ଭୁବନେଶ୍ବର:ଷ୍ଟ୍ରଙ୍ଗ ରୁମରୁ ବାହାରିଲା ଇଭିଏମ । ମେସିନ ଧରି ବୁଥ ମୁହା ପୁଲିଙ୍ଗ କର୍ମଚାରୀ । ପ୍ରତି ବୁଥ ପାଇ ୪ ପୁଲିଙ୍ଗ ଅଫିସର ସହ ପ୍ରିଜାଡି ଅଫିସର ଓ ଜଣେ ପୋଲିସ କନଷ୍ଟେବଳ ବା ହୋମଗାର୍ଡ । ୫ଜଣିଆ ଟିମ ଦୁଇଟି ଇଭିଏମ ମେସିନ ସହ ପୁଲିଙ୍ଗ ପାଇ ସରଞ୍ଜାମ ଧରି ଗାଡିରେ ବିଭିନ୍ନ ଓ୍ବାର୍ଡର ବୁଥକୁ ଗସ୍ତ କରିଛନ୍ତି। ଏନେଇ ବିଜେବି କଲେଜ ପରିସରରେ ହୋଇଥିବା ବୁଥ ଟ୍ୟାଗି କରି ସମସ୍ତ କର୍ମଚାରୀ ବୁଥ ମୁହାଁ ହୋଇଛନ୍ତି । ଆସନ୍ତାକାଲି ସକାଳ 7ରେ ମକ୍ ପୋଲ କରାଯିବ ।
ପରେ ସକାଳ 8ରୁ ସନ୍ଧ୍ୟା 5ଟା ଯାଏ ଭୋଟ ଗ୍ରହଣ କରାଯିବ । ସେହିପରି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି। ଏହାସହ ପୋଲିଂ ପାର୍ଟିରେ ପ୍ରିଜାଇଡିଙ୍ଗ ଅଫିସର ଲିଡର ହିସାବରେ ମ୍ୟାଟେରିଆଲ ସଂଗ୍ରହ କରୁଛନ୍ତି । ମ୍ୟାଟେରିଆଲ ଭିତରେ ରହିଛି ଇଭିଏମ ମେସିନ, ମେସିନ ସିଲ୍ ପାଇଁ ସବୁ ସରଞ୍ଜାମ, ରିଜର୍ଭଡ ବାଲଟ ପେପର, ପୋଷ୍ଟର, ୟେଲୋ-ପିଙ୍କ୍ ଏନଭଲପ, ଷ୍ଟାମ୍ପ ଇତ୍ୟାଦି ୨୬ ଟି ଆଇଟମ୍ ।