ଓଡିଶା

odisha

ETV Bharat / state

ଆଜି ପବିତ୍ର ପ୍ରଥମାଷ୍ଟମୀ, ପୋଢୁଆଁଙ୍କ ବନ୍ଧାଣ ସହ ମହକୁଛି ଏଣ୍ଡୁରି - ପ୍ରଥମାଷ୍ଟମୀ

ଓଡ଼ିଶାର ପୁର ଠାରୁ ପଲ୍ଲି ପର୍ଯ୍ୟନ୍ତ ଘରେଘରେ ପାଳନ ହେଉଛି ଗଣପର୍ବ ପ୍ରଥମାଷ୍ଟମୀ । ଖୋର୍ଦ୍ଧାରେ ମଧ୍ୟ ବିଭିନ୍ନ ସ୍ଥାନରେ ଉତ୍ସାହର ସହ ପାଳନ କରାଯାଉଛି ଅଷ୍ଟମୀ । ଅଧିକ ପଢନ୍ତୁ

ପ୍ରଥମାଷ୍ଟମୀ
ପ୍ରଥମାଷ୍ଟମୀ

By

Published : Nov 16, 2022, 11:06 PM IST

ଖୋର୍ଦ୍ଧା : ଆଜି ପବିତ୍ର ପ୍ରଥମାଷ୍ଟମୀ । ଓଡ଼ିଶାର ପୁର ଠାରୁ ପଲ୍ଲି ପର୍ଯ୍ୟନ୍ତ ଘରେଘରେ ପାଳନ ହେଉଛି ଗଣପର୍ବ ପ୍ରଥମାଷ୍ଟମୀ । ଏହାକୁ ଆନନ୍ଦର ସହ ପାଳନ କରିବା ସହିତ ଘରର ଜ୍ୟେଷ୍ଠ ସନ୍ତାନଙ୍କୁ ନୂଆ ଜାମା ପରିଧାନ କରାଯିବା ସହ ବନ୍ଦାପନା କରାଯାଏ । ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ପ୍ରଥମାଷ୍ଟମୀକୁ ବେସ ଉତ୍ସାହର ସହ ପାଳନ କରାଯାଇଛି ।

ପ୍ରଥମାଷ୍ଟମୀ

ସକାଳୁ ଘରର ଗୃହିଣୀମାନେ ବୃନ୍ଦାବତୀ ଓ ଶୀଳ ନିକଟରେ ମୁରୁଜ ଆଉ ଝୋଟି ପକାଇ ସଜାଇଛନ୍ତି । ଏହାସହ ପୂଜାଘରେ ଲଷ୍ମୀ ଠାକୁରାଣୀଙ୍କୁ ପୂଜା କରାଯାଇ ନୂଆ ଡ୍ରେସକୁ ପୂଜା କରି ଘରର ବଡ ସନ୍ତାନଙ୍କୁ ବନ୍ଦାପନା କରାଯାଇଛି । ଏହି ଦିନ ଜ୍ୟେଷ୍ଠ ସନ୍ତାନର ଦୀର୍ଘଜୀବନ କାମନା କରି ଷଷ୍ଠୀଦେବୀଙ୍କର ପୂଜା କରାଯାଏ । । ମାମୁଁ ଘରୁ ଆସିଥିବା ନୂଆ ବିରି ଓ ଚାଉଳରେ ପିଠା କରାଯାଇ ପୂଜା କରାଯିବାର ପରମ୍ପରା ରହିଛି । ଏହାଦ୍ବାରା ବଡ଼ମାନଙ୍କ ପ୍ରତି ସମ୍ମାନ ରହିଥାଏ । ଘରେ ଘରେ ବାସେ ଏଣ୍ଡୁରି ପିଠା ମହକ । ଛୋଟ ପିଲାମାନେ ନୂଆ ଡ୍ରେସପିନ୍ଧି ବହୁତ ଖୁସି ମନାଇ ଥିବା ଦେଖାଦେଇଛି ।

ଏହା ମଧ୍ୟ ପଢନ୍ତୁ: ମାଙ୍କନ ଦାଖଲ ପାଇଁ ଛକାପଞ୍ଝା: ଆଜି ପ୍ରାର୍ଥୀପତ୍ର ଦାଖଲ କରିବନି ବିଜେଡି !

ପାରମ୍ପରିକ ରୀତିନୀତି ଅନୁସରା, ପ୍ରଥମାଷ୍ଟମୀରେ ଲିପାପୋଛା କରାଯାଇ ପ୍ରଥମେ ଝୋଟି ଅଙ୍କା ଯାଇଥାଏ । ସେଠାରେ ଏକ ପିଢା ପକାଯାଇ ଘରର ଜ୍ୟେଷ୍ଠ ସନ୍ତାନକୁ ବନ୍ଧାପନା କରାଯାଇଥାଏ । ଏହାପରେ ଶିଳପୁଆକୁ ପୂଜା କରାଯାଇ ଏଣ୍ଡୁରି ପିଠା, ଖିରୀ , ଆରିଷା ଆଦି ଭୋଗ କରାଯାଇଥାଏ ।ବନ୍ଦାପନା ପରେ ଜ୍ୟେଷ୍ଠ ସନ୍ତାନ ଷଠୀ ଦେବୀଙ୍କୁ ମୁଣ୍ଡିଆ ମାରିବା ସହିତ ପିତାମାତାଙ୍କୁ ଓ ଗୁରୁଜନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରନ୍ତି । ପରିବାରର ଜ୍ୟେଷ୍ଠ ପୁତ୍ର ବା ଜ୍ୟେଷ୍ଠା କନ୍ୟାର ନବବସ୍ତ୍ର ପରିଧାନ ଓ ବନ୍ଦାପନା ହେବାର ଏହି ବିଶେଷ ବିଧିକୁ ‘ପଢୁଆଁ ହେବା’ କହିଥାନ୍ତି ।

ପ୍ରତିବର୍ଷ ଆଜିର ଦିନରେ ଶ୍ରୀମନ୍ଦିରରରେ ବଡ ଠାକୁରଙ୍କ ମଧ୍ୟ ପୋଢୁଆଁ ହୁଅନ୍ତି । ପିଲାମାନେ ନୂଆ ଡ୍ରେସ ପିନ୍ଧି ପିଠା ଓ ମିଠା ଖାଇ ଏହି ଦିନକୁ ପାଳନ କରୁଥିବାରୁ ବେସ୍‌ ଖୁସି ଥିବା କହିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details