ଓଡିଶା

odisha

ETV Bharat / state

ଦୁଇ ଦିନିଆ ଗସ୍ତ ସାରି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ - ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଦୁଇ ଦିନିଆ ଓଡି଼ଶା ଗସ୍ତ ସାରି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅଧିକ ପଢନ୍ତୁ

ଦିଲ୍ଲୀ ଫେରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଦିଲ୍ଲୀ ଫେରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

By

Published : Feb 11, 2023, 2:23 PM IST

Updated : Feb 11, 2023, 2:31 PM IST

ଭୁବନେଶ୍ବର:ଦୁଇ ଦିନିଆ ଓଡି଼ଶା ଗସ୍ତ ସାରି ଦିଲ୍ଲୀ ଫେରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କଟକ ସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ଆୟୋଜିତ ଦ୍ବିତୀୟ ଭାରତୀୟ ଧାନ କଂଗ୍ରେସ ସମ୍ମିଳନୀରେ ଯୋଗ ଦେବା ପରେ ରାଷ୍ଟ୍ରପତି ଦିଲ୍ଲୀ ଫେରିଛନ୍ତି । ସେ କଟକରୁ ହେଲିକପ୍ଟର ଯୋଗେ ସିଧାସଳଖ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲେ । ଏହି ସମୟରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହିଥିଲେ । ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ମହାମହିମ ଏହିଠାରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି ।

ଫେବୃୟାରୀ ୧୦ ତାରିଖରୁ ରାଷ୍ଟ୍ରପତି ମୁର୍ମୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିଲେ । ରାଷ୍ଟ୍ରପତି ଦିନ ୧୧ଟା ୪୫ ମିନିଟ୍ ସମୟରେ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବରରେ ପହଞ୍ଚିଥିଲେ । ସେଠାରୁ ସିଧାସଖଳ ଉତ୍କଳ ମଣ୍ଡପରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସରେ ଯୋଗ ଦେଇଥିଲେ । ରାଜଭବନରେ ଭୋଜନ କରିବା ପରେ ଅପରାହ୍ନ ୪ଟା ୧୫ରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଦ୍ବିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ ।

ଗସ୍ତର ଶେଷ ଦିନରେ ଆଜି ସକାଳେ ରାଷ୍ଟ୍ରପତି ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିଥିଲେ । ସେ ପ୍ରଥମେ ବିନ୍ଦୁ ସାଗର ଯାଇଁ ସେଠାରୁ ଖାଲି ପାଦରେ ଚାଲି ଚାଲି ଲିଙ୍ଗରାଜ ମନ୍ଦିରରେ ପହଞ୍ଚିଥିଲେ । ୩ ଜଣ ନିଯୋଗ ସମ୍ପାଦକ ତାଙ୍କୁ ସ୍ବାଗତ କରି ମନ୍ଦିର ଭିତରକୁ ପାଛୋଟି ନେଇଥିଲେ । ରାଷ୍ଟ୍ରପତି ପ୍ରଥମେ ସିଦ୍ଧି ବିନାୟକଙ୍କ ନିକଟରେ ପୂଜା କରିବା ପରେ ଗର୍ଭଗୃହରେ ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରି ଜଳାଭିଷେକ କରିଥିଲେ । ମହାମହିମ ମନ୍ଦିରରେ ପ୍ରାୟ ୩୦ ମିନିଟ୍ ଧରି ପୂଜାର୍ଚ୍ଚନା କରିଥିଲେ । ଏହାସହିତ ସେବାୟତଙ୍କ ପାଇଁ ଆଣିଥିବା ଉତ୍ତରୀୟ ପ୍ରଦାନ କରିଥିଲେ ।

ଏହାମଧ୍ୟ ପଢନ୍ତୁ: President visits Lingaraj temple: ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ରାଷ୍ଟ୍ରପତି, ଚାଲି ଚାଲି ବୁଲିଲେ ବିନ୍ଦୁ ସାଗର

ଲିଙ୍ଗରାଜ ମନ୍ଦିର ପରିଦର୍ଶନ ପରେ ରାଷ୍ଟ୍ରପତି ମୁର୍ମୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ କଟକ ଜାତୀୟ ଧାନ ଗବେଷଣା ଅନୁଷ୍ଠାନରେ ପହଞ୍ଚି ଏଠାରେ ଆୟୋଜିତ ଭାରତୀୟ ଦ୍ବିତୀୟ ଧାନ କଂଗ୍ରେସ ସମ୍ମିଳନୀକୁ ଉଦଘାଟନ କରିଥିଲେ । ଏହି ସମ୍ମିଳନୀରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ରାଜ୍ୟ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁଙ୍କ ଏହା ଦ୍ବିତୀୟ ଥର ଓଡି଼ଶା ଗସ୍ତ ଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 11, 2023, 2:31 PM IST

For All Latest Updates

ABOUT THE AUTHOR

...view details