ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଠାରୁ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କଲେ 3 ଜଣ ଓଡ଼ିଆ । ବିଶିଷ୍ଟ କଣ୍ଠଶିଳ୍ପୀ କ୍ରିଷ୍ଣା ପଟେଲ, ଚାଷୀ ପଟ୍ଟାୟତ ସାହୁ ଓ ସାହିତ୍ୟିକ ଡା. ଅନ୍ତର୍ଯ୍ୟାମୀ ମିଶ୍ର । ଆଜି ସଂଧ୍ୟାରେ ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ ଦେଶର ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ଏଥିରେ ଓଡିଶାର ପ୍ରସିଦ୍ଧ କଣ୍ଠଶିଳ୍ପୀ ତଥା ସମ୍ବଲପୁରୀ ସଂଗୀତ ରଙ୍ଗବତୀ ଗୀତର ମୂଳ ଗାୟିକା କ୍ରିଷ୍ଣା ପଟେଲ ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଛନ୍ତି । ପୂର୍ବରୁ ଏହି ସଂଗୀତର ରଚୟିତା ମିତ୍ରଭାନୁ ଗୌନ୍ତିଆ ଓ କଣ୍ଠଶିଳ୍ପୀ ଜିତେନ୍ଦ୍ର ହରିପାଲଙ୍କୁ ପଦ୍ମଶ୍ରୀ ସମ୍ମାମ ମିଳି ସାରିଛି ।
ଏହାବି ପଢନ୍ତୁ- Bandi Sanjay Arrest: କାହିଁକି ଗିରଫ କଲା ପୋଲିସ, କଣ ପୁରା ମାମଲା
ସେହିପରି ଆଜି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିବା ଆଉ ଜଣେ ବିଶିଷ୍ଚ ଓଡିଆ ହେଲେ ଡା.ଅନ୍ତର୍ଯ୍ୟାମୀ ମିଶ୍ର । ଢେଙ୍କାନାଳ ଜିଲ୍ଲାର ବାସିନ୍ଦା ଡା. ମିଶ୍ର ଓଡିଆ ଭାଷା ସାହିତ୍ୟ ମଧ୍ୟ ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଏତତ ବ୍ୟତୀତ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କଳାହାଣ୍ଡି ଜିଲ୍ଲାର ପଟ୍ଟାୟତ ସାହୁଙ୍କୁ ବି ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି । ବିଲୁପ୍ତ ପ୍ରାୟ ବହୁ ପାରମ୍ପରିକ ଔଷଧୀୟ ବୃକ୍ଷରାଜିକୁ ସଂରକ୍ଷଣ ସହ ସେହିସବୁର ବିସ୍ତାର କରିଆସୁଛନ୍ତି ପଟ୍ଟାୟତ ସାହୁ । ପୂର୍ବରୁ ଗତ ମାର୍ଚ୍ଚ 22 ତାରିଖରେ କଣ୍ଢେଇ ନୃତ୍ୟଶିଳ୍ପୀ ମାଗୁଣୀ ଚରଣ କୁଅଁର ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଥିଲେ । ଚଳିତ 2023 ବର୍ଷ ପଦ୍ମ ପୁରସ୍କାର ପାଇଁ ରାଜ୍ୟରୁ 4 ଜଣଙ୍କ ନାଁ ଘୋଷଣା ହୋଇଥିଲା ।
ଏହାବି ପଢନ୍ତୁ- MHA Advisory: ହନୁମାନ ଜୟନ୍ତୀ ପାଇଁ ସୁରକ୍ଷା ସୁନିଶ୍ଚିତ କରିବାକୁ ଆଡଭାଇଜରୀ
ଅନ୍ୟପଟେ ରାଷ୍ଟ୍ରପତି ଦେଶର ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରିଛନ୍ତି । ଯେଉଁ ମାନଙ୍କ ମଧ୍ୟରେ ରହିଛନ୍ତି ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ, ବିଶିଷ୍ଟ ଚିକିତ୍ସକ ଦିଲୀପ ମହାଲନାବିଶଙ୍କୁ ପଦ୍ମବିଭୂଷଣ ସମ୍ମାନ ମିଳିଛି । ଉଭୟଙ୍କୁ ମରଣୋତ୍ତର ଭାବରେ ଏହି ସମ୍ମାନ ପ୍ରାଦନ କରାଯାଇଛି । ମୁଲାୟମ ସିଂ ଯାଦବଙ୍କ ପୁଅ ଅଖିଳେଶ ଯାଦବ ସମ୍ମାନ ଗ୍ରହଣ କରିଥିବା ବେଳେ, ଦୀଲ୍ଲିପ ମହାଲନାବିଶଙ୍କ ଭଣଜା ରାଷ୍ଚ୍ରପତିଙ୍କଠାରୁ ସମ୍ମାନ ଗ୍ରହଣ କରିଥିଲେ । ଆଜି ମୋଟ 3 ଜଣଙ୍କୁ ପଦ୍ମବିଭୂଷଣ 5 ଜଣଙ୍କୁ ପଦ୍ମଭୂଷଣ ଓ 45 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଛି ।
ବର୍ଷ 2023 ପାଇଁ 106 ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯିବ ବୋଲି ରାଷ୍ଚ୍ରପତି ଭବନ ପକ୍ଷରୁ ଘୋଷଣା କରାଯାଇଥିଲା । ମୋଟ 106 ଜଣଙ୍କ ମଧ୍ୟରୁ 6 ଜଣଙ୍କୁ ପଦ୍ମବିଭୂଷଣ, 9 ଜଣଙ୍କୁ ପଦ୍ମଭୂଷଣ ଓ 91 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଛି । ସେଥିମଧ୍ୟରୁ ଆଜି 53 ଜଣଙ୍କୁ ପଦ୍ମ ସମ୍ମାନ ମିଳିଛି । ଅବଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଗତ ମାର୍ଚ୍ଚ 22ରେ ରାଷ୍ଟ୍ରପତି ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ ।