ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । କ୍ରାଇମବ୍ରାଞ୍ଚ ଏହାର ତଦନ୍ତ ଜାରି ରଖିଥିବାବେଳେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ଏଭଳି ଘଟଣା କେବେ ଅନୁମାନ ମଧ୍ୟ କରାଯାଇ ପାରେନାହିଁ । ରାଜ୍ୟବାସୀ ବି ଚକିତ ଓ ଆଶ୍ଚର୍ଯ ଯେ ଘଟଣା କେମିତି ହେଲା କାହିଁକି ହେଲା । ଏହାକୁ ଏଡାଯାଇ ପାରେନା । ତେଣୁ ଏଭଳି ସ୍ଥିତିରେ ସିଧା ଶେଷ କଥା କହିବା ସଠିକ ହେବ ନାହିଁ ବୋଲି କହିଛନ୍ତି ଡିଜି ସୁନୀଲ ବଂଶଲ ।
ଏନେଇ ପ୍ରତିକ୍ରିୟାରେ ପୋଲିସ ଡିଜି କହିଛନ୍ତି, "ତୁରନ୍ତ ଏହାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଗଲା । ଅରୁଣ ବୋଥ୍ରା ନିଜେ ତଦନ୍ତ କରୁଛନ୍ତି । ତାଙ୍କ ନିକଟରେ ସିବିଆଇ ଅଭିଜ୍ଞତା ରହିଛି । ଆମେ ନିଜ ଆଡୁ ହାଇକୋର୍ଟଙ୍କୁ ଅବସରପ୍ରାପ୍ତ ଜଜଙ୍କ ତତ୍ତ୍ବାବଧାନରେ ତଦନ୍ତ ପାଇଁ ଅନୁରୋଧ କରିଥିଲୁ । ଜଷ୍ଟିସ ଦାସଙ୍କ ମିନିଟରିଂରେ ଚାଲିଛି ତଦନ୍ତ । ଦୁଇ ଦିନ ଚାରି ଦିନ ଭିତରେ ତଦନ୍ତ ସରିବନି । ସେଣ୍ଟ୍ରାଲ ଫରେନସିକ ଟିମ ସହ ମଧ୍ୟ ସମ୍ପର୍କ କରାଯାଇଛି । ସେମାନଙ୍କର ସହାୟତା ନିଆଯିବ । ଦୁଇ ଦିନ ଭିତରେ ସେମାନେ ମଧ୍ୟ ପହଞ୍ଚିବେ । କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ସାହାଯ୍ୟ କରିବାକୁ କହିଛନ୍ତି । ଟଏଲେଟରୁ ପେପର ମିଳିଛି । ଏଥିରେ ଯେଉଁ ହାତଲେଖା ରହିଛି ତାକୁ ନେଇ ତଦନ୍ତ କରୁଛନ୍ତି । ଏଇଟା ଫାଇନାଲ କହିବାଟା ଠିକ ହେବନି ଯେପର୍ଯ୍ୟନ୍ତ ଏହା ପଛର ଶେଷ ନିଷ୍କର୍ଷ ନବାହରିଛି । ଆମେ ମାଇଣ୍ଡ କ୍ଲୋଜ କରିବୁନି । ଶେଷ ସିଦ୍ଧାନ୍ତ ପର୍ଯ୍ୟନ୍ତ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚାଲିଛି । ଯିଏ ଅଭିଯୁକ୍ତ ସିଏ ପୋଲିସ ଅଫିସର । ତେଣୁ ତାକୁ ପଚରାଉଚରା କରାଯାଉଛି ।"