ଓଡିଶା

odisha

ମାଳ ମାଳ ଯୋଜନା ହେଲେ ବାସ୍ତବ ରୂପାନ୍ତର ଭିନ୍ନ: କଂଗ୍ରେସ

By ETV Bharat Odisha Team

Published : Oct 11, 2023, 10:14 PM IST

ଗୋଟିଏ ପଟେ ରାଜ୍ୟ ସରକାର ଯୋଜନା ପରେ ଯୋଜନା ଘୋଷଣା କରି ଚାଲିଛନ୍ତି । ଅନ୍ୟପଟେ ଏହି ଯୋଜନାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇବା ସହ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଅଧିକ ପଢନ୍ତୁ

mission shakti scooter yojana politics
ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍

ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍

ଭୁବନେଶ୍ବର: ନିର୍ବାଚନ ପାଖେଇ ଆସୁଥିବାବେଳେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ରାଜନୈତିକ ଦଳମାନଙ୍କ ଭିତରେ ଚାଲିଛି ପ୍ରତିଯୋଗିତା । ଶାସକ ଦଳ ପକ୍ଷରୁ ଯୋଜନା ଉପରେ ଯୋଜନା ଘୋଷଣା କରି ଭୋଟ ହାତେଇବାକୁ ପ୍ରସ୍ତୁତ ହେଉଛି । ସେପଟେ ବିରୋଧୀ ଦଳ ଗୁଡିକ ମଧ୍ୟ ପଦଯାତ୍ରା ସହ ଦଳୀୟ ବିଚାରଧାରାକୁ ନେଇ ଜନସାଧାରଣଙ୍କ ବିଶ୍ୱାସଭାଜନ ହେବାକୁ ଜୋରଦାର ପ୍ରୟାସ ଜାରି ରଖିଛନ୍ତି । ବିଭିନ୍ନ ବର୍ଗଙ୍କୁ ଟାର୍ଗେଟ କରି ସେମାନଙ୍କ ଭୋଟ ପାଇବା ପାଇଁ ଅନେକ ସ୍କିମ୍ ପ୍ରଣୟନ କରୁଛି ଶାସକ ବିଜେଡି । ଚଳିତ ସପ୍ତାହରେ ପ୍ରତି ପଞ୍ଚାୟତ ପାଇଁ 'ଆମ ଓଡ଼ିଶା ନବୀନ ଓଡିଶା' ଯୋଜନାରେ 50 ଲକ୍ଷ ଟଙ୍କା, ଆଜି ମହିଳା ଏସଏଚଜିଙ୍କ ପାଇଁ ସ୍କୁଟି ଯୋଜନା,ପଞ୍ଚାୟତରେ ଗମନାଗମନର ସୁବିଧା ପାଇଁ 'ଲକ୍ଷ୍ମୀ ବସ ଯୋଜନା' ଆରମ୍ଭ କରିଛନ୍ତି ରାଜ୍ୟ ସରକାର।

ତେବେ "ଯୋଜନା ପରେ ଯୋଜନା ଘୋଷଣା କରିବା ଖାଲି ଭୋଟ ବ୍ୟାଙ୍କ ହାସଲ କରିବା ଉଦ୍ଦେଶ୍ୟରେ ନା ଜନସାଧାରଣଙ୍କ ପ୍ରକୃତ ହିତ ସାଧନ ପାଇଁ ଉଦ୍ଦିଷ୍ଟ ?"ତାକୁ ନେଇ ଉଠିଛି ପ୍ରଶ୍ନ । କାରଣ ପୂର୍ବରୁ ଅନେକ ଯୋଜନା ଆରମ୍ଭ କରିଥିଲେ ସରକାର । ହେଲେ ତା'ର କାର୍ଯ୍ୟକାରିତାକୁ ନେଇ ଉଠିଥିଲା ଅନେକ ପ୍ରଶ୍ନ । ଏହାକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ଯୋଜନା ପରେ ଯୋଜନା କରି ଲୋକଙ୍କୁ ଭୁଆଁ ବୁଲାଇ ଭୋଟ ନେବା ଛଡା ଆଉ କିଛି ନୁହେଁ । ଯୋଜନା ବିଷୟରେ ଲୋକ ଜାଣି ସାରିଲେଣି । ଯେତେବେଳେ ନିର୍ବାଚନ ଆସେ ସେତେବେଳେ ନୂଆ ନୂଆ ସ୍କିମ ବିଜେଡି ଆଣେ । ହେଲେ ଏହାର ସୁଫଳ ସମସ୍ତଙ୍କୁ ମିଳୁନାହିଁ । 24 ବର୍ଷ ହେବ ସରକାର କେବଳ ଭୋଟ ପାଇଁ ଯୋଜନା କରୁଛନ୍ତି ।"

ଏହା ବି ପଢନ୍ତୁ...ଗତି ହିଁ ଶକ୍ତି: ସ୍କୁଟର ଯୋଜନାର ଶୁଭାରମ୍ଭ, ୨ ଲକ୍ଷ ମିଶନ ଶକ୍ତି ମହିଳା ପାଇବେ ଋଣ

ସେପଟେ ବିଧାୟକ ସୁର ରାଉତରାୟ କହିଛନ୍ତି, "ନିର୍ବାଚନ ଯେତେ ପାଖେଇ ଆସିବ, ସେତେ ଯୋଜନା ଆରମ୍ଭ କରିବେ ନବୀନ ବାବୁ । ସ୍କୁଟି ଯୋଜନା ସମସ୍ତଙ୍କ ପାଇଁ ନୁହେଁ । ବିଭିନ୍ନ ଯୋଜନା କରୁଛନ୍ତି ହେଲେ କିଛି ଦିନ ପରେ ତାହା ଉଭାନ ହୋଇଯାଉଛି । ଜନସାଧାରଣଙ୍କ ଟିକସ ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର । ବିଭିନ୍ନ କ୍ଷେତ୍ରରୁ ଆସୁଥିବା ରାଜସ୍ୱକୁ ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର । ଯୋଜନାରେ ସ୍ୱଚ୍ଛତା ନାହିଁ କେବଳ ବିଜେଡି ଯୋଜନାର ସୁଫଳ ପାଉଛି ।"CAG ରିପୋର୍ଟ ଅନୁଯାୟୀ, ଶାସକ ଦଳ ଯେଉଁ ଅନିୟମିତତାରେ ଜଡିତ ଥିବା ଚର୍ଚ୍ଚା ହେଉଛି । ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି, "କେବଳ ଯୋଜନା ଘୋଷଣା କଲେ ହେବନାହିଁ । ତାର ବାସ୍ତବ ରୂପାନ୍ତରିତ ହେବା ଆବଶ୍ୟକ । ଯୋଜନାର ସୁଫଳ ସମସ୍ତଙ୍କୁ ମିଳିବା ଦରକାର ।"

ତେବେ ଆଜି ଓଡ଼ିଶାରେ ଆରମ୍ଭ ହୋଇଛି 'ମିଶନ ଶକ୍ତି ସ୍କୁଟର ଯୋଜନା' । ଏସଏଚଜି ମହିଳାମାନଙ୍କୁ ସ୍କୁଟି ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଆଜି ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱର ସ୍ଥିତ ଲୋକସେବା ଭବନ କନ୍‌ଭେନ୍ସନ ସେଣ୍ଟରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ମିଶନ ଶକ୍ତି ମା’ ମାନଙ୍କୁ ସ୍କୁଟର କିଣିବା ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେଇଛନ୍ତି । ସେମାନଙ୍କର ଏହି ଋଣ ବାବଦକୁ ୫୨୮ କୋଟି ଟଙ୍କାର ସୁଧ ରାଜ୍ୟ ସରକାର ଦେବେ। ଏହି ଯୋଜନାରେ ୨ ଲକ୍ଷରୁ ଅଧିକ ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନେ ସ୍କୁଟର ପାଇବେ । ଆଜି ଏହି ଯୋଜନାର ଶୁଭାରମ୍ଭରେ ୧୫ ହଜାର ମହିଳାଙ୍କୁ ସ୍କୁଟର ପ୍ରଦାନ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details