ଖୋର୍ଦ୍ଧା:ଶ୍ବଶୁର ଘରେ ବୋହୂକୁ ହତ୍ୟା । ଗର୍ଭବତୀ ମହିଳାଙ୍କୁ ପିଟିପିଟି ହତ୍ୟା କରିଥିବା ଥାନାରେ ଅଭିଯୋଗ । ଶ୍ବଶୁର ଘର ଲୋକେ 6 ମାସର ଗର୍ଭବତୀ ବୋହୂକୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ପରିବାର ଲୋକେ । ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ନିଜିଗଡ ତାପଙ୍ଗ ଗଡ ସାହିରେ ଏପରି ଘଟଣା ଘଟିଥିବା ସୂଚନା ମିଳିଛି । ଥାନାରେ ଅଭିଯୋଗ ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ମୃତ ମହିଳାଙ୍କ ସ୍ବାମୀକୁ ଅଟକ ରଖିଛି ପୋଲିସ । ମହିଳାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । ଅଧିକ ଯୌତୁକ ଦାବି କରି ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।
ଏହା ମଧ୍ୟ ପଢନ୍ତୁ-ବୋହୂକୁ ହତ୍ୟା କରି ଆତ୍ମହତ୍ୟା ରୂପ ଦେଉଥିଲେ ଶାଶୂଘର !
ମିଳିଥିବା ସୂଚନା ଅନୁଯାୟୀ, ଗତ ଫେବୃୟାରୀ ମାସ 10 ତାରିଖ ନିରାକାରପୁର ଥାନା ଯାଜପୁର ଗ୍ରାମର କଣ୍ଡୁରୀ ମହତରାୟଙ୍କ ଝିଅ ଅହଲ୍ୟା ନିଜିଗଡ ତାପଙ୍ଗର ରଘୁନାଥ ପାହାନ୍ତା ସିଂହଙ୍କ ପୁଅ ସର୍ବେଶ୍ୱରଙ୍କୁ ବିବାହ କରିଥିଲେ । ସେ 6 ମାସର ଗର୍ଭବତୀ ଥିଲେ । ବାହାଘର ସମୟରେ ପୁଅ ଘର ପକ୍ଷରୁ ଯୌତୁକ ଦିଆଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଅଧିକ ଯୌତୁକ ଦାବି କରି ଅହଲ୍ୟାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ ଶ୍ବଶୁର ଘର ଲୋକେ । ଏପରିକି ମୃତକ ମହିଳାଙ୍କୁ ତାଙ୍କ ପରିବାର ସହ କଥା ହେବାକୁ ଦେଉନଥିବା କହିଛନ୍ତି ମୃତକଙ୍କ ମାଆ ।