ଓଡିଶା

odisha

By ETV Bharat Odisha Team

Published : Sep 21, 2023, 11:24 AM IST

Updated : Sep 21, 2023, 4:34 PM IST

ETV Bharat / state

ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପ୍ରମିଳା ମଲ୍ଲିକ, ସୁଦାମ ମାରାଣ୍ଡିଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ବ

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପ୍ରମିଳା ମଲ୍ଲିକ । ଭରିଲେ ବାଚସ୍ପତି ପାଇଁ ନାମାଙ୍କନ । ସେପଟେ ସୁଦାମ ମାରାଣ୍ଡିଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ବ । ଅଧିକ ପଢ଼ନ୍ତୁ

ବାଚସ୍ପତି ପ୍ରାର୍ଥୀ ହେଲେ ପ୍ରମିଳା ମଲ୍ଲିକ, ସୁଦାମଙ୍କୁ ଅତିରିକ୍ତ ଦାୟିତ୍ବ
ବାଚସ୍ପତି ପ୍ରାର୍ଥୀ ହେଲେ ପ୍ରମିଳା ମଲ୍ଲିକ, ସୁଦାମଙ୍କୁ ଅତିରିକ୍ତ ଦାୟିତ୍ବ

ବାଚସ୍ପତି ପ୍ରାର୍ଥୀ ହେଲେ ପ୍ରମିଳା ମଲ୍ଲିକ, ସୁଦାମଙ୍କୁ ଅତିରିକ୍ତ ଦାୟିତ୍ବ

ଭୁବନେଶ୍ବର: ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପ୍ରମିଳା ମଲ୍ଲିକ । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ପଦରୁ ଇସ୍ତଫା ଦେଇଛନ୍ତି ପ୍ରମିଳା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭେଟି ଇସ୍ତଫା ପତ୍ର ଦେବା ପରେ ଓଡ଼ିଶା ବିଧାନସଭାର ବାଚସ୍ପତି ପଦ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଆସନ୍ତାକାଲି (ଶୁକ୍ରବାର) ପୂର୍ବାହ୍ନ ସାଢେ 9ଟାରେ ବିଧାନସଭା ପରିସରରେ ନିର୍ବାଚନ ହେବ । ପୂର୍ବତନ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥ ମନ୍ତ୍ରୀ ଭାବେ ଦାୟିତ୍ବ ମିଳିବା ପରେ ରାଜ୍ୟରେ ବାଚସ୍ପତି ପଦ ଖାଲି ପଡ଼ିଥିଲା । ପ୍ରମିଳାଙ୍କ ଇସ୍ତଫା ପରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ପ୍ରଶମନ ବିଭାଗର ଅତିରିକ୍ତ ଦାୟିତ୍ବ ସୁଦାମ ମାରାଣ୍ଡିଙ୍କୁ ମିଳିଛି।

ଏହା ମଧ୍ୟ ପଢନ୍ତୁ-Speaker election: ପ୍ରମିଳା ମଲ୍ଲିକ ବିଜେଡି ବାଚସ୍ପତି ପ୍ରାର୍ଥୀ

ଆସନ୍ତାକାଲି ଓଡ଼ିଶା ବିଧାନସଭାର ବାଚସ୍ପତି ନିର୍ବାଚନ । ବୁଧବାର ଶାସକ ଦଳ ବିଜେଡି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ପ୍ରାର୍ଥୀ ଘୋଷଣା କରିଥିଲା । ପ୍ରାର୍ଥୀ ଭାବେ ନାଁ ଘୋଷଣା ହେବା ପରେ ସେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ମଧ୍ୟ କହିଥିଲେ । ଅନ୍ୟ କୌଣସି ଦଳ ନିଜର ପ୍ରାର୍ଥୀ ଦେଉନଥିବାରୁ ସେ ନିଦ୍ୱନ୍ଦ୍ୱରେ ବାଚସ୍ପତି ହେବା ପ୍ରାୟତଃ ସ୍ପଷ୍ଟ ହୋଇଯାଇଛି । ଆଉ ତାଙ୍କର ବିଜୟ ସହ ସେ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ହେବାର ଗୌରବ ମଧ୍ୟ ଲାଭ କରିବେ । ବିଜେଡିର ବାଚସ୍ପତି ପ୍ରାର୍ଥୀ ଭାବେ ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି ପ୍ରମିଳା । ୧୯୯୦ରେ ଜନତା ଦଳ ଓ ପରବର୍ତ୍ତୀ ସମୟରେ ବିଜୁ ଜନତା ଦଳରୁ ନିର୍ବାଚିତ ହୋଇ ଆସିଛନ୍ତି । ଯାଜପୁର ବିଞ୍ଝାରପୁର ଆସନରୁ ୨୦୦୦ ମସିହାରୁ ଲଗାତାର ଭାବେ ଜିତି ଆସୁଛନ୍ତି । ମୋଟ 6ଥର ବିଧାୟିକା ଭାବେ ନିର୍ବାଚିତ ହୋଇଥିବା ପ୍ରମିଳା ଶାସକ ବିଜେଡିର ଆଗଧାଡ଼ିର ମହିଳା ନେତ୍ରୀ ।

ସେପଟେ ଅତିରିକ୍ତ ଦାୟିତ୍ୱ ମିଳିବା ପରେ ସୁଦାମ କହିଛନ୍ତି , ‘‘ମୁଖ୍ୟମନ୍ତ୍ରୀ ଅତିରିକ୍ତ ଦାୟିତ୍ୱ ଦେଇଥିବାରୁ ଧନ୍ୟବାଦ । ମୋ ଉପରେ ବିଶ୍ୱାସ ପ୍ରଦର୍ଶନ କରି ମୋତେ ପୁନର୍ବାର ଦାୟିତ୍ୱ ଦେଇଛନ୍ତି । ପୂର୍ବରୁ ଏହି ବିଭାଗ ଦାୟିତ୍ୱରେ ରହିଥିଲି । ଏହା ମୋ ପାଇଁ ଚ୍ୟାଲେଞ୍ଜ ହେବ । ଏହାସହ ଓଡିଶା ବିଧାନସଭା ଇତିହାସରେ ନୂଆ ଅଧ୍ୟାୟ ଯୋଡି ହେବାକୁ ଯାଉଛି । ପ୍ରଥମ ମହିଳା ବାଚସ୍ପତି ହେବାକୁ ଯାଉଛନ୍ତି ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ । ବିଜେଡି ସୁପ୍ରିମୋ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ କରିଛନ୍ତି ବାଚସ୍ପତି ପ୍ରାର୍ଥୀ । ମୁଖ୍ୟମନ୍ତ୍ରୀ ସବୁବେଳେ ସବୁ କ୍ଷେତ୍ରରେ ମହିଳାମାନଙ୍କୁ ପ୍ରାଧାନ୍ୟ ଦେଇ ଆସିଛନ୍ତି ।’’

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 21, 2023, 4:34 PM IST

ABOUT THE AUTHOR

...view details