ଓଡିଶା

odisha

ETV Bharat / state

70th Cooperative Week celebration: ‘ପ୍ରତି ଘରେ ପହଞ୍ଚିବ ସମବାୟ ବାର୍ତ୍ତା’ - ନିଖିଳ ଭାରତ ସମବାୟ ସପ୍ତାହ ପାଇଁ ପ୍ରସ୍ତୁତି ବୈଠକ

୧୪ ତାରିଖରୁ ୨୦ ତାରିଖ ପର୍ଯ୍ଯନ୍ତ ପାଳନ ହେବ ୭୦ତମ ନିଖିଳ ଭାରତ ସମବାୟ ସପ୍ତାହ ।ଲୋକସେବା ଭବନରେ ଏକ ପ୍ରସ୍ତୁତି ବୈଠକ କଲେ ବିଭାଗୀୟ ମନ୍ତ୍ରୀ । ଅଧିକ ପଢନ୍ତୁ

Cooperative Week celebration: ‘ପ୍ରତି ଘରେ ପହଞ୍ଚିବ ସମବାୟ ବାର୍ତ୍ତା ’
Cooperative Week celebration: ‘ପ୍ରତି ଘରେ ପହଞ୍ଚିବ ସମବାୟ ବାର୍ତ୍ତା ’

By ETV Bharat Odisha Team

Published : Nov 1, 2023, 9:05 PM IST

ଭୁବନେଶ୍ବର: ଚଳିତ ମାସ ୧୪ ତାରିଖରୁ ୨୦ ତାରିଖ ପର୍ଯ୍ଯନ୍ତ ୭୦ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ କରାଯିବ । ଏନେଇ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନରେ ଏକ ପ୍ରସ୍ତୁତି କମିଟି ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ ସମବାୟ ସପ୍ତାହ ପାଳନ ନେଇ ବିସ୍ତୃତ ଆଲୋଚନା କରାଯାଇଛି ।

ସମବାୟ ସଂସ୍ଥା ଗୁଡିକ ରାଜ୍ୟ ଅର୍ଥନୀତିର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ । ରାଜ୍ୟ ଅର୍ଥନୀତିରେ ସମବାୟ ଯୋଗଦାନ ଅର୍ଥନୀତିକୁ ପରିପୁଷ୍ଟ କରିଛି । ଏହା ସହିତ କୃଷକ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ଜୀବିକା ଅର୍ଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ରାଜ୍ୟ ତଥା ଦେଶର ଅର୍ଥନୀତିକୁ ଗତିଶୀଳ କରିବା ଦିଗରେ ସମବାୟର ମହତ୍ବପୂର୍ଣ୍ଣ ଅବଦାନ ରହିଛି । ତେଣୁ ସମବାୟ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବାର ଆବଶ୍ୟକତା ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ୫ଟି ଶାସନ ପଦ୍ଧତିରେ ଓଡିଶା ସରକାର ଏକ ନୂତନ ଓଡିଶା, ସଶକ୍ତ ଓଡିଶା ଗଠନ ଦିଗରେ ପ୍ରତିବଦ୍ଧତାର ସହ ବିକାଶର ଶୀର୍ଷତା ହାସଲ କରୁଥିବା ବେଳ ସମବାୟ କ୍ଷେତ୍ରରେ ମଧ୍ୟ ଓଡିଶାର ସମବାୟ ସ୍ଥାପତ୍ୟକୁ ଲୋକଙ୍କ ଆବଶ୍ୟକତା ସହିତ ସମତୁଲ କରି ବିକାଶ ଆଣିବା ପାଇଁ ଉଦ୍ୟମ ଜାରି ରଖିଛି ବୋଲି ବୈଠକରେ ଆଲୋଚନା ହୋଇଛି ।

ଓଡିଶା ଦେଶର ଅନେକ କୃଷିଭିତ୍ତିକ ଉନ୍ନତ ରାଜ୍ୟକୁ ବହୁ ପଛରେ ପକାଇଛି । ସମସ୍ତ ଆରଏମସି ଅଧୀନରେ ଏହାର କୃଷି ବଜାରରେ ୧୦୦% ଅନନ୍ୟ ସଫଳତା ହାସଲ କରିଛି । ଏଣୁ ସମବାୟର ବାର୍ତ୍ତା ଘରେ ଘରେ ପହଁଚାଇ ଏଥିରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରିବା ଲକ୍ଷ୍ୟ ରଖାଯାଇଛି । ଚଳିତ ବର୍ଷ ନିଖିଳ ଭାରତ ସମବାୟ ସପ୍ତାହ ପାଳନକୁ ବ୍ୟାପକ ଭାବେ ପାଳନ କରାଯିବା ନେଇ ବୈଠକରେ ଗୁରୁତ୍ବ ଆରୋପ କରାଯାଇଛି । ଏନେଇ ବିଭିନ୍ନ କାର୍ଯ୍ଯକ୍ରମ ଆୟୋଜନ କରାଯିବା ନିମନ୍ତେ ସ୍ଥରିକୃତ ହୋଇଥିବା ପ୍ରକାଶ । ଏହି ଅବସରରେ ଏକ ସ୍ମରଣିକା, ମାର୍ଗଦର୍ଶିକା ଓ ସମବାୟ ସମାଚାରର ସ୍ବତନ୍ତ୍ର ସଂଖ୍ୟା ମଧ୍ୟ ପ୍ରକାଶିତ ହେବ ।


ଏହା ମଧ୍ୟ ପଢନ୍ତୁ :- Cyber Fraud: ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସ୍ୱରକୁ ନକଲ କରି ଠକେଇ, ଅଭିଯୁକ୍ତ କିନ୍ନରକୁ ବାନ୍ଧିଲା ପୋଲିସ

ସମନ୍ବୟ ଓ ସହଯୋଗ ରକ୍ଷାକରି ସମବାୟ ସପ୍ତାହ ପାଳନକୁ ସଫଳ କରିବା ପାଇଁ ବିଭାଗୀୟ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ସମବାୟ ବିଭାଗ କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରଓ୍ବାଲ, ସ୍ବତନ୍ତ୍ର ସଚିବ ସନ୍ତୋଷ କୁମାର ମିଶ୍ର, ସମବାୟ ନିବନ୍ଧକ ଉଦ୍ଧବ ଚରଣ ମାଝି, ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ଟି.ପ୍ରସାଦ ଦୋରା, ସମବାୟ ୟୁନିୟନ ସଭାପତି ପ୍ରବାଶୀନୀ ଷଢଙ୍ଗୀ ଓ ଯୁଗ୍ମ ସଚିବ ସଂଗ୍ରାମ କେଶରୀ ରାଉତଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details