ଓଡିଶା

odisha

ETV Bharat / state

Chandrayaan-3 Mission Successful : ଜୁମା ମସଜିଦରେ ସମୂହ ନମାଜ ପାଠ - ଚନ୍ଦ୍ରଯାନ 3 ର ସଫଲ ଅବତରଣ ପାଇଁ ପୂଜାର୍ଚ୍ଚନା

ଚନ୍ଦ୍ରଯାନ-3ର ସଫଳ ଲ୍ୟାଣ୍ଡିଂ ପାଇଁ ଭୁବନେଶ୍ବରର ୟୁନିଟ ୪ ସ୍ଥିତ ଜୁମା ମସଜିଦରେ ସମୂହ ନମାଜ ପାଠ କରିଛନ୍ତି ମୁସଲମାନ ସମ୍ପ୍ରଦାୟ।ଚନ୍ଦ୍ରଯାନର ସଫଳ ଅବତରଣ ପାଇଁ ପ୍ରାର୍ଥନା କରାଯାଇଛି। ଅଧିକ ପଢନ୍ତୁ

ଜୁମା ମସଜିଦରେ ସମୂହ ନମାଜ ପାଠ
ଜୁମା ମସଜିଦରେ ସମୂହ ନମାଜ ପାଠ

By ETV Bharat Odisha Team

Published : Aug 23, 2023, 6:48 PM IST

ଜୁମା ମସଜିଦରେ ସମୂହ ନମାଜ ପାଠ

ଭୁବନେଶ୍ୱର: ଚନ୍ଦ୍ରଯାନ-3ର ସଫଳ ଲ୍ୟାଣ୍ଡିଂ ପରେ ମସଜିଦରେ ସମୂହ ନମାଜ ପାଠ କରିଛନ୍ତି ମୁସଲମାନ ସମ୍ପ୍ରଦାୟ । ଭୁବନେଶ୍ବରର ୟୁନିଟ ୪ ସ୍ଥିତ ଜୁମା ମସଜିଦରେ ଚନ୍ଦ୍ରଯାନର ଅବତରଣ ପାଇଁ ସଫଳତା କାମନା କରାଯାଇଥିଲା । ବିଜ୍ଞାନ କ୍ଷେତ୍ରରେ ଇତିହାସ ରଚିବା ଦିଗରେ ଭାରତ ଆଗେଇ ଚାଲିଥିବାବେଳେ ଚନ୍ଦ୍ରଯାନ-3ର ଲ୍ୟାଣ୍ଡର ବିକ୍ରମ ଆଜି ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ । ଚନ୍ଦ୍ରଯାନ-3ର ଏହି ଅବତରଣ ପାଇଁ କାଶ୍ମୀରଠାରୁ ଆରମ୍ଭ କରି କନ୍ୟାକୁମାରୀ ପର୍ଯ୍ୟନ୍ତ ସବୁଠି ଚାଲିଛି ପୂଜାର୍ଚ୍ଚନା । ଆଉ ଭାରତ ଇତିହାସ ରଚିବା ଅପେକ୍ଷାରେ ରହିଛନ୍ତି ପ୍ରତିଟି ଭାରତୀୟ । ଏନେଇ ଦେଶବାସୀଙ୍କ ମନରେ ଉତ୍ସାହର ମାହୋଲ ରହିଥିଲାବେଳେ ଭାରତର ସଫଳତା କାମନା କରି ସମସ୍ତେ ନମାଜ ପାଠ କରିଥିବା ଦେଖାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ...ଚନ୍ଦ୍ରଯାନ-୩ର ସଫଳତା କାମନା କଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ

ତେବେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା କରାଯାଉଛି । ହିନ୍ଦୁ ସମ୍ପ୍ରଦାୟର ଲୋକେ ମନ୍ଦିରକୁ ଯାଇ ଭଗବାନଙ୍କ ନିକଟରେ ପୂଜାର୍ଚ୍ଚନା କରିଥିବାବେଳେ ମୁସଲମାନ ସମ୍ପ୍ରଦାୟର ଲୋକେ ମଧ୍ୟ ମସଜିଦରେ ସମୂହ ନମାଜ ପାଠ କରିଥିବା ଦେଖିବାକୁ ମିଳିଥିଲା । ଦେଶର ଏହି ଐତିହାସିକ ମୁହୂର୍ତ୍ତକୁ ସମସ୍ତେ ଅପେକ୍ଷା କରି ରହିଥିଲେ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପ୍ରତିଟି ଭାରତୀୟଙ୍କ ମଧ୍ୟରେ ଦେଶର ସଫଳତା ପାଇଁ ରହିଥିଲା ଉତ୍ସାହ । ସବୁ ବର୍ଗ ଓ ସବୁ ଧର୍ମର ଲୋକେ ପ୍ରଭୁଙ୍କୁ ଆରଧନା କରି ଚନ୍ଦ୍ରଯାନ-3ର ସଫଳ ଅବତରଣ କାମନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ..Chandrayaan-3: ସଫ୍ଟଲ୍ୟାଣ୍ଡିଂ ପାଇଁ ପୂଜାର୍ଚ୍ଚନା, 'ଭାରତ ମାତା କି ଜୟ' ନାରାରେ କମ୍ପୁଛି ସାରା ରାଜ୍ୟ

ଭାରତ ଭଳି ସାର୍ବଭୌମ ଓ ଆଧ୍ୟାତ୍ମିକତା ରାଷ୍ଟ୍ରରେ ସବୁ ଧର୍ମାବଲମ୍ବୀ ଚନ୍ଦ୍ରଜାନ-3 ର ସଫଳ ଅବତରଣକୁ ନେଇ ଈଶ୍ଵରଙ୍କ ପ୍ରାର୍ଥନା କରୁଥିବାବେଳେ ଭୁବନେଶ୍ୱରର ୟୁନିଟ-୪ ସ୍ଥିତ ଜୁମା ମସଜିଦରେ ନମାଜ ପାଠ ସହ ଆଲ୍ଲାଙ୍କୁ ଆରାଧନା କରିଛନ୍ତି ମୁସଲମାନ ସମ୍ପ୍ରଦାୟର ଲୋକେ । ସମସ୍ତ ମୁସଲମାନ ଧର୍ମାବଲମ୍ବୀ ଅଖଣ୍ଡ ଭାରତର ଏହି ସ୍ୱର୍ଣ୍ଣିମ ଇତିହାସର ପୃଷ୍ଠାକୁ ବଳିଷ୍ଠ ଓ ସଫଳ କରିବା ପାଇଁ ଏକସ୍ୱରରେ ଆଲ୍ଲାଙ୍କୁ ଡାକିଛନ୍ତି । ସେହିପରି ହିନ୍ଦୁ ଏବଂ ଅନ୍ଯାନ୍ୟ ଧର୍ମାବଲମ୍ବୀ ପ୍ରଭୁଙ୍କ ପାଖରେ ଚନ୍ଦ୍ରଯାନ-3ର ସଫଳତା କାମନା କରିଛନ୍ତି । ଏହାସହ ରାଜଧାନୀ ଭୁବନେଶ୍ବର ସମେତ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ମଧ୍ୟ ହାତରେ ପତାକା ଧରି 'ଭାରତ ମାତା କି ଜୟ' ନାରା ଦେଇ ଦେଶର ସଫଳତା କାମନା କରିଥିବା ଦେଖିବାକୁ ମିଳିଛି । ତେବେ ଏହି ମିଶନ ସଫଳ ହେଲେ ସମସ୍ତ ଦେଶକୁ ପଛରେ ପକାଇ ଭାରତ ଇତିହାସ ରଚିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details