ ମଧ୍ୟରେ ପାଠ ପଢା ଯିବ । ତୁରନ୍ତ ସରକାର ପ୍ରାଥମିକ ଶିକ୍ଷକଙ୍କ ପ୍ରତି ଯତ୍ନ ବାନ ହୁଅନ୍ତୁ ।"

ସୂଚନା ଅନୁଯାୟୀ, ସଂଘର ମୁଖ୍ୟତଃ 3 ଟି ଦାବି ରହିଛି । ସେଗୁଡିକ ହେଲା, 2001 ମସିହାରୁ ଯେଉଁ ଠିକା ନିଯୁକ୍ତି ଆରମ୍ଭ ହୋଇଥିଲା 2013 ମସିହାରୁ ଯେଉଁ ଠିକା ନିଯୁକ୍ତି ରେ ଯେଉଁ ଶିକ୍ଷକ ମାନେ ନିଯୁକ୍ତି ପାଇଥିଲେ ସେମାନଙ୍କ ଉପରୁ ଠିକା ନିଯୁକ୍ତି ଉଠାଇଛନ୍ତି ସରକାର। କିନ୍ତୁ 2001 ମସିହାରୁ ଯେଉଁ ଶିକ୍ଷକ ମାନେ ନିଯୁକ୍ତି ପାଇଥିଲେ ସେମାନଙ୍କୁ ସରକାର ଉପେକ୍ଷା କରିଛନ୍ତି ବୋଲି କହିଛି ସଂଘ। ଦ୍ଵିତୀୟ ଦାବି ହେଉଛି କେନ୍ଦ୍ରୀୟ ହରରେ ସରକାର ଦରମା ଦେଉନାହାନ୍ତି। ପୁରୁଣା ପେନସନ ର ପୁନଃ ପ୍ରଚଳନ କରିବା ପାଇଁ ଦାବି ରଖିଛି ସଂଘ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details