ଓଡିଶା

odisha

By

Published : Jul 27, 2023, 9:17 AM IST

Updated : Jul 27, 2023, 12:56 PM IST

ETV Bharat / state

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତର ଆଜି ଶେଷ ଦିନ, ତମାଣ୍ଡୋ ବ୍ରହ୍ମକୁମାରୀ ସେଣ୍ଟରର କରିବେ ଶିଳାନ୍ୟାସ

3 ଦିନିଆ ଓଡିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଆଜି ତୃତୀୟ ତଥା ଶେଷ ଦିନ । ଭୁବନେଶ୍ବରରେ କିଛି କାର୍ଯ୍ୟକ୍ରମରେ ସାମିଲ ହୋଇ ଅପରାହ୍ନ 4ଟା ଦିଲ୍ଲୀ ଫେରିଯିବେ ମହାମହିମ । ଅଧିକ ପଢନ୍ତୁ

President Odisha Visit
president droupadi murmu

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତର ଆଜି ଶେଷ ଦିନ

ଭୁବନେଶ୍ବର: ଓଡିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଆଜି ତୃତୀୟ ତଥା ଶେଷ ଦିନ । ଅନ୍ତିମ ଦିନରେ ଭୁବନେଶ୍ବରରେ ଦୁଇଟି କାର୍ଯ୍ୟକ୍ରମରେ ସାମିଲ ହୋଇ ଅପରାହ୍ଣରେ କର୍ମକ୍ଷେତ୍ରକୁ ଫେରିଯିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ରାଜଧାନୀ ଉପକଣ୍ଠ ତମାଣ୍ଡୋ ସ୍ଥିତ ବ୍ରହ୍ମକୁମାରୀ ସେଣ୍ଟରର ଶିଳାନ୍ୟାସ କରିବେ ରାଷ୍ଟ୍ରପତି ।

ଓଡିଶା ଗସ୍ତର ଶେଷ ଦିନରେ ଆଜି ଓଡିଶା ଆଦିବାସୀଙ୍କ ସମସ୍ୟା ଶୁଣିବେ ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । 10ଟି ଜନଜାତି ସମୁଦାୟଙ୍କୁ ଭେଟିବେ ରାଷ୍ଟ୍ରପତି । ଏହା ପରେ ଭୁବନେଶ୍ବର ଉପକଣ୍ଠ ତମାଣ୍ଡୋରେ ରାଷ୍ଟ୍ରପତିଙ୍କ ପରବର୍ତ୍ତୀ କାର୍ଯ୍ୟକ୍ରମ ରହିଛି । ଦଶବାଟିଆ ସ୍ଥିତ ବ୍ରହ୍ମକୁମାରୀ ସେଣ୍ଟରର ଲାଇଟହାଉସ କମ୍ପ୍ଲେକ୍ସର ଶିଳାନ୍ୟାସ କରିବା ସହ ବ୍ରହ୍ମକୁମାରୀ ବରିଷ୍ଠ ସଦସ୍ୟଙ୍କ ସହ ଆଲୋଚନା କରି ମଧ୍ୟାହ୍ନ ଭୋଜନ କରିବେ ମହାମହିମ ରାଷ୍ଟ୍ରପତି । ତମାଣ୍ଡୋ ବାଲିଆପଡାରେ 'ଦି ଇୟର ଅଫ୍ ପଜିଟିଭ ଚେଞ୍ଜ' ଥିମ ଲଞ୍ଚ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହା ପରେ ଅପରାହ୍ନ 4ଟା 25ରେ ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଫେରିଯିବେ ।

ଏହା ବି ପଢନ୍ତୁ...Annual function of SCB Medical: ‘ଡାକ୍ତରୀ ଏକ ବୃତ୍ତି ନୁହେଁ ବ୍ରତ, SCB ଗରିବ ଲୋକଙ୍କ ବଡ ଆଶା ଭରସା’

ଏହା ବି ପଢନ୍ତୁ...ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ; ତ୍ୱରିତ ନ୍ୟାୟ ଉଭୟ ପୀଡ଼ିତ ଓ ନିର୍ଦ୍ଦୋଷଙ୍କୁ ସହାୟକ ହେବ କହିଲେ ରାଷ୍ଟ୍ରପତି

ଏହା ବି ପଢନ୍ତୁ...President Odisha Visit: ମେଡିକାଲ ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତିଙ୍କ ଆହ୍ବାନ, ଗାଁ ଗହଳି ଲୋକଙ୍କୁ ସେବା ଦେବାକୁ ଆଗଭର ହୁଅ

ପ୍ରକାଶଥାଉ କି, ଜୁଲାଇ 25ରୁ 3 ଦିନିଆ ଓଡିଶା ଗସ୍ତରେ ଆସିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସ୍ବାଗତ କରିଥିଲେ । ଏହାପରେ ରାଜଭବନରେ କିଛି ସମୟ ବିଶ୍ରାମ ନେଇ 'ଅତୁଟ ବନ୍ଧନ' ଅନୁଷ୍ଠାନ ସହାୟତାରେ ପଢୁଥିବା ମେଡିକାଲ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିଥିଲେ । ଏହା ପର ଦିନ ଅର୍ଥାତ ଜୁଲାଇ 26 ତାରିଖରେ ରଜଭବନରୁ ସଡକପଥରେ କଟକ ଗସ୍ତ କରିଥିଲେ । ସେଠାରେ କଟକର ଅଧିଷ୍ଠାତ୍ରୀ ଦେବୀ ମାଆ ଚଣ୍ଡୀଙ୍କୁ ଦର୍ଶନ କରିବା ପରେ ଓଡିଶା ହାଇକୋର୍ଟ 75ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହା ପରେ ଏସସିବି ମେଡିକାଲ କଲେଜ ଛାତ୍ରସଂସଦର ବାର୍ଷିକ ଉତ୍ସବରେ ଯୋଗ ଦେଇ ରାଜଭବନ ଫେରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 27, 2023, 12:56 PM IST

ABOUT THE AUTHOR

...view details