ଭୁବନେଶ୍ବର: କଟକ ଭୁବନେଶ୍ବର ଟ୍ବିନସିଟିରେ ବଡୁଛି ଦଣ୍ଡବିଧାନ ହାର । ୮ ମାସରେ ୪୭ଟି ମାମାଲରେ ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତ । ଏହି ମାମଲାକୁ ଅଧିକ ତ୍ଵରାନିତ୍ଵ କରିଥିବା ଦକ୍ଷ ଅଧିକାରୀ ଓ ଓକିଲଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଦୈତନଗରୀରେ ଅପରାଧିକ ମାମଲାରେ ସଫଳ ତଦନ୍ତ ଓ ଦୋଷୀଙ୍କୁ ଦଣ୍ଡାଦେଶ ଲାଗି ସରକାରୀ ଓକିଲ ଓ ତଦନ୍ତକାରୀ ଅଫିସରଙ୍କୁ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସମ୍ବର୍ଦ୍ଧିତ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ:ପୁରୀରେ ବଢୁଛି ଅପରାଧ, ଗରୁକୃପା ଆଶ୍ରମରେ ହତ୍ୟାକାଣ୍ଡ ଓ ବୋମାମାଡ଼ ଘଟଣାରେ 6 ଗିରଫ
ଭୁବନେଶ୍ବରରେ ୮ ମାସ ଭିତରେ ୩୩ଟି ମାମଲାର ଦଣ୍ଡାଦେଶ ହୋଇଥିବା ବେଳେ କଟକରେ ୧୪ଟି ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେବା ପରେ ଦଣ୍ଡବିଧାନ ହୋଇଛି । ଭୁବନେଶ୍ବର ୟୁପିଡିରରେ ରାଜ୍ୟ ବାହଆରର ଇରାନୀ ଗ୍ୟାଙ୍ଗ୍ ଓ କାର କାଚ୍ ଭଙ୍ଗା ଗ୍ୟାଙ୍ଗ ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସେହିଭଳି ଖାରବେଳ ନଗର ଥାନା ଅଧିନରେ ପତ୍ନୀକୁ ହତ୍ୟା କରିବା ଅଭିଯୋଗରେ ପୂର୍ବତନ ବିଧାୟକ ରାମ ଗମାଙ୍ଗୋଙ୍କୁ ଆଜୀବନ ଜେଲ୍ ହୋଇଛି । ଏହା ସହିତ ଜଟଣୀରେ ଶିଶୁ ହତ୍ୟା, ଚୋରି, ଖାଦ୍ୟରେ ନିଶା ଦେଇ ଲୁଟ, ଡକାୟତି ସଙ୍ଗୀନ ମାମଲାରେ ଅଭିଯୁକ୍ତ ଦୋଶୀ ସାବ୍ୟସ୍ତ ହୋଇଛନ୍ତି । କଟକରେ ପୋସ୍କୋ, ଦୁଷ୍କର୍ମ ଓ ହତ୍ୟା ଭଳି ଘଟଣାରେ ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏନେଇ ଆଜି ପୋଲିସ ସେବା ଭବନରେ ଟ୍ୱିନ୍ସିଟିର ୨୩ ସରକାରୀ ଓକିଲ ଓ ୪୧ ଜଣ ତଦନ୍ତକାରୀ ଅଫିସରଙ୍କୁ ସମ୍ବର୍ଦ୍ଧନା କରିଛନ୍ତି ପୋଲିସ କମିଶନର ।