ଓଡିଶା

odisha

ETV Bharat / state

ନବୀନଙ୍କୁ ଭେଟିବାକୁ ଆସି ହଟହଟା ସଂଯୁକ୍ତା, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହାଜର - ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହାଜର

ନବୀନ ନିବାସରେ ବିଜେଡି ନେତ୍ରୀ ସଂଯୁକ୍ତାଙ୍କୁ ଅଟକ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହାଜର ହେବାକୁ କହିଲା ପୋଲିସ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jul 22, 2023, 9:25 PM IST

ନବୀନଙ୍କୁ ଭେଟିବାକୁ ଆସି ହଟହଟା ସଂଯୁକ୍ତା

ଭୁବନେଶ୍ବର: ମୁଖିଆଙ୍କୁ ଭେଟିବାକୁ ଆସି ହଟହଟା ବିଜେଡି ନେତ୍ରୀ ସଂଯୁକ୍ତା ମହଲା । ଅଭିଯୋଗ ଆଣି ଆସୁଥିଲେ ମୁଖିଆଙ୍କ ପାଖକୁ । ବାଟରେ ଅଟକାଇଲା କମିସନରେଟ ପୋଲିସ । ଟ୍ରାଫିକ ଛକରୁ ସିଏମ ହାଉସ ନୁହେଁ ସିଏମ ଗ୍ରିଭାନ୍ସକୁ ତାଙ୍କୁ ନିଆଯାଇଛି ‌। ୧୦ଦିନ ତଳେ ସିଏମକୁ ଭେଟିବାକୁ ସମୟ ମାଗିଥିବା ନେଇ ଲିଖିତ ଆକାରରେ ଜଣାଇଥିଲେ । ୩ରୁ ୪ଦିନ ଭିତରେ ଜଣାଇବେ ବୋଲି କୁହାଯାଇଥିଲା । ହେଲେ ନ ଜଣାଇବାରୁ ସେ ଭେଟିବାକୁ ଯାଉଥିଲେ ବୋଲି କହିଛନ୍ତି ।

ନବୀନ ନିବାସକୁ ଯାଉଥିବା ବେଳେ ବାଟରେ ସଂଯୁକ୍ତାଙ୍କୁ ଅଟକାଇ ସିଏମ ହାଉସରେ ଭେଟିବାକୁ ନୁହେଁ ବରଂ ସିଏମ ଗ୍ରିଭାନ୍ସ ଯିବାକୁ କୁହାଯାଇଥିଲା । ପରେ ସିଏମ ଗ୍ରିଭାନ୍ସରେ ପହଞ୍ଚି ଅଭିଯୋଗ କରିଥିଲେ ସଂଯୁକ୍ତା । ତେବେ ପୂର୍ବତନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନାଁରେ ଅଭିଯୋଗ ଆଣି ଚର୍ଚ୍ଚାରେ ଥିବା ସଂଯୁକ୍ତା ମହଲା ଏବେ ନିଜର ରାଜନୈତିକ, ବ୍ୟକ୍ତିଗତ, ପାରିବାରିକ, ଟ୍ରେଣ୍ଡ ୟୁନିୟନ ସମ୍ପର୍କିତ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଥିଲେ ବୋଲି ସେ ହୋଇଛନ୍ତି । ନିଜ ସମସ୍ୟା ସମ୍ପର୍କରେ ସେ ସିଏମ ଗ୍ରିଭାନ୍ସରେ ଥିବା ଅଫିସରଙ୍କୁ ଜଣାଇଥିବା କହିଛନ୍ତି ।

ଏହା ବି ପଢନ୍ତୁ- ନ୍ୟାୟ ଆଶାରେ ପୁଣି ମହିଳା ଥାନାରେ ବିଜେଡି ନେତ୍ରୀ ସଂଯୁକ୍ତା, କହିଲେ ‘ମୋ ସହ ଶାରୀରିକ ସମ୍ପର୍କରେ ରହିବା ସହ ମାନସିକ ଶୋଷଣ କରିଛନ୍ତି’

ନେଇ ସେ କହିଛନ୍ତି, "ସିଏମ ଗ୍ରିଭାନ୍ସରେ ଅଫିସରମାନଙ୍କ ସହ କଥା ହେଲି । ଖୁବଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶୃତି ମିଳିଲା । ସମସ୍ୟା ଥିଲା ଯାହା ଜଣାଇଲି ପରେ ଏନେଇ ଆଲୋଚନା କରାଯିବ ବୋଲି କହିଛନ୍ତି । ମୋର ରାଜନୈତିକ, ପାରିବାରିକ, ବ୍ୟକ୍ତିଗତ, ଟ୍ରେଣ୍ଡ ୟୁନିୟନର ସମ୍ପର୍କରେ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟ କରାଇବେ ବୋଲି ୧୦ଦିନ ତଳେ ନବୀନ ନିବାସରେ ଲିଖିତ ଜଣାଇଥିଲି । ତେବେ ଅନେକ କଥା ଅଛି ମୁଖ୍ୟମନ୍ତ୍ରୀଙ୍କ ସହ ଭେଟ ପାଇଁ ପ୍ରତିଶୃତି ମିଳିଛି । ଭେଟ ହେଲା ପରେ ପରେ ଜଣାଇବି। ଶ୍ରୀକାନ୍ତ ସାହୁଙ୍କ ସମ୍ପର୍କରେ କେସ ରେଜିଷ୍ଟ୍ରି ହୋଇଛି ଆଇନ ତା ବାଟରେ ଯିବ।"

ସେ ଆହୁରି କହିଛନ୍ତି, "ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ମୁଁଣ ତ ଆଗରୁ କେବେ ଆସିନଥିଲି କି କହିନଥିଲି ତେଣୁ ଏବେ ଜଣାଇଲି । ପ୍ରତିଶୃତି ମିଳିଛି ମୋତେ ଭେଟ କରାଯିବ। ଆଶା ଅଛି କଥା ଗ୍ରହଣ କରାଯିବ ଦେଖାସାକ୍ଷାତ ହେବ। ସମୟ କହିବ ଆଗକୁ କଣ ହେବ ସମୟକୁ ଅପେକ୍ଷା ରହିଛି ।" ତେବେ ଗୋଟିଏ ପଟେ ବିଜେଡିର ମହିଳା କାର୍ଯକାରିଣୀ ବୈଠକ ଚାଲିଛି ଶଙ୍ଖ ଭବନରେ। ହେଲେ ଯେଉଁଠି ସଂଯୁକ୍ତା ସେଠି ରହିବା କଥା ସେ କିନ୍ତୁ ମୁଖିଆଙ୍କୁ ଭେଟିବାକୁ ଆସି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଚକ୍କର କାଟୁଛନ୍ତି। ତେଣୁ ଦେଖିବାର କଥା ନିଜ ଦଳରେ ଥିବା ନିଜର ଜଣେ ନେତ୍ରୀଙ୍କୁ ଭେଟିବାକୁ କେବେ ମିଳୁଛି ମୁଖ୍ୟମନ୍ତ୍ରୀଙ୍କ ସମୟ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details