ଭୁବନେଶ୍ବର:ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ମାମଲା ଓ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସେତ୍ସସ୍କାଣ୍ଡାଲକୁ ନେଇ ଶନିବାର ଆନ୍ଧୋଳନରୁ ଜୋରଦାର କରିଥିଲା ବିଜେପି । ଧର୍ମେନ୍ଦ୍ରଙ୍କ ମୃତ୍ୟୁ ମାମଲାରେ ଗଣ ଶିକ୍ଷାମନ୍ତ୍ରୀ ସମୀର ଦାସଙ୍କୁ ତଦନ୍ତ ପରିସର ଭୁକ୍ତ କରିବା ସହ ସେକ୍ସ ସାମ୍ରାଜ୍ୟ ବିସ୍ତାର କରିଥିବା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଙ୍କ ପୁରା ଘଟଣାର ପର୍ଦ୍ଦାଫାସ ଦାବିରେ ଭାରତୀୟ ଜନତା ପାର୍ଟି ଭୁବନେଶ୍ବର-କଟକ ପୋଲିସ କମିଶନରଙ୍କ କାର୍ଯ୍ୟାଳୟ ଆଗରେ ଅହୋରାତ୍ର ଧାରଣ ଦେଇଥିଲା । ତେବେ ବିଜେପି ବାରମ୍ଭାର ପ୍ରତିବାଦ କରୁଥିବାରୁ ଏହାକୁ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ।
ପ୍ରଶାନ୍ତ ମୁଦୁଲି କହିଛନ୍ତି , "ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବିରୋଧୀ ଦଳ ଭାବେ ସେମାନେ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି । ଘଟଣା ଉପରେ ସରକାର ଓ ପୋଲିସ ଯେତେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ତାକୁ ତର୍ଜମା କଲେ ସରକାର ଘଣ୍ଟ ଘୋଡାଇ ବାକୁ ଚେଷ୍ଟା କରୁନାହାନ୍ତି । ଯେତେ ପ୍ରସଙ୍ଗ ଆସୁଛି ସରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଓ ତଦନ୍ତ ତା ବାଟରେ ଚାଲିଛି । ଆଇନ ଶୃଙ୍ଖଳା ପରିସ୍ଥିତି ଓ ଅପରାଧ କ୍ଷେତ୍ରରେ ସରକାର ଶୂନ୍ୟ ସହନଶୀଳତାକୁ ଗୁରୁତ୍ଵ ଦେଉଛନ୍ତି । ତାଙ୍କ ନିକଟରେ କିଛି ପ୍ରସଙ୍ଗ ନାହିଁ । ବିରୋଧୀ ଦଳ ଭାବେ ସେ ତାଙ୍କ କାମ କରୁଛନ୍ତି । ଧାମନଗର ଉପନିର୍ବାଚନରେ ତାଙ୍କର ଯେପରି ଦୟନୀୟ ସ୍ଥିତି ହେବାକୁ ଯାଉଛି ତାଉପରୁ ଦୃଷ୍ଟି ଏଡାଇବାକୁ ସେମାନେ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି । ତାଙ୍କ ୪୮ ଘଣ୍ଟା ମହଲତ ଉପରେ ସରକାର କାର୍ଯ୍ୟ କରିବେନି । ବିଭାଗ ତଦନ୍ତ କରି ଉଚିତ୍ ସମୟରେ କାର୍ଯ୍ୟାନୁଷ୍ଠାନ ନେବ ।"