ଓଡିଶା

odisha

By ETV Bharat Odisha Team

Published : Sep 25, 2023, 11:07 PM IST

ETV Bharat / state

Praise Politics: ନବୀନଙ୍କ ମୁହଁରେ ମୋଦିଙ୍କ ପ୍ରଶଂସା ପରେ କଂଗ୍ରେସର କଟାକ୍ଷ

ନବୀନଙ୍କ ମୁହଁରେ ମୋଦିଙ୍କ ପ୍ରଶଂସା ପରେ ଜୋର ଧରିଛି ଚର୍ଚ୍ଚା। ଏହାକୁ ନେଇ ତେଜିଛି ପ୍ରଶଂସା ରାଜନୀତି। ଅଧିକ ପଢନ୍ତୁ

ନବୀନଙ୍କୁ କଂଗ୍ରେସର କଟାକ୍ଷ
ନବୀନଙ୍କୁ କଂଗ୍ରେସର କଟାକ୍ଷ

ନବୀନଙ୍କୁ କଂଗ୍ରେସର କଟାକ୍ଷ

ଭୁବନେଶ୍ୱର:ନବୀନଙ୍କ ମୁହଁରେ ମୋଦିଙ୍କ ପ୍ରଶଂସା ପରେ ଜୋର ଧରିଛି ଚର୍ଚ୍ଚା । ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସର ଲିଟରାରୀ ଫେଷ୍ଟିଭାଲ 'ଅ'ର ଉଦଯାପନୀ ସନ୍ଧ୍ୟାରେ ବିଶିଷ୍ଟ ସାମ୍ବାଦିକ ପ୍ରଭୁ ଚାୱଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାର କାରଣ ସମ୍ପର୍କରେ ପଚାରିଥିଲେ । ଏହାର ଉତ୍ତର ଦେବା ସହ ବିଦେଶ ନୀତି ଏବଂ ଦୁର୍ନୀତି ବିରୋଧରେ ମୋଦିଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନର ଉତ୍ତର ରଖିଥିଲେ ନବୀନ। ନବୀନ କହିଛନ୍ତି, "ମୋଦିଙ୍କ ବିଦେଶ ନୀତିକୁ ମୁଁ 10 ରୁ 8 ମାର୍କ ଦେଉଛି ।" ଯାହାକୁ ନେଇ ତେଜିଛି ପ୍ରଶଂସା ରାଜନୀତି। ନବୀନଙ୍କ ମୁହଁରେ ମୋଦିଙ୍କ ସତ ପ୍ରଶଂସାକୁ ସହଜରେ ଗ୍ରହଣ କରିପାରିନି କଂଗ୍ରେସ। ମୋଦିଙ୍କୁ "10 ରୁ 8 କାହିଁ ଦେଲେ , 10ରୁ ସାଢେ 9 ଦେଲେ ନାହିଁ" ବୋଲି କଂଗ୍ରେସ କଟାକ୍ଷ କରିଛି।


ମୋଦିଙ୍କୁ ନବୀନ ୧୦ ରୁ ୮ ମାର୍କ ଦେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲା ରଖିଲା କଂଗ୍ରେସ। aicc ମୁଖପାତ୍ର ରଞ୍ଜିତ ରଞ୍ଜନ କହିଛନ୍ତି, "୧୦ ରୁ ୮ କାହିଁକି ଦେଉଥିଲେ? ୧୦.୧୫ ଦେଇ ଦେଲେ ନାହିଁ ? କିଏ ମନା କରୁଥିଲା। ଭାଇ ଭାଇ ହୋଇକି ଅଛନ୍ତି ଏମାନେ। ସେପଟେ ବିଧାୟକ ସୁର ରାଉତରାୟ ନବୀନଙ୍କ ମୁହଁରେ ମୋଦିଙ୍କ ପ୍ରଶଂସାକୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, "ବିଜେଡ଼ିର ଜନ୍ମ ବିଜେପିରୁ । ମୋଦି ନବୀନ କେହି କାହାକୁ ଛାଡି ପାରିବେନି।"

ଭୁବନେଶ୍ୱରରେ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ ଦ୍ୱାରା ଆୟୋଜିତ ଫେଷ୍ଟିଭାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଲୋକପ୍ରିୟତାର ରାଜ ବଖାଣିଲେ। ସେ କହିଥିଲେ, "ବିକାଶ ମୋ ସରକାରର ନିରନ୍ତର ପ୍ରକ୍ରିୟା। ଓଡ଼ିଶାର ଜଗନ୍ନାଥ ସଂସ୍କୃତିର ପ୍ରଭାବ ରହିଛି। ଓଡିଶା ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଓଡିଶାର କଳା , ସଂସ୍କୃତି, ପରମ୍ପରାରେ ନିଆରା। ‘ଦୁର୍ନୀତି ହଟାଇବା ମୋର ମୂଳ ଲକ୍ଷ୍ୟ ହୋଇଛି’ ଏହି ଅବସରରେ ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାୱଲା ମୁଖ୍ୟମନ୍ତ୍ରୀଙ୍କ ସହ ୱାନ ଟୁ ୱାନ ଆଲୋଚନା କରିଥିଲେ । ଏହି ଅବସରରେ ରାଜ୍ୟ ଓ ଜାତୀୟ ରାଜନୀତି ଉପରେ ପ୍ରତିକ୍ରିୟା ରଖିଥିଲେ ନବୀନ।

ଏହା ବି ପଢନ୍ତୁ...Naveen lauds Modi: କଂଗ୍ରେସର ସମାଲୋଚନା, ବିଜେପି ସହ ଭଲ ସମ୍ପର୍କକୁ ସ୍ପଷ୍ଟ କଲା ବିଜେଡି

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ରାଜନୀତି ଆବର୍ଜନା ନୁହେଁ। ଲୋକସେବା କରିବାର ଏକ ମାଧ୍ୟମ। ସଂଘୀୟ ବ୍ୟବସ୍ଥାରେ ବିଶ୍ୱାସ କରେ ମୋ ସରକାର। ଶାନ୍ତି ଓ ଅହିଂସାର ବାର୍ତ୍ତାକୁ ଓଡିଶା ନିଜର ଧର୍ମ ବୋଲି ମାନିଛି । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡିଶା ଦୃଢ଼ ପଦକ୍ଷେପ ଗ୍ରହଣ କରିଛି। ବିପର୍ଯ୍ୟୟ ପରିଚାଳନାକୁ ପ୍ରଶଂସା କରିଛି ଜାତିସଂଘ।" ଇଣ୍ଡିଆନ୍ ଏକ୍ସପ୍ରେସର ମୁଖ୍ୟ ସମ୍ପାଦକ ପ୍ରଭୁ ଚାୱଲା ଗତକାଲି ମନ୍ତବ୍ୟ ଦେଇ ନବୀନ ପଟ୍ଟନାୟକଙ୍କ ବିକଳ୍ପ ଓଡ଼ିଶାରେ କେହି ନାହାନ୍ତି ବୋଲି କହିଥିଲେ। ସେ କହିଥିଲେ, "ନବୀନଙ୍କ ହାତ ହଲିଲେ ଭୋଟ ବଢୁଛି । 2024ରେ ସେମିତି କିଛି ପରିବର୍ତ୍ତନ ହେବ ନାହିଁ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details