ଭୁବନେଶ୍ବର:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଆଜି ସନ୍ଧ୍ୟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ । ସେଠାରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଂସଦ ଅପରାଜିତା ଷଡଙ୍ଗୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ସ୍ବାଗତ କରିବେ । ଏଠାରୁ ସେ ସ୍ବତନ୍ତ୍ର କାରକେଡ୍ରେ ରାଜଭବନକୁ ଯିବେ । ଜୁଲାଇ ୨୭ ତାରିଖ ଯାଏଁ ଓଡ଼ିଶାରେ ରହିବେ ମହାମହିମ । ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ୩ ଦିନରେ ରାଷ୍ଟ୍ରପତି କଟକ ଆଇନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ, ଏସ୍ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ବାର୍ଷିକ ଉତ୍ସବ, ହାଇକୋର୍ଟ ପ୍ରତିଷ୍ଠା ଦିବସ ଉତ୍ସବ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ ।
ରାଷ୍ଟ୍ରପତି ମୁର୍ମୁଙ୍କୁ ଭବ୍ୟ ସ୍ବାଗତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ହୋଇଛି । ସୋମବାର ଭୁବନେଶ୍ବର ବିମାନ ବନ୍ଦରରେ କାରକେଡ ରିହଲସଲ ହୋଇଛି । ତାଙ୍କର ସୁରକ୍ଷା ପାଇଁ ୩୬ ପ୍ଲାଟୁନ ପୋଲିସ ସହ ୩ଟି କୁଇକ ରେସପନ୍ସ ଟିମ୍, ୨ଟି ଟେକ୍ନିକାଲ ୟୁନିଟ ନିୟୋଜିତ ହେବେ । ୧୬୦ ଟ୍ରାଫିକ କର୍ମଚାରୀ ସହ ୧୫୦ ହୋମଗାର୍ଡ ମୁତୟନ ରହିବେ । ୧୨ ଜଣ ଅତିରିକ୍ତ ଡିସିପି, ୨୫ ଜଣ ଏସିପି, ୪୦ ଜଣ ଇନ୍ସପେକ୍ଟରଙ୍କ ସମେତ ୧୨୦ ଜଣ ସବଇନ୍ସପେକ୍ଟର ଓ ଏଏସଆଇ ମୁତୟନ ହେବେ ।
ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ସୂଚୀ: