ଓଡିଶା

odisha

ETV Bharat / state

Christmas Celebration: ଦିନକ ପରେ ଖ୍ରୀଷ୍ଟମାସ, ସଜେଇ ହେଲାଣି ରାଜଧାନୀ - ଖ୍ରୀଷ୍ଟମାସ

ଆଉ ଦିନକ ପରେ ପାଳିତ ହେବ ବଡ଼ଦିନ ବା ଖ୍ରୀଷ୍ଟମାସ (Christmas Celebration) । ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ଏହି ପବିତ୍ର ଦିନକୁ ପାଳନ କରିବା ଲାଗି ସଜେଇ ହେଲାଣି ରାଜଧାନୀ ଭୁବନେଶ୍ବର । ଅଧିକ ପଢନ୍ତୁ

Christmas Celebration
Christmas Celebration

By

Published : Dec 23, 2022, 8:27 PM IST

Updated : Dec 23, 2022, 9:04 PM IST

Christmas Celebration:

ଭୁବନେଶ୍ବର:ଆଉ ଦିନକ ପରେ ପାଳିତ ହେବ ବଡ଼ଦିନ ବା ଖ୍ରୀଷ୍ଟମାସ (Christmas Celebration) । ଏହି ଦିନକୁ ଧୁମଧାମରେ ପାଳନ କରିବା ଲାଗି ରାଜଧାନୀରେ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ବିଭିନ୍ନ ଚର୍ଚ୍ଚ ଓ ମଲ୍‌ରେ ମଧ୍ୟ ସାଜସଜ୍ଜା ଦେଖିବାକୁ ମିଳିଛି । ଖ୍ରୀଷ୍ଟମାସ ସାମଗ୍ରୀ କିଣିବାକୁ ଦୋକାନରେ ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ସାମଗ୍ରୀର ଦର ଅଧିକ ରଖାଯାଇଥିବା ବେଳେ ଲୋକେ କିଣୁଥିବା ନେଇ କହିଛନ୍ତି ବ୍ୟବସାୟୀ ।

କୋରୋନା ପାଇଁ ୨ବର୍ଷ ଭିତରେ ଉତ୍ସବ ଫିକା ପଡ଼ିଯାଇଥିବା ବେଳେ ଚଳିତବର୍ଷ ବଡ଼ଦିନ ବେଶ ଆଡ଼ମ୍ବର ସହକାରେ ପାଳନ ହେବ। ଏଥିପାଇଁ ସଜେଇ ହେଲାଣି ଚର୍ଚ୍ଚ ଆଉ ପ୍ରାର୍ଥନା ଗୃହ । ଆଉ ରାଜଧାନୀର ରାଜରାସ୍ତାଠୁ ଆରମ୍ଭ କରି ଦୋକାନ ସବୁଠି ବିକ୍ରି ହେଲାଣି ଖ୍ରୀଷ୍ଟମାସ ସାମଗ୍ରୀ । ଆଉ ଏହି ସାମଗ୍ରୀକୁ କିଣିବାକୁ ରାଜଧାନୀବାସୀ ଲାଗି ପଡ଼ିଛନ୍ତି । ଭଳିକି ଭଳି ସାମଗ୍ରୀକୁ ନେଇ ଦୋକାନ ଝଲସୁଛି । ଦୋକାନ ବଜାରରେ ଅଧିକାଂଶ ଛୋଟ ଛୋଟ ପିଲାଙ୍କ ଭିଡ ଜମିଛିଷ ସାନ୍ତା ସମସ୍ତଙ୍କ ୱିସ ବା ଇଚ୍ଛା ପୂରଣ କରନ୍ତି ବୋଲି ବିଶ୍ବାସ ରହିଥିବାରୁ ପିଲାମାନେ ସାନ୍ତା କିଣିବାକୁ ବେଶ ପସନ୍ଦ କରିଥାନ୍ତି । ଏହାକୁ ନେଇ ବଜାରରେ ଡ୍ୟାନ୍ସିଂ ଓ ଏୟାର୍‌ ସାନ୍ତା ବିକ୍ରି ହେଉଛି ।

ଏହା ବି ପଢନ୍ତୁ- ତିନି ଜଣ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଅଟଳ ସମ୍ମାନ ଦେବ ବିଜେପି

ଏହାସହ ବିଭିନ୍ନ ରଙ୍ଗରେ ଝଲମଲ କରୁଥିବା ଖ୍ରୀଷ୍ଟମାସ ଟ୍ରି ସାଙ୍ଗକୁ ଟୋପି, ଚଷମା ଏବଂ କେକ୍‌, ଚକୋଲେଟ୍‌ ଆଦି ବଜାରରେ ମିଳୁଥିବା ବେଳେ ଏଥର ଦର ଅଧିକ ଥିଲେ ବି ଲୋକେ ଉତ୍ସାହର ସହ କିଣୁଛନ୍ତି । ଏଥିଲାଗି ଚଳିତ ବର୍ଷ ଭଲ ବ୍ୟବସାୟ ନେଇ ବ୍ୟବସାୟୀ ଆଶା ରଖିଛ୍ତି । ଅନ୍ୟପଟେ ଏଥର ପ୍ରଭୁ ଯୀଶୁଙ୍କୁ ସ୍ବାଗତ କରିବା ପାଇଁ ସହରରେ ଥିବା ଚର୍ଚ୍ଚଗୁଡ଼ିକୁ ନୂଆ ରଙ୍ଗ କରିବା ସହ ଆଲୋକମାଳାରେ ସଜାଇବା କାମ ଆରମ୍ଭ ହୋଇଛି । ରାଜଧାନୀର ସତ୍ୟ ନଗରର କ୍ୟାଥଲିକ ଚର୍ଚ୍ଚରେ ନୂଆ ରୂପ ସମସ୍ତଙ୍କୁ ବେଶ ଆକର୍ଷିତ କରୁଛି ।

ଅନ୍ୟପଟେ ବଡ଼ଦିନ ପାଳନ ପାଇଁ ରାଜଧାନୀର ବିଭିନ୍ନ ହୋଟେଲ ମଧ୍ୟ ସଜେଇ ହୋଇଛି । ରାଜଧାନୀବାସୀଙ୍କ ଉତ୍ସବ ପାଇଁ ଫୁଲ ଦମରେ ଲାଗିପଡିଛନ୍ତି ହୋଟେଲର ସଦସ୍ୟ । ହୋଟେଲକୁ ଅତି ସୁନ୍ଦର ଭାବେ ସାନ୍ତା ବେଲୁନ ଚକୋଲେଟ ଓ ଖେଳନାରେ ଭଳିକି ଭଳି ଆଲୋକରେ ସଜାଇଛନ୍ତି । ସବୁଠାରୁ ବଡ଼କଥା ହେଉଛି ପବିତ୍ର ବଡଦିନର ଖୁସିକୁ ଆଉ ଟିକେ ଦ୍ବିଗୁଣିତ କରିବ ପାଇଁ ହୋଟେଲ ପକ୍ଷରୁ ସ୍ବତନ୍ତ୍ର ଘୋଡା ଗାଡି ବା ରଥ ପ୍ରସ୍ତୁତ କରାଯାଇଛି। ସର୍ବଧର୍ମର ସମନ୍ବୟ ହେଉଛି ଭାରତ । ତେଣୁ କେବଳ ଖ୍ରୀଷ୍ଟ ଧର୍ମାବଲମ୍ବୀ ନୁହେଁ ବରଂ ଅନ୍ୟ ସମ୍ପ୍ରଦାୟର ଲୋକେ ମଧ୍ୟ ଏହି ପବିତ୍ର ଦିନକୁ ଖୁସିର ସହକାରେ ପାଳନ କରନ୍ତି । ବିଶେଷ ଭାବେ ଏହି ପର୍ବ ପିଲାମାନଙ୍କୁ ବେଶୀ ଆନନ୍ଦ ଦେଇଥାଏ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 23, 2022, 9:04 PM IST

ABOUT THE AUTHOR

...view details