ଓଡିଶା

odisha

ETV Bharat / state

ବିଭାଗୀୟ ଅଧିକାରୀଙ୍କୁ ପୋଲିସ କମିଶନରଙ୍କ ନିର୍ଦ୍ଦେଶ, 'କ୍ଷେତ୍ର ପରିଦର୍ଶନ କରି କର ଯାଞ୍ଚ' - ଭୁବନେଶ୍ବର ଖବର

ରାଜଧାନୀରେ ଅପରାଧିକ କାର୍ଯ୍ୟ ବୃଦ୍ଧି ପାଉଥିବା ବେଳେ ପୋଲିସ କମିଶନଙ୍କ ନିଜ ଅଫିସରମାନଙ୍କୁ ତାଗିଦ । ଫିଲ୍ଡ ଭିଜିଟ ଉପରେ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ । ଥାନା ଥାନା ବୁଲି ନିଜେ ତଦାରଖ କରିବେ ସିପି । ଅଧିକ ପଢନ୍ତୁ

ବିଭାଗୀୟ ଅଧିକାରୀଙ୍କୁ ପୋଲିସ କମିଶନରଙ୍କ ନିର୍ଦ୍ଦେଶ
ବିଭାଗୀୟ ଅଧିକାରୀଙ୍କୁ ପୋଲିସ କମିଶନରଙ୍କ ନିର୍ଦ୍ଦେଶ

By ETV Bharat Odisha Team

Published : Nov 29, 2023, 10:02 AM IST

Updated : Nov 29, 2023, 10:42 AM IST

ଭୁବନେଶ୍ବର:ଆକ୍ସନ ମୋଡରେ କମିଶନରେଟ ପୋଲିସ । ଏବେ ସବୁ ଥାନାରେ ବୁଲି ବୁଲି ଯାଞ୍ଚ କରିବେ ପୋଲିସ ବାବୁ । ଅଚାନକ ଥାନା ଗସ୍ତ କରି ଅଫିସରମାନେ କିଭଳି କାମ କରୁଛନ୍ତି ଦେଖିବେ ସିପି । ରାଜଧାନୀ ଭୁବନେଶ୍ବରରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ କାର୍ଯ୍ୟାନୁଷ୍ଠାନକୁ ନେଇ ନିଜ ବିଭାଗୀୟ ଅଧିକାରୀଙ୍କୁ ପ୍ରଶ୍ନ କରିଛନ୍ତି ଖୋଦ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ନିଜ ନିଜ ଅଞ୍ଚଳ ପରିଦର୍ଶନ କରି ଶାନ୍ତି ଶୃଙ୍ଖଳା ସ୍ଥିତିର ତଦାରଖ କରିବା ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସିପି ।

ବିଭାଗୀୟ ଅଧିକାରୀଙ୍କୁ ପୋଲିସ କମିଶନରଙ୍କ ନିର୍ଦ୍ଦେଶ

ସୂଚନା ଅନୁଯାୟୀ, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ମଙ୍ଗଳବାର ୱାକିଟକି ଗ୍ରୁପ କଲ(VHF) ଜରିଆରେ ନିଜର ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ଯୋଡି ହୋଇଥିଲେ । ନିଜ ନିଜ ଥାନା ଅଞ୍ଚଳରେ କିଭଳି କାମ କରାଯାଉଛି ସେନେଇ ପଚାରିବ ସହ ରାଜଧାନୀରେ ଅପରାଧିକ କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ପୋଲିସର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ କରିଥିଲେ । ସବୁ ଥାନା ଅଞ୍ଚଳରେ ଅଫିସର ଆକ୍ଟିଭ ନଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅଫିସରମାନଙ୍କୁ ଫିଲ୍ଡ ଭିଜିଟ କରି ସ୍ଥାନୀୟ ଅଞ୍ଚଳରେ ଆଇନ ଶୃଙ୍ଖଳା ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସିପି ।

ବିଭାଗୀୟ ଅଧିକାରୀଙ୍କୁ ପୋଲିସ କମିଶନରଙ୍କ ନିର୍ଦ୍ଦେଶ

ଏଥିସହ ରାଜଧାନୀରେ ଚୋରୀ ଡକାୟତି ହତ୍ୟାକାଣ୍ଡ ଭଳି ଘଟଣା ବୃଦ୍ଧି ପାଉଥିବା ବେଳେ ପୋଲିସର ପାରିବାପଣିଆ ଉପରେ ଲୋକମାନେ ପ୍ରଶ୍ନ ଉଠାଉଛନ୍ତି । ଦିନ ଦ୍ବିପହରରେ ଚୋରୀ, ଡକାୟତୀ, ଲୁଟ, ହତ୍ୟାକାଣ୍ଡ ଭଳି ଘଟଣା ବାରମ୍ବାର ଘଟୁଛି । ଯାହା ପୋଲିସ ପ୍ରଶାସନକୁ ଏକପ୍ରକାର ବଦନାମ କରୁଛି । ଏନେଇ ସମସ୍ତ ଥାନା ଓ ଜୋନାଲ ଏସିପି ସହ ପୋଲିସ କଣ୍ଟ୍ରୋଲ ରୁମ୍ ଅଧିକାରୀଙ୍କୁ କଡ଼ା ଆଲର୍ଟ କରିଛନ୍ତି । ନିଜ କ୍ଷେତ୍ର ପରିଦର୍ଶନ ସହ ନିଜ ଥାନା ଅଞ୍ଚଳର ଷ୍ଟ୍ରିଟ୍‌ କ୍ରାଇମ୍ ଉପରେ ଫୋକସ ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସିପି ।

ବିଭାଗୀୟ ଅଧିକାରୀଙ୍କୁ ପୋଲିସ କମିଶନରଙ୍କ ନିର୍ଦ୍ଦେଶ

ଏହାମଧ୍ୟ ପଢନ୍ତୁ.. ସୀମା ଟପିଲା ଲୁଟେରାଙ୍କ ଦୌରାତ୍ମ୍ୟ, ହସ୍ପିଟାଲ ଯାଇଥିବା ବେଳେ ଘରୁ ଲୁଟ

ଅଫିସରମାନଙ୍କୁ ଆହୁରି ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଲୋକାଲ ସୋର୍ସ ଓ ସୋସାଇଟିର ସେକ୍ରେଟାରୀ ଓ ମୁଖିଆଙ୍କ ସହ ସମ୍ପର୍କ ବଢ଼ାଇ କ୍ରାଇମ ଘଟିବା ପୂର୍ବରୁ ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି । ଅନ୍ୟ ଅଫିସରଙ୍କ ଭିତରେ ସମନ୍ବୟ ଅଭାବ ଯୋଗୁଁ ଥାନା ଅଞ୍ଚଳରୁ ପୋଲିସର ଆକ୍ସନ ବା ଅପରାଧିକ ଗତିବିଧି ଉପରେ ଅଫିସରଙ୍କ ଫୋକସ ରହୁନି ବୋଲି କହିଛନ୍ତି ସିପି ।

ତେବେ ଥାନା ଗୁଡିକରେ ଅଫିସରଙ୍କ କାର୍ଯ୍ୟାକଳାପକୁ ଯାଞ୍ଚ କରିବା ପାଇଁ ପ୍ରତିଦିନ ବିଭିନ୍ନ ଥାନାକୁ ଅଚାନକ ଗସ୍ତ କରିବେ ବୋଲି କହିଛନ୍ତି ପୋଲିସ କମିଶନର । ଏବଂ ଥାନା ଅଧିକାରୀମାନଙ୍କୁ କ୍ଷେତ୍ର ପରିଦର୍ଶନ ଉପରେ ଗୁରୁତ୍ବ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

Last Updated : Nov 29, 2023, 10:42 AM IST

ABOUT THE AUTHOR

...view details