ଭୁବନେଶ୍ବର:ରାଜଧାନୀ ହିଟ ଆଣ୍ଡ ରନ୍ ମାମଲା । ପାୱାର ହାଉସ ଛକ ରେଞ୍ଜ ରୋଭର କାରକୁ ନେଇ ତେଜୁଛି ରାଜନୀତି । ଉଭୟ ବିଜେପି ଓ କଂଗ୍ରେସ ଏହାକୁ ପ୍ରସଙ୍ଗ କରି ପୋଲିସକୁ ଟାର୍ଗେଟ କରିଛନ୍ତି । ଏହାରି ଭିତରେ ଦୁଇ ରାଜନୈତିକ ଦଳର ପ୍ରସଙ୍ଗ ପରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଲିଗାଲି କେସ ମାମଲାରେ ସିସିଟିଭି ଫୁଟେଜ ପବ୍ଲିକ ହୋଇପାରିବ କି ବୋଲି ପ୍ରଶ୍ନ କରିଛନ୍ତି ସୌମେନ୍ଦ୍ର ।
ତେବେ ଏନେଇ ପୋଲିସ କମିସନର କହିଛନ୍ତି, "ଯେଉଁ ରାଜନୈତିକ ଦଳ ସ୍ମାରକପତ୍ର ବା ଦାବିପତ୍ର ଦେଉଛନ୍ତି । ଯାହାର ଏନେଇ ଅଭିଯୋଗ ରହିଛି ତାକୁ ବିବେଚନା କରାଯାଉଛି । ଗଣମାଧ୍ୟମରେ ଯେଉଁ ଖବର ଚାଲୁଛି ନମ୍ବର ଭୁଲ ଥିବା ଘଟଣା ଯାହକି ପ୍ରେସ ନୋଟରେ କୁହାଯାଇଛି । ଯେଉଁ କଥାକୁ ନେଇ ଅଭିଯୋଗ ଆସୁଛି ସେସବୁକୁ ନେଇ ପ୍ରତ୍ୟେକ ଜିନିଷ ତନତନ ଯାଞ୍ଚ କରାଯାଉଛି । ଯେଉଁ ଅଭିଯୋଗ ଆସୁଛି ତାହା ବିଚାରଣୀୟ । ତେଣୁ ଏନେଇ ଆମେ ସମସ୍ତଙ୍କ ଅଭିଯୋଗକୁ ବିଚାରକୁ ନେଉଛୁ ।"
ଅକ୍ଟୋବର ମାସ ଶେଷରେ ପାଓ୍ବାର ହାଉସ ଛକରେ ବିଧାୟିକା ଦୀପାଳି ଦାସଙ୍କ ଭାଇଙ୍କ ମାଲିକାନାରେ ଥିବା କମ୍ପାନୀର ରେଞ୍ଜ ରୋଭର କାର ଏକ ବାଇକକୁ ଧକ୍କା ଦେଇଥିଲା । ଏହି ଘଟଣାରେ ପୋଲିସ କେସ ନମ୍ବର ୬୪୩ରେ ପୂର୍ବରୁ ଆଇପିସିର ଦଫା 279, 337,338,184 MV ଆକ୍ଟରେ ତଦନ୍ତ କରିଥିଲା । ପରେ ଏହି ଘଟଣାରେ ଦୁର୍ଘଟଣାର ଶିକାର ହୋଇଥିବା ଜଣେ ଯୁବତୀଙ୍କ ମୃତ୍ୟୁ ପରେ ପୋଲିସ ୩୦୪Aରେ ଦଫା ଲଗାଇ ତଦନ୍ତ କରିଛି । ଅବହେଳା ଓ ବେପରୁଆ ଗାଡି ଚାଳନା ପାଇଁ ହତ୍ୟା କରିବା ଦଫାରେ 304A ରେ ତଦନ୍ତ ଆଗକୁ ବଢ଼ିଛି । ଏହି ଘଟଣାରେ ପୂର୍ବରୁ ଡ୍ରାଇଭର ସୌଭାଗ୍ୟ କୁମାର ବାଗକୁ ଗିରଫ କରାଯାଇଥିବା ବେଳେ ଏବେ ରାଜନୈତିକ ଦଳମାନଙ୍କ ବିରୋଧ ଓ ତଦନ୍ତ ପାଇ ଚାପ ବଢିଛି ।