ଓଡିଶା

odisha

ETV Bharat / state

ବାଣ ଗୋଦାମରେ ଚଢାଉ, 3 ଗିରଫ

ଆକ୍ସନ ମୁଡରେ ଖୋର୍ଦ୍ଧା ଜଟଣୀ ପୋଲିସ । ସ୍ଥାନୀୟ ଗୋଲେଇ ମାର୍କେଟରେ ଥିବା ଦୁଇଟି ବେଆଇନ ବାଣ ଦୋକାନ ଏବଂ ରାମଚନ୍ଦ୍ରପୁର ବଜାର ଅଞ୍ଚଳରେ ଥିବା ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ କରିଛି ପୋଲିସ । ଅଧିକ ପଢନ୍ତୁ...

By

Published : Oct 19, 2019, 11:13 PM IST

ଫଟୋ ସୌଜନ୍ୟ- ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ଆଲୋକର ପର୍ବ ଦୀପାବଳିକୁ ନଜରରେ ରଖି ଆକ୍ସନ ମୁଡରେ ରାଜ୍ୟ ପୋଲିସ । ଏହି କ୍ରମରେ ଜଟଣୀ ପୋଲିସ ସ୍ଥାନୀୟ ଗୋଲେଇ ମାର୍କେଟରେ ଥିବା ଦୁଇଟି ବେଆଇନ ବାଣ ଦୋକାନ ଏବଂ ରାମଚନ୍ଦ୍ରପୁର ବଜାର ଅଞ୍ଚଳରେ ଥିବା ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ କରିଛି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଖୋର୍ଦ୍ଧା

ଏହି ଚଢାଉ ସମୟରେ ସେଠାରୁ ବିପୁଳ ପରିମାଣରେ ବାଣ ଜବତ ହୋଇଛି । ଏଥିରେ ସମ୍ପୃକ୍ତ ତିନି ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ବ୍ୟକ୍ତିମାନେ ହେଲେ ଜଟଣୀ ଥାନା ଅଞ୍ଚଳର ବୈଷ୍ଣବ ଚରଣ ଦାସ, ଶ୍ୟାମସୁନ୍ଦର ସାହୁ ଏବଂ ଜିତେନ୍ଦ୍ର ସାହୁ ।


ଆଗାମୀ ଦିନରେ ବେଆଇନ ବାଣ ଗୋଦାମ ଏବଂ ଦୋକାନ ଉପରେ ଚଢ଼ାଉ ଜାରି ରହିବ ବୋଲି ଜଟଣୀ ପୋଲିସ କହିଛି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details