ଭୁବନେଶ୍ବର:ରାତି ପହିଲେ, ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଦୁଇ ଦିନିଆ ଓଡି଼ଶା ଗସ୍ତ । ଆସନ୍ତାକାଲି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଗସ୍ତକୁ ଦୃଷ୍ଟିରେ ରଖି ହାଇ ଆଲର୍ଟରେ ରହିଛି ଭୁବନେଶ୍ବର ଓ କଟକ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି କାର୍କେଡ଼ ରିହରସଲ କରିଛନ୍ତି। ବ୍ଲୁ ବୁକ୍ ଗାଇଡଲାଇନ ଅନୁସାରେ କାର୍ଯ୍ୟକ୍ରମ ଥିବା ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପ୍ରଥମେ ଏୟାରପୋର୍ଟରୁ କାର୍କେଡ୍ ବାହାରି ରମାଦେବୀ ବିଶ୍ବବିଦାଳୟ ଆସିଥିଲା । ଗାଡି ପଛକୁ ଗାଡି ସହ ସାଇରନ ବଜାଇ ଗାଡ଼ିଗୁଡ଼ିକ ଭୁବନେଶ୍ୱରର ବିଭିନ୍ନ ଟ୍ରାଫିକ ଦେଇ ସେଠାରେ ପହଞ୍ଚିଥିଲା । ବିଶ୍ୱବିଦ୍ୟାଳୟର ଅଡିଟୋରିଅମରେ ହେବାକୁ ଥିବା କାର୍ଯ୍ୟକ୍ରମର ତଦାରଖ ସହ ଯାଞ୍ଚ କରିଥିଲେ ପୋଲିସ ଡିଜି । ତାଙ୍କ ସହ ସିପି ଡିସିପି ଏସିପିଙ୍କ ସମେତ ବହୁ ପୋଲିସ ଅଧିକାରୀ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ସ୍ଥିତିକୁ ବୁଲି ଦେଖିଲେ । ଏହାପରେ ଲିଙ୍ଗରାଜ ମନ୍ଦିର ଯାଇଥିଲା କାର୍କେଡ । ପରେପରେ ରାଜଭବନ ଯାଇଥିଲା କାର୍କେଡ । ଏହିଭଳି ଭାବରେ ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ଥିବା କାର୍ଯ୍ୟକ୍ରମ ସ୍ଥଳରେ କାର୍କେଡ ଯାଇ ରିହର୍ଲସେଲ କରିଛନ୍ତି । ସେପଟେ ସେବୁ ମିଟିଂ ସ୍ଥଳରେ ଜଣେ ଲେଖାଏଁ ଏଡିସିପି ରାଙ୍କ୍ ଅଫିସର ନିୟୋଜିତ ହେବେ ।
ରାଜଭବନରେ ୨୪ ଘଣ୍ଟା ପୋଲିସ ନିୟୋଜିତ ହୋଇଛନ୍ତି । ମୋଟ ୪୦ ପ୍ଲାଟୁନ ପୋଲିସ ସୁରକ୍ଷା ଦାୟିତ୍ୱରେ ରହିବେ । ୨ ଶହ ପୋଲିସ ଅଫିସରଙ୍କ ନଜରରେ ରହିବ ପୁରା ସହର । ୧୪ ଏଡିସିପି ରାଙ୍କ୍ ଅଫିସର, ୩୫ ଏସିପି ରାଙ୍କ୍ ଅଫିସର, ୪୭ ଇନସ୍ପେକ୍ଟର ୧୮୮ ସବ ଇନସ୍ପେକ୍ଟର ଓ ୫୦ ହୋମଗାର୍ଡ ନିୟୋଜିତ ହେବେ । କାର୍କେଡର ଇନଚାର୍ଜରେ ଜଣେ ଏସପି ରାଙ୍କ୍ ଅଫିସର ରହିବେ । କାର୍କେଡ୍ ମୁଭମେଣ୍ଟର ତଦାରଖ କରିବେ । ରାଷ୍ଟ୍ରପତିଙ୍କ ପାଇଁ ୩୦ଟି କାର କାର୍କେଡ଼ରେ ସାମିଲ ହେଉଛନ୍ତି । ପ୍ରଥମେ ୱାର୍ଣ୍ଣିଂ କାର ଯିବ । ଏହା ପଛେପଛେ ପାଇଲଟ କାର ଯିବ । ପ୍ରଥମେ ଏହିଭଳି ୫ ଟି ଗାଡି ଯିବା ପରେ ଷଷ୍ଠ ଗାଡିଟି ରାସ୍ତାକୁ କ୍ଲିଅର କରିବ । ଯାହାକୁ କ୍ଲିଅରିଂ କାର୍ କୁହାଯାଏ । ତା ପଛକୁ ଜାମର ଗାଡି ବା ଟେକ୍ନୋ କାର ଯିବ । ଏହି ଗାଡି ଯିବା ମାତ୍ରେ ୩ ଶହ ମିଟର ପରିଧି ଭିତରେ ସମସ୍ତ ମୋବଇଲ ଟାୱାର ଅକାମୀ ହୋଇଯିବ । ପଛକୁ ପଛ ଭିଭିଆଇପିଙ୍କ କାର ରହିବ । ଏହା ପଛକୁ ଏସ୍କର୍ଟ ୧ରେ ରାଷ୍ଟ୍ରପତିଙ୍କ ନିଜସ୍ୱ ସୁରକ୍ଷା କର୍ମୀ ରହିବେ । ଏସ୍କର୍ଟ ୨ରେ ଓଡିଶା ପୋଲିସର ଏକ୍ସପର୍ଟ ଅଫିସର ରହିବେ । ତା ପଛରେ ରାଷ୍ଟ୍ରପତିଙ୍କ ଅଫିସିଆଲ ରହିବେ । ଶେଷରେ ଫାୟାର ଓ ଆମ୍ବୁଲାନ୍ସ ରହିବ ।