ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବିଜ୍ଞାପିତ ପରିଷଦର ଅସ୍ଥାୟୀ ସଫେଇ କର୍ମଚାରୀମାନେ ମଜୁରୀ ବୃଦ୍ଧି ପାଇଁ ପ୍ରତିବାଦ କରିବାରୁ ଚାକିରିରୁ ଛଟେଇ କରିଛି ଠିକା ସଂସ୍ଥା । ଫଳରେ ପୁନଃ ନିଯୁକ୍ତି ସହିତ ସରକାରଙ୍କ ଶ୍ରମ ଆଇନ ଅନୁଯାୟୀ ମଜୁରୀ ପ୍ରଦାନ ନିମନ୍ତେ ଦାବି କରିଛନ୍ତି ବାଲୁଗାଁ ବିଜ୍ଞାପିତ ପରିଷଦର ୨୪ ଜଣ ଅସ୍ଥାୟୀ ସଫେଇ କର୍ମଚାରୀ ।
ଝାଡୁଛାଡ ଆନ୍ଦୋଳନ ଚେତାବନୀ ଦେଲେ ସଫେଇ କର୍ମଚାରୀ - Press conference at Khordha
ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବିଜ୍ଞାପିତ ପରିଷଦର ଅସ୍ଥାୟୀ ସଫେଇ କର୍ମଚାରୀମାନେ ମଜୁରୀ ବୃଦ୍ଧି ପାଇଁ ପ୍ରତିବାଦ କରିବାରୁ ଚାକିରିରୁ ଛଟେଇ କରିଛି ଠିକା ସଂସ୍ଥା । ଅଧିକ ପଢନ୍ତୁ...
ମଜୁରୀ ବୃଦ୍ଧି-ପୁନଃ ନିଯୁକ୍ତି ପାଇଁ ସାମ୍ବାଦିକ ସମ୍ମିଳନୀ
ମଜୁରୀ ବୃଦ୍ଧି-ପୁନଃ ନିଯୁକ୍ତି ପାଇଁ ସାମ୍ବାଦିକ ସମ୍ମିଳନୀ
ଆସନ୍ତା ୨୦ ତାରିଖ ଭିତରେ ଜିଲ୍ଲାପ୍ରଶାସନ ଦାବି ପୂରଣ ନକଲେ ଖୋର୍ଦ୍ଧା ଜିଲ୍ଲାରେ ଥିବା ଅସ୍ଥାୟୀ ସଫେଇ କର୍ମଚାରୀମାନେ ଝାଡୁ ଛାଡ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ଏ ସମ୍ପର୍କରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏନେଇ ଖୋର୍ଦ୍ଧା ଜିଲ୍ଲା ଚୁକ୍ତିଭିତ୍ତିକ ଠିକା ସଫେଇ କର୍ମଚାରୀ ସଂଘ ଆଜି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ