ଓଡିଶା

odisha

ETV Bharat / state

ଆଜି ରାଷ୍ଟ୍ରପତିଙ୍କ ପାରାଦ୍ବୀପ ଗସ୍ତ, ବୋଇତ ବନ୍ଦାଣ ଉତ୍ସବ ଉଦଘାଟନ କରିବେ

ରବିବାରଠୁ 2 ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପତୀ ମୁର୍ମୁ । ଆଜି ପାରାଦ୍ବୀପ ଗସ୍ତ କରି ବୋଇତ ବନ୍ଦାଣ ଉତ୍ସବର ଉଦଘାଟନ କରିବେ ରାଷ୍ଟ୍ରପତି । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Nov 27, 2023, 7:07 AM IST

Updated : Nov 27, 2023, 7:35 AM IST

President Droupadi Murmu
President to visit paradeep

ଭୁବନେଶ୍ବର: ଦୁଇ ଦିନିଆ ଓଡିଆ ଗସ୍ତରେ ଆସିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପତୀ ମୁର୍ମୁ । ରବିବାର ସନ୍ଧ୍ୟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସ୍ବାଗତ କରିଥିଲେ । ଏହାପରେ ରାଜଭବନରେ ରାତ୍ରୀଯାପନ କରିଥିଲେ ମହାମହିମ । ଆଜି(ସୋମବାର) ପାରାଦ୍ବୀପ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେଠାରେ ବୋଇତ ବନ୍ଦାଣ ଉତ୍ସବର ଉଦଘାଟନ କରିବେ ରାଷ୍ଟ୍ରପତି ।

ସକାଳ 8ଟାରୁ ରାଷ୍ଟ୍ରପତିଙ୍କ କାରକେଡ ରାଜଭବନରୁ ବାହାରି ବିମାନ ବନ୍ଦରରେ ପହଞ୍ଚିବ । ସେଠାରୁ ବାୟୁସେନାର ଏକ ସ୍ବତନ୍ତ୍ର ହେଲିକାପ୍ଟରର ଯୋଗେ ପାରାଦ୍ବୀପ ଯିବେ ରାଷ୍ଟ୍ରପତି । ପ୍ରାୟ 9ଟାରେ ଗୋପବନ୍ଧୁ ଷ୍ଟାଡିୟମ ନିକଟରେ ହେଲିପ୍ୟାଡରେ ଅବତରଣ କରିବେ । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୋଇତ ବନ୍ଦାଣ ଉତ୍ସବର ଉଦଘାଟନ କରିବା ସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ କିଛି ପ୍ରକଳ୍ପର ଶିଳାନ୍ୟାସ କରିବେ ରାଷ୍ଟ୍ରପତି । ଏହାପରେ କୋଷ୍ଟଗାର୍ଡ ଜାହାଜରେ ମୋରାଇନ ସାଇଟ ବୁଲିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସାଢ଼େ 12ଟାରେ ନେହୁରୁ ବଙ୍ଗଳାରେ ମଧ୍ୟାହ୍ନଭୋଜନ କରିବେ ମହାମହିମ । କିଛି ସମୟ ବିଶ୍ରାମ ନେବା ପରେ ଅପରାହ୍ନ 3ଟା 30 ମିନିଟରେ ଭୁବନେଶ୍ବର ଅଭିମୁଖେ ବାହାରି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।

ଏହା ବି ପଢନ୍ତୁ...ରାଷ୍ଟ୍ରପତିଙ୍କ ୨ଦିନିଆ ଓଡ଼ିଶା ଗସ୍ତ: ରବିବାର ରାତ୍ରି ରହଣି, ସୋମବାର ବୋଇତ ଭସାଣି

ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ରଘୁବର ଦାସ, ରାଜ୍ୟ ପରିବହମ ମନ୍ତ୍ରୀ ଟୁକୁନୀ ସାହୁ, କେନ୍ଦ୍ର ବନ୍ଦର ଜାହାଡ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟେସୋ ନାଏକ, କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ଜଳଶକ୍ତି ମନ୍ତ୍ରୀ ବିଶେଶ୍ବର ଟୁଡୁ, ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଏହା ବି ପଢନ୍ତୁ...ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି, କାଲି ପାରାଦ୍ବୀପ ବୋଇତ ବନ୍ଦାଣ ଉତ୍ସବରେ କରିବେ ଅଂଶଗ୍ରହଣ

ପାରାଦ୍ବୀପରେ ରାଇଡ ସିକ୍ୟୁରିଟି: ମହାମହିମଙ୍କ ଓଡ଼ିଶା ଗସ୍ତଠୁ ନେଇ ପାରାଦ୍ବୀପ ଗସ୍ତ ଯାଏଁ ସବୁଠୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଭୁବନେଶ୍ବର ସମେତ ରାଜଭବନ ଆଖପାଖରେ 16 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଡିସିପି, 5ଜଣ ଅତିରିକ୍ତ ଡିସିପି, 11ଜଣ ଏସିପି, 18 ଜଣ ଇନସପେକ୍ଟର, 71ଜଣ ଏସଆଇ/ଏଏସଆଇ, ହାବିଲଦାର ଓ କନଷ୍ଟେବଳଙ୍କୁ ମିଶାଇ 147ଜଣ, ଦୁଇ ୟୁନିଟ ଏସଟିୟୁ, 56 ଜଣ ଗୃହରକ୍ଷୀ ଓ 20 ଜଣ ମହିଳ କନଷ୍ଟେବଳଙ୍କୁ ସୁରକ୍ଷା ଦାୟିତ୍ବରେ ନିୟୋଜିତ କରାଯାଇଛି । ସେହିପରି ରାଷ୍ଟ୍ରପତିଙ୍କ ପାରାଦ୍ବୀପ ଗସ୍ତ ନେଇ ମଧ୍ୟ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସୁରକ୍ଷା ବଳୟ ଭିତରେ ରହିଛି ପାରାଦ୍ବୀପ ।

ପ୍ରକାଶ ଥାଉ କି, ଗତ 20 ତାରିଖରେ 3 ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଦ୍ବିତୀୟ ଦିନ ରାଇରଙ୍ଗପୁରରେ 3ଟି ଟ୍ରେନ ଚଳାଚଳର ଶୁଭାରମ୍ଭ କରିଥିଲେ । ସମ୍ବଲପୁର ଗସ୍ତ କରି ଭିସୁଟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ସହ ସମଲେଶ୍ବରୀଙ୍କ ଦର୍ଶନ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 27, 2023, 7:35 AM IST

ABOUT THE AUTHOR

...view details