ଖୋର୍ଦ୍ଧା: ପ୍ରସୂତିଙ୍କୁ ଅସଦାଚରଣ କରି ଗିରଫ ହୋଇଛନ୍ତି ଖୋର୍ଦ୍ଧାର ପୂର୍ବତନ ସିଡିଏମଓ ତଥା ଡାକ୍ତର ବୈଦ୍ୟନାଥ ନାୟକ । ତେବେ ଡାକ୍ତରଙ୍କ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏଥିରେ ଡାକ୍ତର ଜଣକ ଦଣ୍ଡବତ କରି ଭୁଲ ମାଗୁଥିବା ଦେଖିବାକୁ ମିଳିଛି । ନିଜ କାର୍ଯ୍ୟକଳାପ ପାଇଁ ସମସ୍ତଙ୍କୁ ଭୁଲ ମାଗିଛନ୍ତି । ଉକ୍ତ ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ପ୍ରସୂତିଙ୍କୁ ଅସଦାଚରଣ ଘଟଣା, ଭାଇରାଲ ହେଉଛି ଡାକ୍ତରଙ୍କ ଭିଡିଓ