ଓଡିଶା

odisha

ETV Bharat / state

ରାଷ୍ଟ୍ରପତିଙ୍କୁ ଭେଟି ଭାବବିହ୍ଵଳ ହେଲେ ୫୦ବର୍ଷ ତଳର ବନ୍ଧୁ, ପୁରୁଣା ଦିନକୁ ମନେ ପକାଇଲେ - କଣ କହିଲେ ରାଷ୍ଟ୍ରପତିଙ୍କ ସାଙ୍ଗ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (President Droupadi Murmu) ଭୁବନେଶ୍ବର ୟୁନିଟ-୨ ବାଳିକା (Unit 2 Girls High School) ବିଦ୍ୟାଳୟରେ ପାଠ ପଢୁଥିଲେ । ଆଜି ନିଜ ସ୍କୁଲ ଗସ୍ତ ସମୟରେ ସେ ୫୦ବର୍ଷ ତଳର ବନ୍ଧୁଙ୍କୁ ଭେଟିଛନ୍ତି । ବନ୍ଧୁମାନେ ରାଷ୍ଟ୍ରପତିଙ୍କୁ ଭେଟି ବେଶ ଖୁସିବ୍ୟକ୍ତ କରିଛନ୍ତି । ଅଧିକ ପଢନ୍ତୁ

ରାଷ୍ଟ୍ରପତିଙ୍କୁ ଭେଟି ଭାବବିହ୍ଵଳ ହେଲେ ୫୦ବର୍ଷ ତଳର ବନ୍ଧୁ, ପୁରୁଣା ଦିନକୁ ମନେ ପକାଇଲେ
ରାଷ୍ଟ୍ରପତିଙ୍କୁ ଭେଟି ଭାବବିହ୍ଵଳ ହେଲେ ୫୦ବର୍ଷ ତଳର ବନ୍ଧୁ, ପୁରୁଣା ଦିନକୁ ମନେ ପକାଇଲେ

By

Published : Nov 11, 2022, 4:02 PM IST

Updated : Nov 11, 2022, 4:44 PM IST

ଭୁବନେଶ୍ବର:ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଦ୍ରୌପଦୀ ମୁର୍ମୁ ପ୍ରଥମ ଓଡ଼ିଶା ଗସ୍ତ (President Odisha Visit)ରେ ଆସି ଆଜି ଫେରିଯାଇଛନ୍ତି । ଏହି ସମୟରେ ସେ ନିଜେ ପଢୁଥିବା ବିଦ୍ୟାଳୟ ପରିଭ୍ରମଣ କରିଛନ୍ତି । ଭୁବନେଶ୍ବରର ୟୁନିଟ-୨ ବାଳିକା ସ୍କୁଲରେ ପାଠ ପଢୁଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (President Droupadi Murmu visits her school) । ରାଷ୍ଟ୍ରପତିଙ୍କ ଏହି ଗସ୍ତ ଅବସରରେ ସେ ନିଜର ୧୨ ଜଣ ସହପାଠିନୀଙ୍କୁ ଭେଟିଛନ୍ତି । ସହପାଠିନୀମାନେ ରାଷ୍ଟ୍ରପତିଙ୍କୁ ଭେଟି ଖୁବ୍ ଆନନ୍ଦିତ ହୋଇଥିବା ବେଳେ ଭାବବିହ୍ବଳ ହୋଇପଡ଼ିଛନ୍ତି ।

ରାଷ୍ଟ୍ରପତିଙ୍କୁ ଭେଟି ଭାବବିହ୍ଵଳ ହେଲେ ୫୦ବର୍ଷ ତଳର ବନ୍ଧୁ, ପୁରୁଣା ଦିନକୁ ମନେ ପକାଇଲେ

୧୯୭୦-୭୪ ଯାଏଁ ୟୁନିଟ-୨ ସ୍କୁଲରେ ପଢିଥିଲେ ପାଠ

ଭୁବନେଶ୍ବରର ୟୁନିଟ 2 ବାଳିକା ସ୍କୁଲ (Unit 2 Girls High School)ରେ ପାଠ ପଢୁଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । 1970 ମସିହାରୁ 74 ଯାଏଁ ଅଷ୍ଟମରୁ ଏକାଦଶ ପଢ଼ିଥିଲେ ପାଠ । ଭୁବନେଶ୍ଵର ତପୋବନ ସ୍କୁଲରେ କିଛି ସମୟ ବିତାଇବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୟୁନିଟ-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ କିଛି ସମୟ ପାଇଁ ରହିଥିଲେ । ଏହି ସମୟରେ ସେ କୁନ୍ତଳା କୁମାରୀ ସାବତ ଆଦିବାସୀ ଛାତ୍ରୀନିବାସରେ ରହିଥିଲେ। ପ୍ରଥମ ଓଡ଼ିଶା ଗସ୍ତ ଅବସରରେ ରାଷ୍ଟ୍ରପତିଙ୍କ ପାଦ ନିଜେ ପଢ଼ୁଥିବା ସ୍କୁଲରେ ପଡ଼ିଛି ।

୫୦ବର୍ଷ ତଳର ସହପାଠିନୀଙ୍କୁ ଭେଟିଲେ ରାଷ୍ଟ୍ରପତି

ଗସ୍ତ ଅବସରରେ ସେ ନିଜର ୧୨ ଜଣ ସହପାଠିନୀଙ୍କୁ ଭେଟିଛନ୍ତି । ୟୁନିଟ-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସହପାଠିନୀମାନେ ରାଷ୍ଟ୍ରପତିଙ୍କୁ ଭେଟି ଖୁବ ଆନନ୍ଦିତ ଥିବା କହିଛନ୍ତି । ରାଷ୍ଟ୍ରପତିଙ୍କୁ ଭେଟିବା ବେଳେ ଭାବବିହ୍ବଳ ହୋଇପଡ଼ିଥିଲେ ସହପାଠୀମାନେ । ୫ ଦଶନ୍ଧି ତଳର ପୁରୁଣା ସ୍ମୃତିକୁ ସେମାନେ ସମସ୍ତେ ମନେ ପକାଇଛନ୍ତି ।

ନିଜ ହଷ୍ଟେଲ ରୁମରେ ବସିଲେ ରାଷ୍ଟ୍ରପତି

ଛାତ୍ରୀନିବାସ ପରିଦର୍ଶନ କରି ଯେଉଁ ଖଟ ବ୍ୟବହାର କରୁଥିଲେ ସେଥିରେ କିଛି ସମୟ ବସିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେଠାରେ ସେ କିଛି ସମୟ ଅତିବାହିତ କରି ନିଜ ପୁରୁଣା ଦିନର ସ୍ମୃତିକୁ ମନେ ପକାଇଥିଲେ । ଏହି ଅବସରରେ ଦ୍ରୌପଦୀ ମୁର୍ମୁ ବୃକ୍ଷରୋପଣ କରିଛନ୍ତି । ଖାଲି ସେତିକି ନୁହେଁ, ସେ ହଷ୍ଟେଲରେ ରହୁଥିବା ବିର୍ସାମୁଣ୍ଡା ଓ ତୁଳସୀ ମୁଣ୍ଡା ବ୍ଲକ୍କୁ ଯାଇଥିଲେ ।

ରାଷ୍ଟ୍ରପତିଙ୍କ ବନ୍ଧୁଙ୍କ ପ୍ରତିକ୍ରିୟା

ନିଜ ସହପାଠିନୀକୁ ଦେଶର ସର୍ବୋଚ୍ଚ ପଦରେ ଦେଖି ରାଷ୍ଟ୍ରପତିଙ୍କ ବନ୍ଧୁମାନେ ନିଜକୁ ବେଶ ଗର୍ବିତ ମନେ କରିଛନ୍ତି । ଏଭଳି ଜଣେ ମହାନ ମହିୟସୀ ମହିଳାକୁ ନିଜ ବନ୍ଧୁ ଭାବରେ ପାଇ ସେମାନେ ଖୁସିବ୍ୟକ୍ତ କରିଛନ୍ତି । ରାଷ୍ଟ୍ରପତିଙ୍କ ଜଣେ ସାଙ୍ଗ କହିଛନ୍ତି, "ସେ ବହୁତ ଭଲ ଥିଲେ । ମେଳାପୀ ସହ ପରିଶ୍ରମୀ ମଧ୍ୟ। ସେ ଯେଉଁ କାମ କରୁଥିଲେ ସେ ସମସ୍ତ କାମକୁ ଶେଷ କରୁଥିଲେ। ଆମେ ସାଙ୍ଗ ହୋଇଥିବାରୁ ଆମେ ବହୁତ ଗର୍ବିତ। ଅଳପ ସମୟ କଥାରେ ବହୁତ ଖୁସି ଲାଗୁଛି । ଆମ ସାଙ୍ଗ ରାଷ୍ଟ୍ରପତି ହୋଇଥିବାରୁ ଆମକୁ ମଧ୍ୟ ରାଷ୍ଟ୍ରପତି ଭଳି ଲାଗୁଛି ।"

ଏହା ବି ପଢନ୍ତୁ- ଫଟୋରେ ଖବର: ୟୁନିଟ୍-୨ ସ୍କୁଲ ବୁଲି ପିଲାଦିନ ମନେପକାଇଲେ ରାଷ୍ଟ୍ରପତି, ନିଜର ଖଟରେ ବସିଲେ

ଏହାସହ ତାଙ୍କର ସମସ୍ତ କାମରେ ଉନ୍ନତି ହେବା ଲାଗି ସାଙ୍ଗମାନେ ଜଗନ୍ନାଥ ନିକଟରେ କାମନା କରିଛନ୍ତି । ମ୍ୟାଡାମ ଦ୍ରୌପଦୀଙ୍କ ଆଉ ଜଣେ ବନ୍ଧୁ ଡ. ଚିନ୍ମୟ ମହାନ୍ତି କହିଛନ୍ତି, "ସାଙ୍ଗ ରାଷ୍ଟ୍ରପତିଙ୍କୁ ଦେଖିକି ବହୁତ ଖୁସି ଲାଗିଲା । ଅଷ୍ଟମ ଶ୍ରେଣୀରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ଏକାଠି ପାଠ ପଢିଥିଲୁ। ପ୍ରୋଟୋକଲ ପାଇଁ କୌଣସି ମେସେଜ ଦେଇପାରିଲୁ ନାହିଁ । ଅନେକ ଦିନର ଅପେକ୍ଷା ପରେ ରାଷ୍ଟ୍ରପତିଙ୍କୁ ଦେଖି ବହୁତ ଖୁସି । ବହୁତ ସୁଖର ମୂହୁର୍ତ୍ତ ଥିଲା ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 11, 2022, 4:44 PM IST

ABOUT THE AUTHOR

...view details