ଓଡିଶା

odisha

ETV Bharat / state

NAC Poll: ହିନ୍ଦୋଳରେ ୮୮ ଓ ଅତାବିରାରେ ୭୪ ପ୍ରତିଶତ ମତଦାନ

ଅତାବିରା, ହିନ୍ଦୋଳ ଏନଏସିରେ ସମୁଦାୟ ୨୮ ଗୋଟି ୱାର୍ଡରେ ନିର୍ବାଚନ ଅନୁଷ୍ଠିତ ହୋଇଛି । ଅତାବିରା ଏନଏସିର ୧୨ଟି ୱାର୍ଡର କାଉନସିଲର ପଦବୀ ପାଇଁ ୩୯ ଜଣ ପ୍ରାର୍ଥୀ ଓ ଅଧ୍ୟକ୍ଷ ପଦ ପାଇଁ ୪ ଜଣ ପ୍ରାର୍ଥୀ ନିର୍ବାଚନରେ ଅଂଶଗ୍ରହଣ କରିଛନ୍ତି । ସେହିପରି ହିନ୍ଦୋଳ ଏନଏସିର ୧୬ ଟି ୱାର୍ଡର କାଉନସିଲର ପଦବୀ ନିମନ୍ତେ ସମୁଦାୟ ୫୦ ଜଣ ପ୍ରାର୍ଥୀ ଓ ଅଧ୍ୟକ୍ଷ ପଦବୀ ପାଇଁ ୩ ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଛନ୍ତି । ଅଧିକ ପଢନ୍ତୁ

By

Published : Apr 3, 2023, 8:55 PM IST

ହିନ୍ଦୋଳରେ ୮୮ ଓ ଅତାବିରାରେ ୭୪ ପ୍ରତିଶତ ମତଦାନ
ହିନ୍ଦୋଳରେ ୮୮ ଓ ଅତାବିରାରେ ୭୪ ପ୍ରତିଶତ ମତଦାନ

ଭୁବନେଶ୍ବର: ବରଗଡ ଜିଲ୍ଲାର ଅତାବିରା ଓ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସିରେ ଶାନ୍ତିଶୃଙ୍ଖଳାର ସହ ଆଜି ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଛି । ହିନ୍ଦୋଳ ଏନଏସିରେ ୮୮ ପ୍ରତିଶତ ଓ ଅତାବିରା ଏନଏସିରେ ୭୪ ପ୍ରତିଶତ ମତଦାନ ହୋଇଛି । ଏନେଇ ରାଜ୍ୟ ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ନିର୍ବାଚନର ଫଳାଫଳ ଆସନ୍ତା ୫ ତାରିଖରେ ପ୍ରକାଶ ପାଇବ ।

ଦୁଇଟି ଏନଏସିର ସମୁଦାୟ ୨୮ ଗୋଟି ୱାର୍ଡରେ ନିର୍ବାଚନ ଅନୁଷ୍ଠିତ ହୋଇଛି । ଅତାବିରା ଏନଏସିର ୧୨ଟି ୱାର୍ଡର କାଉନସିଲର ପଦବୀ ପାଇଁ ୩୯ ଜଣ ପ୍ରାର୍ଥୀ ଓ ଅଧ୍ୟକ୍ଷ ପଦ ପାଇଁ ୪ ଜଣ ପ୍ରାର୍ଥୀ ନିର୍ବାଚନରେ ଅଂଶଗ୍ରହଣ କରିଛନ୍ତି । ସେହିପରି ହିନ୍ଦୋଳ ଏନଏସିର ୧୬ ଟି ୱାର୍ଡର କାଉନସିଲର ପଦବୀ ନିମନ୍ତେ ସମୁଦାୟ ୫୦ ଜଣ ପ୍ରାର୍ଥୀ ଓ ଅଧ୍ୟକ୍ଷ ପଦବୀ ପାଇଁ ୩ ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଛନ୍ତି । ସକାଳ ୮ ଟାରୁ ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ଉଭୟ ଏନଏସିରେ ମତଦାନ କାର୍ଯ୍ୟ ଅନୁଷ୍ଠିତ ହୋଇଛି । ହିନ୍ଦୋଳ ଏନଏସିରେ ୮୮ ପ୍ରତିଶତ ଓ ଅତାବିରା ଏନଏସିରେ ୭୪ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଏହାବି ପଢନ୍ତୁ- Kotia Dispute: ଦଳ ମତ ନିର୍ବିଶେଷରେ ସବୁ ଦଳ ସୀମା ସୁରକ୍ଷା ପାଇଁ ଲଢିବା ଜରୁରୀ

ବରଗଡ଼ର ଅତାବିରା ଓ ଢେଙ୍କାନାଳର ହିନ୍ଦୋଳ ଏନଏସିର କାର୍ଯ୍ୟକାଳ ଏପ୍ରିଲ ୧୨ ତାରିଖରେ ଶେଷ ହେବ । ଏହା ପୂର୍ବରୁ ଉଭୟ ଏନଏସିରେ ନିର୍ବାଚନ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା । ଉଭୟ ଜିଲ୍ଲାର ଜିଲ୍ଲାପାଳ ଓ ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ୱାର୍ଡ ସୀମା ନିର୍ଦ୍ଧାରଣ ଓ କାଉନସିଲର ଏବଂ ଅଧ୍ୟକ୍ଷ ପଦବୀ ପାଇଁ ଆସନ ଆରକ୍ଷଣ ଚୂଡାନ୍ତ କରାଯାଇଥିଲା । ବିଜ୍ଞପ୍ତି ଅନୁସାରେ ଆଜି ଭୋଟି ଗ୍ରହଣ ହୋଇ ଆସନ୍ତା ୫ ତାରିଖରେ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ । ଉପାଧ୍ୟକ୍ଷ ନିର୍ବାଚନ ଏପ୍ରିଲ ୧୯ରେ ଅନୁଷ୍ଠିତ ହେବ ।

ଦୁଇ ଏନଏସିର କାଉନସିଲର ଏବଂ ଅଧ୍ୟକ୍ଷ ପଦବୀ ପୂରଣ ପାଇଁ ସାଧାରଣ ନିର୍ବାଚନ ହୋଇଛି । ଦୁଇ ଏନଏସିରେ ମୋଟ ୨୮ ଟି ୱାର୍ଡରେ ୩୨ଟି ବୁଥ ରହିଛି । ମୋଟ ଭୋଟର ସଂଖ୍ୟା ୨୩୩୯୭ । ଅଧ୍ୟକ୍ଷ ପଦବୀ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେଉଥିବାରୁ ପ୍ରତ୍ୟେକ ବୁଥରେ ଦୁଇଟି ଇଭିଏମ ବ୍ୟବହାର ହୋଇଛି । ଗୋଟିଏ କାଉନସିଲର ଓ ଅନ୍ୟଟି ଅଧ୍ୟକ୍ଷ ନିର୍ବାଚନ ପାଇଁ ଉଦ୍ଦିଷ୍ଟ । କାଉନସିଲର ନିର୍ବାଚନ ପାଇଁ ଗୋଲାପି ଓ ଅଧ୍ୟକ୍ଷ ନିର୍ବାଚନ ପାଇଁ ହଳଦିଆ ରଙ୍ଗର କାଗଜ ବ୍ୟାଲଟ ପେପର ଇଭିଏମରେ ବ୍ୟବହାର ହୋଇଛି । ଇଭିଏମରେ ନୋଟା ଅପ୍ସନ ମଧ୍ୟ ରହିଥିଲା । ଏପ୍ରିଲ ୫ ତାରିଖ ଯାଏଁ ଉଭୟ ଏନଏସିରେ ଆଦର୍ଶ ଆଚରଣ ବିଧି ବଳବତ୍ତର ରହିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details