ଖୋର୍ଦ୍ଧା: ବୀର ପାଇକ ମାଟି ଖୋର୍ଦ୍ଧାଗଡର ଐତିହ୍ୟ ସମଗ୍ର ଭାରତବର୍ଷରେ ପ୍ରଚାରିତ । ଇଂରେଜ କବଳରୁ ବୀର ପାଇକ ପୁଅମାନେ ଲହୁ ବୁହାଇ ଶେଷ ପର୍ଯ୍ୟନ୍ତ ସ୍ବାଧୀନଗଡ ଭାବେ ଅବିହିତ କରିଥିଲେ । ଯାହାର ସଂଘର୍ଷମୟ କାହାଣୀ କେବଳ ଇତିହାସରେ ସ୍ଥାନ ପାଇଛି । । ପାଇକ ମାନଙ୍କ ବିରତ୍ବର ଗାଥା ବହନ କରୁଥିବା ବରୁଣେଇ ପାହାଡ ପାଦ ଦେଶରେ ସହିଦ ସ୍ମୃତି ସ୍ଥମ୍ଭର ଭିତ୍ତିପ୍ରସ୍ତର ପକାଇବା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା 8ତାରିଖରେ ଖୋର୍ଦ୍ଧା ଗସ୍ତ କରିବେ ।
ସହିଦ ସ୍ମୃତି ସ୍ଥମ୍ଭର ଭିତ୍ତିପ୍ରସ୍ତର ପାଇଁ ଖୋର୍ଦ୍ଧା ଆସିବେ ରାଷ୍ଟ୍ରପତି କୋବିନ୍ଦ - ଖୋର୍ଦ୍ଧା ଆସିବେ ରାଷ୍ଟ୍ରପତି କୋବିନ୍ଦ
ପାଇକ ମାନଙ୍କ ବିରତ୍ବର ଗାଥା ବହନ କରୁଥିବା ବରୁଣେଇ ପାହାଡ ପାଦ ଦେଶରେ ସହିଦ ସ୍ମୃତି ସ୍ଥମ୍ଭର ଭିତ୍ତିପ୍ରସ୍ତର ପକାଇବା ପାଇଁ ଆସନ୍ତା 8ତାରିଖରେ ଖୋର୍ଦ୍ଧାକୁ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
![ସହିଦ ସ୍ମୃତି ସ୍ଥମ୍ଭର ଭିତ୍ତିପ୍ରସ୍ତର ପାଇଁ ଖୋର୍ଦ୍ଧା ଆସିବେ ରାଷ୍ଟ୍ରପତି କୋବିନ୍ଦ president](https://etvbharatimages.akamaized.net/etvbharat/prod-images/768-512-5260331-828-5260331-1575418291034.jpg)
president
ସହିଦ ସ୍ମୃତି ସ୍ଥମ୍ଭର ଭିତ୍ତିପ୍ରସ୍ତର ପକାଇବାକୁ ଖୋର୍ଦ୍ଧା ଆସିବେ ରାଷ୍ଟ୍ରପତି କୋବିନ୍ଦ
ଏହି କାର୍ଯ୍ୟକ୍ରମରେ ପ୍ରାୟ 5ରୁ ଛଅ ହଜାର ଲୋକଙ୍କ ପାଇଁ ବନ୍ଦୋବସ୍ତ କରାଯାଇଥିବା ଦାୟିତ୍ବରେ ଥିବା ଆଇଓସିଏଲ ଜିଏମ କହିଛନ୍ତି । ସେଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ସୁନ୍ଦର କରିବା ପାଇଁ ଜିଲ୍ଲା ପ୍ରଶାସନ ଲାଗିପଡିଛି । ସେହିପରି ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତା ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ନେଇ ବେଶ ଉତ୍ସାହିତ ଥିବା ଜଣାପଡିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ