ଓଡିଶା

odisha

ETV Bharat / state

କଂଗ୍ରେସର ପରିବର୍ତ୍ତନ ସମାବେଶ: ପ୍ରସ୍ତୁତି ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା - କଂଗ୍ରେସର ପ୍ରସ୍ତୁତି ବୈଠକ

ଆସନ୍ତା ୨୭ ତାରିଖରେ ପରିବର୍ତ୍ତନ ସମାବେଶ କରିବ କଂଗ୍ରେସ। ଏହା ପୂର୍ବରୁ ବସିଥିବା ପ୍ରସ୍ତୁତି ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଛି। ଅଧିକ ପଢନ୍ତୁ

preparatory meeting by congress
ପରିବର୍ତ୍ତନ ସମାବେଶ ପୂର୍ବରୁ ପ୍ରସ୍ତୁତି ବୈଠକ

By ETV Bharat Odisha Team

Published : Oct 1, 2023, 10:57 PM IST

ଭୁବନେଶ୍ବର: ପରିବର୍ତ୍ତନ ସମାବେଶ ପାଇଁ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ବସିଛି ପ୍ରସ୍ତୁତି ବୈଠକ । ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ଜଟଣୀ ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ସୁରେଶ କୁମାର ରାଉତରାୟ । ଆସନ୍ତା ୨୭ ତାରିଖରେ ଖୋର୍ଦ୍ଧା ଜିଲ୍ଲାର ଗୀତା ଭବନ ପଡ଼ିଆରେ ଜିଲ୍ଲା କଂଗ୍ରେସ ପକ୍ଷରୁ ହେବ ପରିବର୍ତ୍ତନ ସମାବେଶ । ଏହା ପୂର୍ବରୁ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଛି ।

ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ଦ୍ୱୀପତଳ ଅନ୍ଧାର ପରି ଖୋର୍ଦ୍ଧା ଜିଲ୍ଲା ନବୀନ ଓ ମୋଦି ସରକାର ଉଦାସୀନତାରେ ଶିକାର ହୋଇଛି । ବେକାର ଯୁବକ ଯୁବତୀମାନଙ୍କ ପାଇଁ ନିଯୁ୍‌କ୍ତି ନାହିଁ । ସରକାରୀ ଯୋଜନାର ରୂପାୟନରେ ବ୍ୟାପକ ଦୁର୍ନୀତି ହେଉଛି । ସରକାରୀ ଶିକ୍ଷାନୁଷ୍ଠାନର ଦୂରାବସ୍ଥା କହିଲେ ନସରେ । ଏଠି ପ୍ରାଇଭେଟ ଶିକ୍ଷାନୁଷ୍ଠାନକୁ ସରକାର ପ୍ରୋତ୍ସାହନ ଦେଉଛନ୍ତି । ଆଇନ ଶୃଙ୍ଖଳା ଅତ୍ୟନ୍ତ ବିପର୍ଯ୍ୟସ୍ତ । ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସମସ୍ୟା, ରାଜ୍ୟର ଉତ୍କଟ ଗରିବୀ, ବେକାରୀ, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ଓ ଶିକ୍ଷା ବ୍ୟବସ୍ଥା, ମହଙ୍ଗାମାଡ଼ ପ୍ରଭୃତି ପ୍ରସଙ୍ଗରେ କଂଗ୍ରେସର ପରିବର୍ତ୍ତନ ସମାବେଶ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ସେହିପରି ଜିଲ୍ଲା କଂଗ୍ରେସ ସଭାପତି ସୁରେଶ କୁମାର ରାଉତରାୟ କହିଛନ୍ତି, "ଏଠି ବ୍ଲକ ବାରଣ୍ଡାକୁ ଅଣ ବିଜେଡ଼ି ଲୋକେ ଚଢ଼ି ପାରୁନାହାନ୍ତି । ବ୍ଲକ କାର୍ଯ୍ୟାଳୟ ଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ପରିଣତ ହୋଇଛି । ବିନା ଲାଞ୍ଚରେ ସରକାରୀ ଅଫିସରେ କାମ ହୋଇପାରୁ ନାହିଁ । ଜଟଣୀର ବହୁ ପରିବାରଙ୍କର ପୈତୃକ ସମ୍ପତ୍ତି ସରକାରଙ୍କର ଭୁଲ ନିଷ୍ପତି ପାଇଁ ଜଗନ୍ନାଥ ଜମିରେ ପରିଣତ ହୋଇଯାଇଛି । ଯାହା ଫଳରେ ଏହି ସମ୍ପତ୍ତିର ମାଲିକମାନେ ଜମିକୁ ପୁଅ ବାହାଘର, ଝିଅ ବାହାଘର, ରୋଗବ୍ୟାଧି, ପାଠପଢ଼ା ପ୍ରଭୃତି କାର୍ଯ୍ୟରେ ଆବଶ୍ୟକ ହେଲେ ବିକ୍ରୟ କରିପାରୁ ନାହାନ୍ତି । ଏଠାକାର ମୂଳବାସିନ୍ଦା ମାନଙ୍କର ଜମିକୁ ସରକାର ସେମାନଙ୍କ ନାମରେ ଫେରାଇ ଦେବାକୁ ଏହି ସଭାରେ ଦାବି ରହିବ ।"

ଏହା ବି ପଢନ୍ତୁ...କାଲିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ବିକାଶର ମୁଦ୍ଦା ନେଇ ଘରେ ଘରେ ପହଞ୍ଚିବ ଶଙ୍ଖ କ୍ୟାମ୍ପ

ଏହି ସାଧାରଣ ସଭାରେ ଓଡ଼ିଶା ପ୍ରଭାରୀ ତଥା ସାଂସଦ ଡା. ଏ ଚେଲ୍ଲା କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି, କଂଗ୍ରେସ ବିଧାୟକ, ଏଆଇସିସିର କର୍ମକର୍ତ୍ତା, ବରିଷ୍ଠ କଂଗ୍ରେସ ନେତା, ପୂର୍ବତନ ସାଂସଦ, ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ, ମହିଳା କଂଗ୍ରେସ, କଂଗ୍ରେସର ସମସ୍ତ ଛାମୁଆ ସଂଗଠନ, ପ୍ରକୋଷ୍ଠ ଓ ବିଭାଗର ମୁଖ୍ୟ ଏବଂ ଅନ୍ୟାନ୍ୟ ପଦାଧିକାରୀମାନେ ଯୋଗଦେବେ । ବିଭିନ୍ନ ବ୍ଲକରୁ କଂଗ୍ରେସ କର୍ମୀ, କୃଷକ, ବେକାରୀ ଯୁବକ ଯୁବତୀ, ଛାତ୍ର, ମହିଳା, ବ୍ୟବସାୟୀ, ବୁଦ୍ଧିଜୀବି ଓ ବିଭିନ୍ନ ବର୍ଗର ଲୋକ ଏହି ସାଧାରଣ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତେବେ ଆଜିର ପ୍ରସ୍ତୁତି ବୈଠକରେ ପିସିସି ସଭାପତି, ବିଧାୟକ ସୁରେଶ ରାଉତରାୟ , ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବ୍ଲକ କଂଗ୍ରେସ ସଭାପତି, ପିସିସି ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ, ପୃଥ୍ୱୀ ବଲ୍ଲଭ ପଟ୍ଟନାୟକଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ଯୋଗ ଦେଇଥିଲେ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details