ଓଡିଶା

odisha

ETV Bharat / state

ସୁଲଭ ବାସଗୃହ ପ୍ରକଳ୍ପକୁ ନେଇ ରାଜନୀତି, ବିଜେପି କହିଲା କେନ୍ଦ୍ର ଯୋଜନାର ଶ୍ରେୟ ନେଉଛନ୍ତି ରାଜ୍ୟ ସରକାର - affordable house projects in bhubaneswar

ସୁଲଭ ବାସଗୃହ ପ୍ରକଳ୍ପକୁ ନେଇ ଜୋର ଧରିଲା ରାଜନୀତି । କେନ୍ଦ୍ର ସରକାରଙ୍କ ଯୋଜନାର ଶ୍ରେୟ ରାଜ୍ୟ ସରକାର ନେଉଥିବା କହି ବିଜେପି ସମାଲୋଚନା କରିଛି। ଅଧିକ ପଢନ୍ତୁ

politics over affordable house projects
ସୁଲଭ ବାସଗୃହ ପ୍ରକଳ୍ପକୁ ବିଜେପିର ନିନ୍ଦା

By ETV Bharat Odisha Team

Published : Nov 20, 2023, 10:29 PM IST

ସୁଲଭ ବାସଗୃହ ପ୍ରକଳ୍ପକୁ ବିଜେପିର ନିନ୍ଦା

ଭୁବନେଶ୍ବର:ସୁଲଭ ବାସଗୃହ ପ୍ରକଳ୍ପକୁ ନେଇ ଜୋର ଧରିଲା ରାଜନୀତି । କେନ୍ଦ୍ର ସରକାରଙ୍କ ଯୋଜନାର ଶ୍ରେୟ ରାଜ୍ୟ ସରକାର ନେଉଥିବା କହି ସମାଲୋଚନା କରିଛି ବିଜେପି । ସୁଲଭ ବାସଗୃହ ପ୍ରକଳ୍ପରେ ସୁଲଭ ମୂଲ୍ୟରେ ବିଏମସି ଅଧୀନରେ ୩ଟି ସ୍ଥାନରେ ଗୃହ ଯୋଗାଇଦେବେ ରାଜ୍ୟସରକାର । ଆଜି ବାସଗୃହ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । ସତ୍ୟନଗର ଶାନ୍ତିପଲ୍ଲୀର କେଶରୀ ରେସିଡେନ୍ସି, ଚନ୍ଦ୍ରଶେଖରପୁର ବୁଦ୍ଧବିହାର , ସୁବୁଧିପୁରର ବରୁଣେଇ ଏନକ୍ଳେଭରେ ସୁଲଭ ମୂଲ୍ୟରେ ଗୃହ ଯୋଗାଇଦେଇଛନ୍ତି । ଯେଉଁଥିରେ ରାଜଧାନୀର ବସ୍ତିବାସିନ୍ଦାଙ୍କୁ ନିଜସ୍ୱ ମୁଣ୍ଡ ଗୁଞ୍ଜିବା ପାଇଁ ଗୃହ ମିଳିଛି । ହେଲେ ରାଜ୍ୟସରକାରଙ୍କ ଏହି ପ୍ରକଳ୍ପକୁ ବିରୋଧ କରିଛି ବିଜେପି ।

ଏନେଇ ବିଜେପିର ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ କହିଛନ୍ତି, "କେନ୍ଦ୍ର ସରକାରଙ୍କ ଯୋଜନାରେ ଶ୍ରେୟ ନେଉଛନ୍ତି ରାଜ୍ୟସରକାର। କେନ୍ଦ୍ର ସରକାରଙ୍କ ଆବାସ ଯୋଜନାରେ ରାଜ୍ୟ ସରକାର ଘର ଦେଇ ନିଜର ଶ୍ରେୟ ନେଉଛନ୍ତି । ରାଜ୍ୟ ସରକାର ନିଜର ଫଟୋ ଓ ଦଳୀୟ ପୋଷ୍ଟର ଲଗାଇ ଲୋକଙ୍କୁ ଆବାସ ଯୋଜନାର ସୁଲଭ ଘର ଦେଉଛନ୍ତି ଯେଉଁଥିରେ କେନ୍ଦ୍ର ସରକାରଙ୍କର ଅଧିକ ସହଭାଗିତା ରହିଛି । ଏଭଳି କରି ରାଜ୍ୟ ସରକାର ନିର୍ବାଚନ ବୈତରଣୀ ପାର୍ ହେବାକୁ ଚେଷ୍ଟା କରୁଛନ୍ତି । ଯାହା ଆଦୌ ଗ୍ରହଣୀୟ ନୁହେଁ । ଲୋକମାନେ ଏହାର ଜବାବ ନିର୍ବାଚନରେ ଦେବେ ।


ଅନ୍ୟପଟେ ବିଜେପି କର୍ପୋରେଟର କହିଛନ୍ତି, "ପୂର୍ବରୁ ଲୋକମାନଙ୍କୁ ବଡ ଘର ଦିଆଯାଉଥିଲା ଏବେ ତାହା ଛୋଟ ହୋଇଯାଇଛି । ଲକ୍ଷେ ଟଙ୍କା ଆଗରୁ ଦେଉଥିଲେ ଏବେ ତାହା ଦେଢ଼ ଲକ୍ଷରେ ପହଞ୍ଚିଛି । ତଥାପି ଲୋକ ସଠିକ ଢଙ୍ଗରେ ଘର ପାଉନାହାନ୍ତି । ସବୁଠାରୁ ବଡ଼କଥା ହେଉଛି, କେନ୍ଦ୍ରସରକାରଙ୍କ ଯୋଜନାରେ ରାଜ୍ୟ ସରକାର ନିଜର ଶ୍ରେୟ ନେଉଛନ୍ତି । ଏଥିରେ କେନ୍ଦ୍ର ସରକାରଙ୍କ ସହଭାଗିତା ଅଧିକ ରହିଛି ଅର୍ଥାତ କେନ୍ଦ୍ରସରକାର ୫୦ ପ୍ରତିଶତ ଦେଉଥିବାବେଳେ ରାଜ୍ୟ ସରକାର ୩୦ ଓ ହିତାଧିକାରୀ ୨୦ ପ୍ରତିଶତ ଦେଉଛନ୍ତି । ହେଲେ କେନ୍ଦ୍ର ସରକାରଙ୍କ ଯୋଜନାରେ ଶ୍ରେୟ ନେଉଛନ୍ତି ରାଜ୍ୟସରକାର । ବିଶେଷ କରି ଗରିବ ଲୋକଙ୍କୁ ଠକୁଛନ୍ତି ,କେବଳ ଭୋଟ ବ୍ୟାଙ୍କ ପାଇଁ ଏଭଳି କରୁଛନ୍ତି । ଯାହା ଆଦୌ ଠିକ ନୁହେଁ ବୋଲି ଲୋକେ ଏହାକୁ ବୁଝିଲେଣି । ନିର୍ବାଚନରେ ଏହାର ବିଚାର କରି ଜବାବ ଦେବେ ।"

ଏହା ବି ପଢନ୍ତୁ...ଭୁବନେଶ୍ୱର ମେଟ୍ରୋ ପାଇଁ ଚୁକ୍ତି ସ୍ବାକ୍ଷରିତ: ୬୨୫୫ କୋଟି ବ୍ୟୟ, ୪ ବର୍ଷରେ ଗଡ଼ିବ

ସେପଟେ ମେୟର କହିଛନ୍ତି, "ଲୋକମାନେ ସ୍ବପ୍ନରେ ଭାବିନଥିଲେ ଭୁବନେଶ୍ୱରରେ ତାଙ୍କ ପାଇଁ ଘର ହେବ । ଆଉ ନିଜ ସ୍ୱପ୍ନର ଘରେ ରହିବେ । ସେମାନେ ଆଜି ଛାତ ଘର ପାଉଛନ୍ତି ଆଉ ସୁନ୍ଦର ଲୋକେସନ ପାଉଛନ୍ତି । ଆବାସ ଯୋଜନାରେ ସୁଲଭ ମୂଲ୍ୟରେ ରାଜ୍ୟ ସରକାର ଯେଉଁ ଘର ଦେଉଛନ୍ତି ତାକୁ ନେଇ ବିଏମସି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details