ଓଡିଶା

odisha

ରାଜ୍ୟ ପୋଲିସ ପାଇଁ ଜୋର ଧରୁଛି ରାଜନୀତି ! ଗୁଇନ୍ଦା ଛାତି ଧଡ଼ ଧଡ଼, ଆଇନଶୃଙ୍ଖଳା ହଡବଡ

By

Published : Feb 4, 2023, 3:35 PM IST

Updated : Feb 4, 2023, 4:32 PM IST

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା ପରେ ପୋଲିସ ଉପରେ ଚାପ ବଢ଼ିଛି । ଏନେଇ ଗୁରୁତ୍ବପୁର୍ଣ୍ଣ ବୈଠକ ଡାକିଛନ୍ତି ଓଡ଼ିଶା ପୋଲିସ ଡିଜି ସୁନୀଲ ବଂଶଲ । ବୈଠକରେ ନବ ଦାସଙ୍କ ହତ୍ୟା ଘଟଣାସ୍ଥଳରୁ ଆଇନଶୃଙ୍ଖଳା ଏଡିଜି ଓ ଗୁଇନ୍ଦା ବିଭାଗ ଏଡିଜି ତଦନ୍ତ କରିଥିବା ରିପୋର୍ଟକୁ ସମୀକ୍ଷା କରାଯାଇଛି । ଅବହେଳା ଓ ରାଜନୈତିକ ସରଗରମ ନେଇ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ହୋଇପାରେ, ନଚେତ ବଡ଼ ଧରଣର ଅଦଳବଦଳ ହେବାର ସମ୍ଭାବନା ରହିଛି । ଅଧିକ ପଢ଼ନ୍ତୁ

ପୋଲିସ ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ
ପୋଲିସ ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ

ପୋଲିସ ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ

ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ଜୋର ଧରିଲାଣି ରାଜ୍ୟ ରାଜନିତୀ । ମନ୍ତ୍ରୀ ନବଦାସଙ୍କୁ ଗୁଳି କରି ହତ୍ୟା ଘଟଣାକୁ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର କଡ଼ା ଭର୍ତ୍ସନା ପରେ ସୁରକ୍ଷା ଦୃଷ୍ଟିରୁ ନିଜ ପିଏସ୍‌ଓ ଅପସାରଣ କରିବା ନେଇ ନିଷ୍ପତ୍ତି ନେଇଛନ୍ତି । ପୁଣି ସମାନ ଘଟଣାକୁ ନେଇ ଶାସକ ଦଳର ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ମଧ୍ୟ ନିଜର ପିଏସଓ ପାଇଁ ଭୟ ଲାଗୁଥିବା କହିଛନ୍ତି । ଘଟଣାକୁ ନେଇ ରାଜନୀତି ଜୋର ଧରିଥିବାବେଳେ ଓଡ଼ିଶା ପୋଲିସ ଉପରେ ଚାପ ବଢ଼ିଛି । ଏନେଇ ଶନିବାର ଗୁରୁତ୍ବପୁର୍ଣ୍ଣ ବୈଠକ ଡାକିଛନ୍ତି ଓଡ଼ିଶା ପୋଲିସ ଡିଜି ।

ରାଜ୍ୟରେ ଏଭଳି ଘଟଣା ଉପରେ କେନ୍ଦ୍ର ଗୃହ ବିଭାଗ ମଧ୍ୟ ନଜର ରଖିଛି ଓ ଡିଜି ମଧ୍ୟ ଏନେଇ ଗୃହ ବିଭାଗ ସହ କଥା ହୋଇଥିବା ନିଜ ବିବୃତିରେ କହିଥିଲେ । ହୁଏତ ଦେଶରେ ଜଣେ କ୍ୟାବିନେଟ ପାହ୍ୟାର ମନ୍ତ୍ରୀଙ୍କୁ ତାଙ୍କ ରାଜ୍ୟର ତାଙ୍କ ଜିଲ୍ଲାରେ କିପରି ଗୁଳି କରି ହତ୍ୟା କରାଗଲା ଏନେଇ ତଥ୍ୟ ଚାହୁଁଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଏନେଇ ଚାପରେ ରହିଛି ଓଡ଼ିଶା ପୋଲିସ । ତେବେ ଘଟଣା ନେଇ ଶେଷରେ ଗୁରୁତ୍ବପୁର୍ଣ୍ଣ ବୈଠକ ଡାକିଛନ୍ତି ଓଡ଼ିଶା ପୋଲିସ ଡିଜି ସୁନଲ ବଂଶଲ । ଏହି ବୈଠକରେ ଆଇନଶୃଙ୍ଖଳା ଏଡିଜି ଆଇପିଏସ୍‌ ଆର୍‌କେ ଶର୍ମା, ଗୁଇନ୍ଦା ନିର୍ଦ୍ଦେଶକ ଆଇପିଏସ୍‌ ସଞ୍ଜୀବ ପଣ୍ଡା, ଗୁଇନ୍ଦା ଡିଆଇଜି ଆଇପିଏସ୍‌ ଅନୁପ୍‌ ସାହୁଙ୍କ ସହ ଆଇଜି ପ୍ରୋଭିଜନ ଆଇପିଏସ ଯତୀନ୍ଦ୍ର କୋଏଲ, ଏଡିଜି ହେଡକ୍ବାର୍ଟର ଆଇପିଏସ୍‌ ଏସ୍‌ ଦେବଦତ୍ତ ସିଂ ମଧ୍ୟ ଉପସ୍ଥିତ ହୋଇଛନ୍ତି ।

ନବ ଦାସଙ୍କ ହତ୍ୟା ଘଟଣାରେ ଘଟଣାସ୍ଥଳରୁ ଆଇନଶୃଙ୍ଖଳା ଏଡିଜି ଓ ଗୁଇନ୍ଦା ବିଭାଗ ଏଡିଜି ତଦନ୍ତ କରିଥିବା ରିପୋର୍ଟକୁ ସମୀକ୍ଷା କରାଯାଇଛି । ରାଜ୍ୟର ଜଣେ ଏତେ ବଡ଼ କ୍ୟାବିନେଟ ପାହ୍ୟାର ମନ୍ତ୍ରୀଙ୍କୁ କିପରି ଗୁଳି କରି ହତ୍ୟା କରାଗଲା ଅଥଚ ଏନେଇ ଗୁଇନ୍ଦା ପାଖରେ କିପରି ଖବର ରହିଲା ନାହିଁ । ଅର୍ଥାତ୍ ଗୁଳି କରି ହତ୍ୟା କରିଥିବା ଅଭିଯୁକ୍ତ ଜଣେ ପୋଲିସ କର୍ମଚାରୀ ହୋଇଥିବା ବେଳେ ଏହା ହୁଏତ ତାଙ୍କର ପ୍ରଥମ ପ୍ରୟାସ ହୋଇନଥିବ । ପୂର୍ବରୁ ହୁଏତ ସେ ଯୋଜନା କରିଥିବେ ବା କେତେଥର ଉଦ୍ୟମ ମଧ୍ୟ କରିଥିବେ । ସେହିପରି ମନ୍ତ୍ରୀଙ୍କ ପାଖରେ ଡ୍ୟୁଟି କରୁଥିବା ପୋଲିସ ଅଧିକାରୀ ସେମାନଙ୍କର ଗତିବିଧି ଉପରେ ପୋଲିସର ଗୁଇନ୍ଦା ନଜର ରଖୁଥିଲେ କି ନାହିଁ । ଏନେଇ କଣ ଗୁଇନ୍ଦା ତଥ୍ୟ ବେଲ ମାରିଥିଲା କି ଯାହା ପାଇଁ ଏପରି ଏକ ଅଘଟଣ ଘଟିଗଲା । ସେନେଇ ଗୁଇନ୍ଦା ଏଡିଜି ମଧ୍ୟ ବ୍ରଜରାଜନଗର ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ ଓ ତଥ୍ୟ ସଂଗ୍ରହ କରିଥିଲେ ‌।

ଠିକ ସେହିପରି ଆଇନଶୃଙ୍ଖଳା ମଧ୍ୟ ଏନେଇ ଆଲର୍ଟ ଥିଲା କି ନାହିଁ, ସେନେଇ ପ୍ରଶ୍ନ ଉଠିଛି । କାରଣ ନବ ଦାସଙ୍କୁ ନେଇ ବ୍ରଜରାଜନଗରରେ ଦୁଇଟି ଗୋଷ୍ଠି ମଧ୍ୟରେ ବାଦ ବିବାଦ ଲାଗିଥିଲା । ଏପରି କି ରାଜନୈତିକ ଛକାପଞ୍ଝା ମଧ୍ୟ ଲାଗି ରହିଥିଲା । ଏହାରି ଭିତରେ ନବ ଦାସଙ୍କ କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ମଧ୍ୟ ପୋଲିସ ସେଠାରେ ମୁତୟନ ହୋଇଥିଲେ । ତେବେ ଏନେଇ ଆଇନଶୃଙ୍ଖଳା ଏଡିଜି କିଛି ଆଲର୍ଟ ଥିଲେ ନା ନାହିଁ, ଏପରି ପରିସ୍ଥିତି ପାଇଁ ଆଇନଶୃଙ୍ଖଳାରେ ମଧ୍ୟ କିଛି ତୃଟି ରହିଗଲା କି, ନବ ଦାସଙ୍କୁ ଗୁଳିମାଡ଼ ପରେ ବି କିପରି ସେଠାରେ ଉପସ୍ଥିତ ପିଏସ୍‌ଓ ଏନେଇ ସୁରକ୍ଷା ଦେବା ନେଇ ପ୍ରୟାସ କଲେନାହିଁ, ପୋଲିସ ମାଳ ମାଳ ଥାଇ କିପରି ଗୁଳିକାଣ୍ଡ ଘଟିଲା, ଏସବୁ ତମାମ ତୃଟି ରହିଛି କି ସେନେଇ ସମୀକ୍ଷା କରାଯାଉଛି । ଏପରିକି ପିଏସଓଙ୍କୁ ନେଇ ରାଜନୀତି ଜୋର ଧରିବା ପରେ ଏବେ ପିଏସଓ ମାନଙ୍କୁ ମୁତୟନ ଓ ଭିଭିଆଇପିଙ୍କୁ କିପରି ସୁରକ୍ଷା ଦିଆଯିବ ଆଦି ତମାମ ଦିଗକୁ ନେଇ ଆଲୋଚନା ହୋଇଛି । ହୁଏତ ଅବହେଳା ଓ ରାଜନୈତିକ ସରଗରମ ନେଇ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ହୋଇପାରେ, ନଚେତ ବଡ଼ ଧରଣର ଅଦଳବଦଳ ହେବାର ସମ୍ଭାବନା ରହିଛି । ଏପରିକି ପୂର୍ବରୁ ଏହି ଘଟଣାରେ ନବ ଦାସଙ୍କ ପିଏସଓ ବହିଷ୍କାର ସହ ଏଏସ୍‌ଆଇ ଗୋପାଳ ଦାସ ମଧ୍ୟ ବହିଷ୍କୃତ ହୋଇଛନ୍ତି । ସେହିପରି ବ୍ରଜରାଜନଗର ଆଇଆଇସି, ଏସଡିପିଓଙ୍କ ସମେତ ଝାରସୁଗୁଡ଼ା ଏସ୍‌ପିଙ୍କୁ ମଧ୍ୟ ବଦଳି କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 4, 2023, 4:32 PM IST

ABOUT THE AUTHOR

...view details