ଓଡିଶା

odisha

ETV Bharat / state

President Odisha Visit: 10ରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ ସମାରୋହ, ଯୋଗଦେବେ ରାଷ୍ଟ୍ରପତି - ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ

ଆସନ୍ତା ୧୦ ତାରିଖରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ ସମାରୋହ । ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅଧିକ ପଢନ୍ତୁ

President Odisha Visit
President Odisha Visit

By

Published : Feb 7, 2023, 4:06 PM IST

Updated : Feb 7, 2023, 4:27 PM IST

President Odisha Visit: 10ରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ ସମାରୋହ, ଯୋଗଦେବେ ରାଷ୍ଟ୍ରପତି

ଭୁବନେଶ୍ବର:ଆସନ୍ତା ୧୦ ତାରିଖରେ ଭୁବନେଶ୍ବର ଉତ୍କଳ ମଣ୍ଡପରେ ଜ୍ଞାନପ୍ରଭା ମିସନର ପ୍ରତିଷ୍ଠା ଦିବସ ସମାରୋହ ପାଳନ କରାଯିବ। ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରୁ ପ୍ରାୟ ୫ ହଜାର ଅତିଥି ଯୋଗ ଦେବାକୁ ଯୋଜନା ରହିଥିବା ବେଳେ ରାଷ୍ଟ୍ରପତି ଉତ୍ସବର ସାମିଲ ହୋଇ ଉଦବୋଧନ ଦେବେ । ଭୁବନେଶ୍ବର ଉତ୍କଳ ମଣ୍ଡପରେ ଏହି ସମାରୋହ ପାଳନ କରାଯିବ ବୋଲି ଜଣାପଡ଼ିଛି ।

ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୧୦ ତାରିଖ ସକାଳ ସାଢେ ୧୦ଟା ସମୟରେ ଉତ୍କଳ ମଣ୍ଡପରେ ଅନୁଷ୍ଠିତ ହେବ ଏହି କାର୍ଯ୍ୟକ୍ରମ । ଯେଉଁଥିରେ ରାଷ୍ଟ୍ରପତିଙ୍କ ସହ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ବର ମେୟର ସୁଲୋଚନା ଦାସ । ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୫ହଜାର ନିମନ୍ତ୍ରିତ ଅତିଥି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଏହା ବି ପଢନ୍ତୁ- ଆସୁଛନ୍ତି ମହାମହିମ ରାଷ୍ଟ୍ରପତି, ସରିଲା ଉଚ୍ଚସ୍ତରୀୟ ସମନ୍ବୟ ବୈଠକ

ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ଜ୍ଞାନପ୍ରଭା ମିଶନ ଏକ ମାତୃ ସଂଗଠନ। ଏହି ସଂଗଠନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମାତୃଶକ୍ତି ମଧ୍ୟରେ ଥିବା ସୁପ୍ତ ଆଧ୍ୟାତ୍ମିକ ଶକ୍ତିକୁ ସାଧନା ମାଧ୍ୟମରେ ଜାଗରିତ କରିବା ସହ ସମାଜ ମଙ୍ଗଳ କାର୍ଯ୍ୟରେ ନିୟୋଜିତ କରିବା । ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେବେ ରାଷ୍ଟ୍ରପତି। ସୂଚନା ଥାଉ କି ଆସନ୍ତା ୧୦ ଓ ୧୧ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ଦ୍ରୌପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି ହେବା ପରେ ରମାଦେବୀ ବିଶ୍ବ ବିଦ୍ୟାଳୟର ଏହା ତାଙ୍କର ପ୍ରଥମ ଗସ୍ତ। ନିଜେ ପଢ଼ୁଥିବା ବିଶ୍ବ ବିଦ୍ୟାଳୟରେ ପ୍ରଥମ ଥର ପାଦ ଦେବେ ରାଷ୍ଟ୍ରପତି । ଏ ନେଇ ବିଶ୍ବ ବିଦ୍ୟାଳୟରେ ଚାଲିଛି ପ୍ରସ୍ତୁତି।

୧୦ ତାରିଖରେ ରମାଦେବୀର ୨ୟ ସମାବର୍ତ୍ତନ ଉତ୍ସବ କାର୍ଯ୍ୟକ୍ରମରେ ଦିନ ୪ଟାରେ ଯୋଗ ଦେବେ ରାଷ୍ଟ୍ରପତି। ରମାଦେବୀ ବିଶ୍ବବିଦ୍ୟାଳୟର ୧ଘଣ୍ଟା କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ଏହା ସହ ୨୮ ଜଣ ଛାତ୍ରୀଙ୍କୁ ସ୍ଵର୍ଣ୍ଣପଦକ ଦେବା ସହ କିଛି ସମୟ ଉଦବୋଧନ ମଧ୍ୟ ଦେବେ। ରମାଦେବୀ ବିଶ୍ଵବିଦ୍ୟାଳୟରେ ୧୯୭୫ମସିହାରୁ ୧୯୭୯ ମସିହା ପର୍ଯ୍ୟନ୍ତ ମ୍ୟାଡ଼ମ ଦ୍ରୌପଦୀ ଏଠାରେ ପଢୁଥିଲେ। ରାଷ୍ଟ୍ରପତି ୨ ଦିନିଆ ଓଡିଶା ଗସ୍ତ ମଧ୍ୟରେ ୧୧ ତାରିଖ ଦିନ ଲିଙ୍ଗରାଜ ମନ୍ଦିର ଦର୍ଶନ କରିବା ସହ କଟକ ସ୍ଥିତ ଧାନ ଗବେଷଣା କେନ୍ଦ୍ର ମଧ୍ୟ ପରିଦର୍ଶନ କରିବେ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 7, 2023, 4:27 PM IST

ABOUT THE AUTHOR

...view details