ଓଡିଶା

odisha

ସବୁ ଜିଲ୍ଲାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ, ପ୍ରସ୍ତୁତ ରଖ ଆଇସିୟୁ ବେଡ

By

Published : Dec 25, 2022, 10:01 PM IST

ବିଭିନ୍ନ ଦେଶରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଛି । ତେଣୁ କୋଭିଡ୍ ସଂକ୍ରମଣକୁ ନେଇ ସତର୍କ ରହିବାକୁ କେନ୍ଦ୍ର ସରକାର ଦେଇଛନ୍ତି ନିର୍ଦ୍ଦେଶ । ଅଧିକ ପଢନ୍ତୁ

health department instructions
health department instructions

ଭୁବନେଶ୍ବର : କୋଭିଡ୍ ସଂକ୍ରମଣକୁ ନେଇ ସତର୍କ ରହିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଯେହେତୁ ବିଭିନ୍ନ ଦେଶରେ କୋଭିଡ ସଂଖ୍ୟା ବଢୁଛି । ତେଣୁ ଏଥିପାଇଁ ପ୍ରସ୍ତୁତି ଚାଲିଛି । ଏନେଇ ସମସ୍ତ ଜିଲ୍ଲାରେ 27 ତାରିଖ ଦିନ ମକ୍‌ଡ୍ରିଲ୍ କରାଯିବ । ଷ୍ଟାଫ୍ କେତେ ଅଛନ୍ତି ମେଡିକାଲରେ ବେଡ୍‌ କେତେ ରହିଛି , ଅକ୍ସିଜେନ କେତେ ପରିମାଣରେ ରହିଛି, ଔଷଧ କେତେ ପରିମାଣରେ ଅଛି ଏଭଳି ସମସ୍ତ ଜିନିଷ ସହ ଟେଷ୍ଟ୍‌ କିଟ୍‌ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ଏହି ସବୁକୁ ନେଇ ଆଜି ଏକ ବୈଠକରେ ସମସ୍ତ ଜିଲ୍ଲାକୁ ସତର୍କ କରାଯାଇଛି ।

ଅନ୍ୟପଟେ ଲୋକଙ୍କ ମଧ୍ୟରେ ସଚେତନତା ସହ ଟେଷ୍ଟ ମଧ୍ୟ ବଢାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ସ୍ଥାନରେ ଜ୍ଵରଥଣ୍ଡା ଭଳି କିଛି ଲକ୍ଷଣ ଦେଖାଯାଉଛି ସେହି ସ୍ଥାନରେ ଟେଷ୍ଟ କରାଯିବ । ରାଜ୍ୟରେ ଦ୍ବିତୀୟ ଲହର ସମୟରେ ଯେତିକି ଆବଶ୍ୟକ ହେଉଥିଲା, ସେହି ହିସାବରେ ଗୋଟିଏ ମାସ ପାଇଁ ଟେଷ୍ଟ ଓ ଔଷଧ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି । ଯଦି ସଂକ୍ରମଣ ବଢେ ତେବେ ଆହୁରି ମଧ୍ୟ ଔଷଧ ଆସିବ ।

ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, "ଲୋକମାନେ ଭୟଭୀତ ନ ହୁଅନ୍ତୁ । କାରଣ ରାଜ୍ୟରେ ଟୀକାକରଣ ଭଲ ଭାବରେ ହୋଇଛି। ସଂକ୍ରମଣ ବଢ଼ିଲେ ମଧ୍ୟ ଲୋକଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହିଛି। ଯେଉଁ ମାନଙ୍କର ଜ୍ଵର ହେଉ ଅବା ଥଣ୍ଡା ହେଉ ଘରେ ରୁହନ୍ତୁ ବାହାର ସ୍ଥାନ ରେ ଛେପ ପକାନ୍ତୁ ନାହିଁ । ଗହଳି ସ୍ଥାନକୁ ଗଲାବେଳେ ମାକ୍ସ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ।" ଏହି ବୈଠକରେ ପ୍ରତି ଜିଲ୍ଲାର ସିଡିଏମଓ, ମେଡିକାଲ କଲେଜ ଅଧିକ୍ଷକ, NHM ଓ OMSL ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details