ଭୁବନେଶ୍ବର:ଆସନ୍ତା ଶୁକ୍ରବାର ରମାଦେବୀ ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଆୟୋଜନ କରାଯିବ । ଏହି ଅବସରରେ ୨୨ ଜଣଙ୍କୁ ସ୍ବର୍ଣ୍ଣ ପଦକ ଓ ୪ ଜଣଙ୍କୁ ସମ୍ମାନ ସୂଚକ ଉପାଧିଦିଆଯିବ । ଏହା ସହ ୭୪୩୦ ଜଣ ଛାତ୍ରୀଙ୍କୁ ମିଳିବ ଡିଗ୍ରୀ ସାର୍ଟିଫିକେଟ । ବେଷ୍ଟ ସାଇନ୍ସ, କମର୍ସ, ଆର୍ଟସ ଏବଂ ବେଷ୍ଟ ୟୁନିଭରସିଟି ଗ୍ରାଜୁଏଟ ୨୦୨୨ଙ୍କୁ ସମ୍ମାନିତ କରାଯିବ । ରମାଦେବୀ ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
୧୦ ତାରିଖ ଦିନ ୪ଟା ୧୫ ସମୟରେ ରାଷ୍ଟ୍ରପତି ରମାଦେବୀ ବିଶ୍ବବିଦ୍ୟାଳୟରେ ପହଁଞ୍ଚିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦୀକ୍ଷାନ୍ତ ଭାଷଣ ରଖିବେ । କାର୍ଯ୍ୟକ୍ରମରେ ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ, ଉଚ୍ଚ ଶିକ୍ଷା ସଚିବ ବିଷ୍ଣୁପଦ ସେଠୀ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉପସ୍ଥିତ ରହିବେ । ଏହି ସମାବର୍ତ୍ତନ ଉତ୍ସବରେ ୨୨ ଜଣଙ୍କୁ ସ୍ବର୍ଣ୍ଣ ପଦକ ଓ ୪ ଜଣଙ୍କୁ ସମ୍ମାନ ସୂଚକ ଉପାଧିଦିଆଯିବ । ଡ଼. ସୌମ୍ୟ ସ୍ବାମୀନାଥନଙ୍କୁ ଡିଏସସି, ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପୂର୍ଣ୍ଣମାସି ଜାନିଙ୍କୁ ଡିଲିଟ, ପଦ୍ମଶ୍ରୀ ସୁନିଥା କ୍ରିଷ୍ଣନଙ୍କୁ ଡିଲିଟ, ପଦ୍ମଶ୍ରୀ ଡ଼. ଅରୁଣା ମହାନ୍ତିଙ୍କୁ ଡିଲିଟ ସମ୍ମାନରେ ସମ୍ମାନିତ କରାଯିବ । ଯଥାକ୍ରମେ ସାଇନ୍ସ ଓ ଟେକ୍ନୋଲୋଜି, କ୍ରିଏଟିଭ ଲିଟରେଚର ଏବଂ ସୋସିଆଲ ୱାର୍କ ସୋସିଆଲ ସର୍ଭିସ ଏବଂ ଓମେନ୍ ଏମ୍ପାୱରମେଣ୍ଟ, କ୍ଲାସିକାଲ ଡ୍ୟାନ୍ସ, ଆର୍ଟ ଏବଂ କଲଚର ପାଇଁ ସମ୍ମାନିତ ହେବେ । ଏହା ସହ ୭୪୩୦ ଜଣ ଛାତ୍ରୀଙ୍କୁ ମିଳିବ ଡିଗ୍ରୀ ସାର୍ଟିଫିକେଟ । ବେଷ୍ଟ ସାଇନ୍ସ, କମର୍ସ, ଆର୍ଟସ ଏବଂ ବେଷ୍ଟ ୟୁନିଭରସିଟି ଗ୍ରାଜୁଏଟ ୨୦୨୨ଙ୍କୁ ସମ୍ମାନିତ କରାଯିବ ।