ଓଡିଶା

odisha

ETV Bharat / state

ନବୀନ ନିବାସ ଘେରାଉ ପୂର୍ବରୁ ପୋଲିସ ଓ ବିଜେପି କର୍ମୀ ଧସ୍ତା ଧସ୍ତି

ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଓ ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ନୀରବତାକୁ ନେଇ ଘଣ୍ଟ ବାଡେଇ ପ୍ରତିବାଦ କଲା ବିଜେପି । ନବୀନ ନିବାସ ଅଭିମୁଖେ ବାହାରିଥିବାବେଳେ ଧସ୍ତା ଧସ୍ତି ହେଲେ ବିଜେପି କର୍ମୀ ଓ ପୋଲିସ । ଅଧିକ ପଢନ୍ତୁ

ନବୀନ ନିବାସ ଘେରାଉ ପୂର୍ବରୁ ଧସ୍ତା ଧସ୍ତି ପୋଲିସ ଓ ବିଜେପି କର୍ମୀ
ନବୀନ ନିବାସ ଘେରାଉ ପୂର୍ବରୁ ଧସ୍ତା ଧସ୍ତି ପୋଲିସ ଓ ବିଜେପି କର୍ମୀ

By

Published : Oct 31, 2022, 6:22 PM IST

ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲା ଓ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ନୀରବତାକୁ ପ୍ରତିବାଦ କରି ବିଜେପିର ବିରାଟ ଶୋଭାଯାତ୍ରା । ନବୀନ ନିବାସ ଅଭିମୁଖେ ବାହାରିଥିବାବେଳେ, ଧସ୍ତା ଧସ୍ତି ହେଲେ ବିଜେପି କର୍ମୀ ଓ ପୋଲିସ । ବିକ୍ଷୋଭ ପ୍ରଦର୍ଶନ କରୁଥିବା କର୍ମୀଙ୍କୁ ପୋଲିସ ଉଠାଇ ନେଇଥିବା ଜଣାପଡିଛି । ଶିଶୁ ଭବନ ଠାରେ ଆନ୍ଦୋଳନକାରୀଙ୍କୁ ଅଟକାଇବାରୁ ଧସ୍ତା ଧସ୍ତି ହୋଇଥିଲେ ପୋଲିସ ଓ ବିଜେପି କର୍ମୀ ।

ମିଳିଥିବା ସୂଚନା ଅନୁଯାୟୀ, ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଓ ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ଏହାକୁ ବିରୋଧ କରି ଆଜି ନବୀନ ନିବାସ ଘେରାଉ କରିବା ପାଇଁ ବିଜେପି ଏକ ଶୋଭାଯାତ୍ରାରେ ବାହାରିଥିଲା । ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ଅର୍ଚ୍ଚନା ନାଗ ଓ ବିଜେଡ଼ି ନେତାଙ୍କ ସମ୍ପର୍କ ଉପରେ ଝାଡୁ ପାହର ସମ୍ପର୍କିତ ଏକ ପଥପ୍ରାନ୍ତ ନାଟକ ଆୟୋଜନ କରିଥିଲା ବିଜେପି । ଅର୍ଚ୍ଚନା ନାଗ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ନୀରବତାକୁ ପ୍ରତିବାଦ କରିବା ସହ ଶୋଭାଯାତ୍ରାରେ ନବୀନ ସରକାରକୁ ଜାଗ୍ରତ କରିବାକୁ ଘଣ୍ଟ ବାଡେଇ ନବୀନ ନିବାସ ଅଭିମୁଖେ ବାହାରିଥିଲେ ବିଜେପି କର୍ମୀ ।

ନବୀନ ନିବାସ ଘେରାଉ ପୂର୍ବରୁ ଧସ୍ତା ଧସ୍ତି ପୋଲିସ ଓ ବିଜେପି କର୍ମୀ

କିନ୍ତୁ ନବୀନ ନିବାସ ପହଞ୍ଚିବା ପୂର୍ବରୁ ଶିଶୁଭବନରେ ପୋଲିସ ବିକ୍ଷୋଭକାରୀଙ୍କୁ ଅଟାଇବା ବେଳେ ସେମାନେ ବ୍ୟାରିକେଡ ଡେଇଁ ଯିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ପୋଲିସ ଓ ବିଜେପି କର୍ମୀ ଧସ୍ତାଧସ୍ତି ହୋଇଥିଲେ। ଫଳରେ ବିକ୍ଷୋଭ ପ୍ରଦର୍ଶନକାରୀଙ୍କୁ ଉଠାଇ ନେଇଥିଲା ପୋଲିସ । ପରେ ଆନ୍ଦୋଳନ ପ୍ରତ୍ଯାହୃତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ନବୀନ ନିବାସ ଘେରିବ ବିଜେପି, ୪ ମନ୍ତ୍ରୀଙ୍କ କ୍ୱାର୍ଟର ଆଗରେ ପୋଲିସ ଛାଉଣୀ

ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ମନ୍ତ୍ରୀ ସମୀର ଦାସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଏବଂ ଅର୍ଚ୍ଚନା ନାଗ ପ୍ରସଙ୍ଗରେ ମଧ୍ୟ ପ୍ରଭାବଶାଳୀ ନେତାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ବିଜେପି ଏହି ବିକ୍ଷୋଭ କରିଥିଲା । ଶୋଭାଯାତ୍ରାରେ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂହ, ଅନ୍ୟ ତୁଙ୍ଗ ନେତା ମାନେ ଉପସ୍ଥିତ ରହିଥିଲେ । ଏଥିସହ ଶତାଧିକ ବିଜେପି କର୍ମୀ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ବିଜେପିର ବିକ୍ଷୋଭ ପ୍ରଦର୍ଶନ ନେଇ ୪ ମନ୍ତ୍ରୀଙ୍କ ଘର ସାମ୍ନାରେ ଆଲର୍ଟ କରାଯାଇଥିଲା । ଗଣଶିକ୍ଷା ମନ୍ତ୍ରୀ ସହ ଆଇନ ମନ୍ତ୍ରୀ, ଶିଳ୍ପମନ୍ତ୍ରୀ ଓ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ସହ ଗୃହ ସଚିବଙ୍କ ଘର ସାମ୍ନାରେ ମଧ୍ୟ ପୋଲିସ ଆଲର୍ଟରେ ରହିଥିଲେ ।

ଭୁବନେଶ୍ବର, ଇଟିଭି ଭାରତ

ABOUT THE AUTHOR

...view details