ଓଡିଶା

odisha

ଲମ୍ବି ଚାଲିଛି କଳାଟଙ୍କା କାରବାରର ଚେର, ମଦ ଟଙ୍କାକୁ ନେଇ ତେଜୁଛି ରାଜନୀତି

By ETV Bharat Odisha Team

Published : Dec 10, 2023, 9:10 PM IST

Politics On Income Tax Raid: ଲମ୍ବି ଲମ୍ବି ଚାଲିଛି କଳାଟଙ୍କା କାରବାରର ଚେର । ସେପଟେ ଏନେଇ ଦୋଷ ଲଦା ଲଦି ହେଲେ ବିଜେଡି ଓ କଂଗ୍ରେସ । ଅଧିକ ପଢ଼ନ୍ତୁ

କଳାଟଙ୍କା କାରବାର
କଳାଟଙ୍କା କାରବାର

କଳାଟଙ୍କା କାରବାର

ଭୁବନେଶ୍ବର:ଯେତେ ଗଣିଲେ ବି ଗଣା ସରୁନି । ଏତେ କଳାଟଙ୍କାକୁ ନେଇ ଓଡିଶା ଏବେ ଚର୍ଚ୍ଚାରେ । କଳାଟଙ୍କା କାରବାରର ଚେର ଲମ୍ବି ଲମ୍ବି ଚାଲିଛି । ଯାହାକୁ ନେଇ ଓଡିଶା ଏବେ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଆୟକର ବିଭାଗ ପକ୍ଷରୁ ରେଡ଼ ସମୟରେ ଜବତ ହୋଇଛି ଲାଲ ଡାଏରି । ଏହି ଡାଏରିରେ ରହିଛି ସେହିମାନଙ୍କ ନାଁ ଯେଉଁମାନେ କଳାଟଙ୍କା କାରବାର କରୁଥିଲେ । ତେବେ ଏଠି ପ୍ରଶ୍ନ ଉଠୁଛି ଏ କଳାଟଙ୍କା କାହାର ? ଏହି ଟଙ୍କାର ପାହାଡର ମାଲିକ କିଏ । ଖାଲି ମଦ ବ୍ୟବସାୟୀଙ୍କ ଟଙ୍କା ନା ଏଥିରେ ଆଉ କାହାର କଳାଟଙ୍କା ଲାଗିଛି ।

ତେବେ ମଦ ବ୍ୟବସାୟୀଙ୍କ କଳା ଟଙ୍କାର ଏବେ ଗଣତି ଚାଲିଛି । ବ୍ୟାଗ ବ୍ୟାଗ ଟଙ୍କା ରାଜ୍ୟର ବିଭିନ୍ନ SBIରେ ଗଣା ଚାଲିଛି । ଏବେ ସୁଦ୍ଧା 40ଟି ମେସିନ ସାହାଯ୍ୟରେ ଟଙ୍କା ଗଣତି ଚାଲିଛି । ଆଜି ବଲାଙ୍ଗୀରରୁ କୋଟି କୋଟି ଟଙ୍କା ଆୟକର ବିଭାଗ ଜବତ କରିଛି । ମଦ ଟଙ୍କାକୁ ନେଇ ଏବେ ରାଜନୀତି ତେଜୁଛି । ସହ ସହ କୋଟିର କଳାଟଙ୍କାକୁ ନେଇ ଚର୍ଚ୍ଚା । ମଦ ଟଙ୍କାକୁ ନେଇ ବିଭିନ୍ନ ରାଜନୈତିକ ଦଳ ଭିତରେ ଚାଲିଛି ଆରୋପ ଦୋଷାରୋପ । ତେବେ ରାଜ୍ୟର 3 ଜଣ ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ଆଣିଛି ବିଜେପି । ଆଜି ଭୁବନେଶ୍ୱରରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଳାଟଙ୍କା ନେଇ ସମାଲୋଚନା କରିଛନ୍ତି । ଯେଉଁମାନେ ଦୁର୍ନୀତିରେ ସଂପୃକ୍ତ ଅଛନ୍ତି ସେମାନଙ୍କୁ ହିସାବ ଦେବାକୁ ପଡିବ । ଚୁପ ବସିଲେ ହେବନାହିଁ । ଅର୍ଦ୍ଧସତ୍ୟ କହି ଓଡିଶାକୁ ଲଜ୍ଜିତ କରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....ଟଙ୍କା ପଛରେ କିଏ ? ତଦନ୍ତକାରୀ ସଂସ୍ଥା ବାହାର କରୁ ପ୍ରକୃତ ତଥ୍ୟ

କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି "ରୋଚକ ବିଷୟ ହେଉଛି ବିଜେଡି ଏବଂ ବିଜେପି ପରସ୍ପର ଦୋଷାରୋପ କରୁଛନ୍ତି । ଖାଲି ଲୋକଲୋଚନରେ ନିଜକୁ ନିର୍ମଳ ପ୍ରମାଣିତ କରିବାକୁ ଉଭୟ ବିଜେଡି ବିଜେପି ମଧ୍ୟରେ କସରତ ଚାଲିଛି । ପ୍ରକୃତରେ ଲୋକମାନେ ଜାଣନ୍ତି କଳାଧନ କାହା ପାଖରେ ଅଛି ।" ସେପଟେ କଳାଟଙ୍କା ବିଜେଡିର ନେଇ ଅଭିଯୋଗ ଆସିବା ପରେ ପ୍ରତିକ୍ରିୟା ଦେଇ ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ କହିଛନ୍ତି " କୌଣସି ଅନ୍ୟାୟକୁ ମୁଖ୍ୟମନ୍ତ୍ରୀ କେବେ ବରଦାସ୍ତ କରିନାହାନ୍ତି । ସେ ନିଜ ଦଳର ନେତୃତ୍ୱ ହେଉ ବା ମନ୍ତ୍ରୀ ହେଉ କି ବିଧାୟକ ହେଉ ମୁଖ୍ୟନ୍ତ୍ରୀ କାହାରିକୁ ଛାଡ଼ିନାହାନ୍ତି । ଆପଣ ଦେଖିବେ କ୍ଷୀର, କ୍ଷୀର ଜାଗାକୁ ଯିବ, ପାଣି, ପାଣି ଜାଗାକୁ ଯିବ ।" ତେବେ 5 ଦିନରେ ପହଞ୍ଚିଛି ଆୟକର ବିଭାଗର ରେଡ଼ । ବଲାଙ୍ଗୀରରେ ଆଜି 140 ଟି ବ୍ୟାଗରେ 220 କୋଟି ଟଙ୍କାର କଳା ଟଙ୍କା ଗଣତି ସରିଛି । ଆଗକୁ ଆହୁରି ଟଙ୍କା ଜବତ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details