ଓଡିଶା

odisha

By

Published : Jan 16, 2023, 5:55 PM IST

Updated : Jan 16, 2023, 6:52 PM IST

ETV Bharat / state

ଜାଲ କାଗଜପତ୍ର ଦେଖାଇ କୋଟିଏ ଟଙ୍କାର ମଦ ଚୋରାଚାଲାଣ, ମାଷ୍ଟରମାଇଣ୍ଡ ସମେତ ୩ ଗିରଫ

ସରକାରୀ ମଦ ଚାଲାଣ ହେଉଥିବା ଟ୍ରାନ୍ସପୋର୍ଟ ସଂସ୍ଥାରେ ଜାଲ କାଗଜପତ୍ର ଦେଖାଇ ମଦ ଚୋଲାଚାଲାଣ ପାଇଁ ଷଡ଼ଯନ୍ତ୍ର । ସମ୍ବଲପୁରକୁ ଯାଉଥିବା ମଦକୁ ଅନୁଗୋଳରେ ବିକ୍ରି କରି ଧରାପଡିଲେ ୪ ଠକ । ଫିଲ୍ମ ଷ୍ଟାଇଲରେ ମଦ ଚୋରା ଚାଲାଣର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସର ତମାଣ୍ଡୋ ଥାନା । ଅଧିକ ପଢନ୍ତୁ

Police seized hijacked truck
Police seized hijacked truck

ମଦ ଚୋରାଚାଲାଣ ନେଇ ଜୋନ-୩ ଏସିପିଙ୍କ ସୂଚନା

ଭୁବନେଶ୍ବର: ମାଇନ୍ସ ଗାଡିର ନମ୍ବର ପ୍ଲେଟକୁ ଜାଲିଆତି କରି ରାଜଧାନୀରୁ କୋଟିଏ ଟଙ୍କାର ମଦ ଚୋରା ଚାଲାଣ ହେଉଥିଲା । ଫିଲ୍ମ ଷ୍ଟାଇଲରେ ବୁଦ୍ଧି ଖଟାଇ ଏହି ନିଶାଦ୍ରବ୍ୟ ଚାଲାଣ କରିବାକୁ ଦୁର୍ବୃତ୍ତମାନେ ଯୋଜନା କରିଥିଲେ । ତମାଣ୍ଡୋ ଥାନା ପୋଲିସ ଏହାର ଖୁଲାସା କରିଛି । ମଦ ଗନ୍ତବ୍ୟ ସ୍ଥଳ ସମ୍ବଲପୁରକୁ ନଯାଇ ଅନୁଗୋଳରେ କାରବାର ହୋଇଥିବା ପୋଲିସ ଜାଣିବାକୁ ପାଇଛି । ଟ୍ରକ ଜାଲିଆତି ସମ୍ପର୍କରେ ପୋଲିସକୁ ଖବର ମିଳିଥିଲା ବେଳେ ଘଟଣାରେ ମାଷ୍ଟର ମାଇଣ୍ଡ ଅଭିଯୁକ୍ତ ସହ ତିନିଜଣଙ୍କୁ ପୋଲିସ ଗିରଫ କରିଛି ।

ସୂଚନା ମୁତାବକ ଗତ ୬ତାରିଖରେ ତମାଣ୍ଡୋ ଥାନା ଭଗବାନପୁର ଅଞ୍ଚଳରେ ଥିବା ଏକ ମଦ ପ୍ୟାକିଂ ଫ୍ୟାକ୍ଟ୍ରିରୁ ଏକ ଟ୍ରକ୍‌ ସମ୍ବଲପୁରକୁ ଯାଉଥିଲା । ତେବେ ବାଟରୁ କୁଆଡେ ଗାଏବ ହେବାର ରିପୋର୍ଟ ତମାଣ୍ଡୋ ଥାନାରେ ଗତ ୯ ତାରିଖରେ ହୋଇଥିଲା । ତଦନ୍ତ ବେଳେ ପୋଲିସ ସିସିଟିଭି ଆଉ ତଦନ୍ତରୁ ପୁରା ଘଟଣା ଜାଣିବାକୁ ପାଇଥିଲା । ଏହି ମଦ ସମ୍ବଲପୁରକୁ ନଯାଇ ବାଟରେ ଅନୁଗୋଳରେ କିଛି ମଦ ବ୍ୟବସାୟୀଙ୍କୁ ବିକ୍ରି କରାଯାଇଛି । ତେବେ ଏହି ମଦ ଫ୍ୟାକ୍ଟ୍ରିରୁ ଟ୍ରକ ବାହାରିବା ପରେ ସରକାରୀ ଡିପୋରେ ପହଞ୍ଚିଥାଏ । ଏଠାରେ ମଦ କାର୍ଟନକୁ ସରକାରୀ ଡିପୋର କର୍ତ୍ତୃପକ୍ଷଙ୍କ ଜିମାରେ ରହିଥାଏ । ହେଲେ ଦୁର୍ବୃତ୍ତମାନେ ବାଟରେ ଏହି ମଦ ବିକ୍ରି ପାଇଁ ଯୋଜନା କରିଥିଲେ ।

ଏହା ବି ପଢନ୍ତୁ- ପାକିସ୍ତାନରେ ଲୋମଟାଙ୍କୁରା ଘଟଣା, ସ୍ତ୍ରୀକୁ ହତ୍ୟା ପରେ ହଣ୍ଡାରେ ସିଝାଇଲା ସ୍ବାମୀ

ଏହି ମଦ ଟ୍ରାନ୍ସପୋର୍ଟ ସଂସ୍ଥାର ଟ୍ରକରେ ଚାଲାଣ ହୋଇଥାଏ । ଟ୍ରକ ବାହାରିଲେ କେବଳ ଡ୍ରାଇଭରକୁ ଟ୍ରାକ୍‌ କରିଥାଏ ଟ୍ରାନ୍ସପୋର୍ଟ ସଂସ୍ଥା । ଡ୍ରାଇଭରର ମୋବାଇଲ ଟ୍ରାକିଂ କରି ଟ୍ରକର ଅବସ୍ଥିତି ସମ୍ପର୍କରେ ଟ୍ରାନ୍ସପୋର୍ଟ ସଂସ୍ଥା ଜାଣିଥାଏ । ହେଲେ ଧରାପଡ଼ିଥିବା ମାଷ୍ଟରମାଇଣ୍ଡ ଟ୍ରକ କାଗଜପତ୍ରରେ ଜାଲିଆତି କରି ସେଥିରେ ମଦ ଚାଲାଣ ପାଇଁ ଟ୍ରାନ୍ସପୋର୍ଟ ସଂସ୍ଥାକୁ କହିଥିଲେ । ଟ୍ରକଟି ମୁଖ୍ୟ ଅଭିଯୁକ୍ତ ସୋମୁ ଜେନାଙ୍କ ନାଁରେ ରହିଥିବା ବେଳେ ଠକମାନେ ଟ୍ରାନ୍ସପୋର୍ଟ ସଂସ୍ଥାରେ ଦାଖଲ କରିଥିବା କାଗଜପତ୍ରରେ ଅନ୍ୟ ଜଣେ ବ୍ୟବସାୟୀଙ୍କ ନାଁକୁ ଦର୍ଶାଇଥିଲେ । ଏହାପରେ ଟ୍ରକରେ ମଦ ଲୋଡ୍‌ କରିବା ପରେ ସମ୍ବଲପୁରକୁ ନଯାଇ ଅନୁଗୋଳରୁ ମଦ ବିକ୍ରି କରିବାକୁ ଯୋଜନା କରିଥିଲେ ।

ଏହାପରେ ଟ୍ରକକୁ ଅନୁଗୋଳରେ ଛାଡି ଦେଇ ଏକ ବସ୍‌ରେ ଡ୍ରାଇଭରକୁ ସମ୍ବଲପୁର ଅଭିମୁଖେ ପଠାଇଥିଲେ । ଫଳରେ ଟ୍ରାନ୍ସପୋର୍ଟ ସଂସ୍ଥା ଡ୍ରାଇଭରଙ୍କ ମୋବାଇଲ ଟ୍ରାକ କଲେ ଏହା ସମ୍ବଲପୁର ଲୋକେସନ ଦେଖାଇବ । ଦୁର୍ବୃତ୍ତମାନେ ଏପରି ଯୋଜନା କରିଥିବା ବେଳେ ଡ୍ରାଇଭର ଜଣକ ଟ୍ରକରେ ହିଁ ନିଜ ମୋବାଇଲକୁ ଛାଡ଼ି ଦେଇଥିଲା । ଏହାପରେ ଟ୍ରାନ୍ସପୋର୍ଟ ସଂସ୍ଥା ଟ୍ରାକିଂ କଲାବେଳେ ଟ୍ରକଟି ରାୟପୁର ଲୋକେସନ ଦେଖାଇବା ପରେ ଟ୍ରକକୁ ହାଇଜାକ ହୋଇଥିବା ନେଇ ସଂସ୍ଥା ସନ୍ଦେହ କରିଥିଲା । ଏହାପରେ ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲା । ତେବେ ପୋଲିସ ତଦନ୍ତ ବେଳେ ଏହି ଘଟଣାର ପର୍ଦ୍ଦାଫାଶ କରିଛି ।

ଏହି ଟ୍ରକରେ ୯୫୦ପେଟି ମଦ ତଥା ୨୨,୮୦୦ ବଟଲ ମଦ ରହିଥିଲା । ଯାଜପୁର, କଟକ, ଅନୁଗୋଳରେ ଦୁର୍ବୃତ୍ତମାନେ ମଦ ବିକ୍ରି କରିଥିବା ପୋଲିସ ଜାଣିବାକୁ ପାଇଛି । ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ପୋଲିସ ଟ୍ରକ ହାଇଜାକ ସମ୍ପର୍କରେ ଜାଣିବାକୁ ପାଇଥିଲେ । ଅଭିଯୁକ୍ତ ସୋମୁ ନାଁରେ ଏପରି ଟ୍ରକ ହାଇଜାକ୍‌ କରିବାର ପୂର୍ବରୁ ୨୫ଟି ମାମଲା ରହିଛି । ପୂର୍ବରୁ ମଧ୍ୟ ଷଡ଼ଯନ୍ତ୍ର କରି ଏପରି ମଦ ବିକ୍ରି କରିବାକୁ ଦୁର୍ବୃତ୍ତମାନେ ଯୋଜନା କରିଥିବା କହିଛନ୍ତି ଜୋନ-୩ର ଏସିପି ରଜତ ରାୟ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 16, 2023, 6:52 PM IST

ABOUT THE AUTHOR

...view details