ଖୋର୍ଦ୍ଧା: ଶୀତ ଋତୁର ଆଗମନରେ ଚିଲିକାରେ ଦେଖିବାକୁ ମିଳେ ବିଦେଶୀ ପକ୍ଷୀଙ୍କ କୋଳାହଳ । ରଙ୍ଗ ବେରଙ୍ଗର ପକ୍ଷୀଙ୍କ ଆଗମନ ଚିଲିକାର ସୌନ୍ଦର୍ଯ୍ୟକୁ ଆହୁରି ଦ୍ବିଗୁଣିତ କରିଥାଏ । ଏମାନଙ୍କ ସୁରକ୍ଷା ପାଇଁ ଆଗକୁ ଆସିଛି ପ୍ରେରଣା ଗ୍ରୀନ ଆର୍ମି । ବିଦେଶୀ ପକ୍ଷୀଙ୍କ ସ୍ବାଗତ କରିବା, ବୃକ୍ଷ ରୋପଣ କରିବା ସହ ପକ୍ଷୀ ଶିକାର ନ କରିବା ପାଇଁ ସଭା ଓ ଶୋଭାଯାତ୍ରା କରାଯାଇଛି ।
ଏସିଆ ମହାଦେଶର ସର୍ବଶ୍ରେଷ୍ଠ ହଦ୍ର ଚିଲିକା । ଏହା ଜୈବ ବିବିଧତାର କେନ୍ଦ୍ରସ୍ଥଳୀ। ପକ୍ଷୀଙ୍କ ଖାଦ୍ୟ ଅନ୍ବେଷଣ ପାଇଁ ଏହା ଏକ ଉପଯୁକ୍ତ ସ୍ଥାନ । ଏଠାକୁ ହଜାର ହଜାର ବିଦେଶୀ ପକ୍ଷୀ ଆସିଥାନ୍ତି । ପକ୍ଷୀଙ୍କୁ ସୁରକ୍ଷା ଦେଲେ ଏକ ସୁସ୍ଥ ସମାଜ ଗଠନ ହେବ । ପକ୍ଷୀଙ୍କ ସୁରକ୍ଷା ପାଇଁ ୧୦ ଗାଁ ବୁଲି ପ୍ରେରଣା ପକ୍ଷରୁ ଏକ ସାଇକେଲ ଶୋଭାଯାତ୍ରାରେ ଲୋକଙ୍କୁ ସଚେତନ କରାଯାଇଛି ।