ଓଡିଶା

odisha

ETV Bharat / state

ଚୋରିର ଷଡଯନ୍ତ୍ର ରଚିଥିଲା ନିଜେ ଫାଇନାନ୍ସ କର୍ମଚାରୀ, ପର୍ଦ୍ଦାଫାସ କଲା ପୋଲିସ ନି - conspiracy of theft from finance employee

ଜାତୀୟ ରାଜପଥରେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ବନ୍ଧୁକ ମୁନରେ ଲୁଟ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ ନିଜେ କର୍ମଚାରୀ । ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ଅଧିକ ପଢନ୍ତୁ...

ଚୋରିର ଷଡଯନ୍ତ୍ର ରଚିଥିଲେ ନିଜେ ଫାଇନାନସ କର୍ମଚାରୀ, ପର୍ଦ୍ଦାଫାସ କଲା ପୋଲିସ
ଚୋରିର ଷଡଯନ୍ତ୍ର ରଚିଥିଲେ ନିଜେ ଫାଇନାନସ କର୍ମଚାରୀ, ପର୍ଦ୍ଦାଫାସ କଲା ପୋଲିସ

By

Published : Sep 9, 2021, 7:27 AM IST

ଖୋର୍ଦ୍ଧା: ଜାତୀୟ ରାଜପଥରେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ବନ୍ଧୁକ ମୁନରେ ଲୁଟ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଭାରତ ଫାଇନାନ୍ସ କର୍ମଚାରୀ ରଣଜିତ ବେହେରା ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ଘଟଣାର ତଦନ୍ତରୁ ଜଣାପଡିଛି। ରଣଜିତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ଚୋରୀର ଷଡଯନ୍ତ୍ର ରଚିଥିଲେ ନିଜେ ଫାଇନାନ୍ସ କର୍ମଚାରୀ, ପର୍ଦ୍ଦାଫାସ କଲା ପୋଲିସ

ଘଟଣାକ୍ରମରେ, ଗୋଡିପଡା ପଞ୍ଚାୟତ ଲହଗାଂ ଗ୍ରାମରୁ ସ୍ବୟଂ ସହାୟିକା ଗୋଷ୍ଠୀରୁ ଟଙ୍କା ଆଦାୟ କରି ଫେରୁଥିବାବେଳେ 2ଜଣ ଯୁବକ ଏକ ମୋଟର ସାଇକେଲରେ ଆସି ଗାଡି ଅଟକାଇ ଥିଲେ । ପରେ ରଣଜିତ ମୁଣ୍ଡରେ ବନ୍ଧୁକ ଲଗାଇ ଗାଡି ଡିକି ଖୋଲି ଡିକିରେ ଥିବା ୫୪,୦୫୩ଟଙ୍କା ନେଇ ଆଖିପିଛୁଳାକେ ପଳାଇଥିବାର ଜଙ୍କିଆ ଥାନାରେ ଅଭିଯୋଗ ହୋଇଥିଲା ।

ଲୁଟର ଶିକାର ଯୁବକ ରଣଜିତ ବେହେରା ଗତକାଲି ପୋଲିସ ସମ୍ମୁଖରେ ବୟାନ ଦେଇଥିଲେ। ହେଲେ ଫାଇନାନ୍ସ ସଂସ୍ଥାର ମ୍ୟାନେଜର ନିଜେ ରଣଜିତକୁ ଜେରା କରିବା ପରେ ରଣଜିତ ଚୋରି କରିଥିବା ସ୍ବୀକାର କରିଥିଲା। ପରେ ସଂସ୍ଥାର ମ୍ୟାନେଜରଙ୍କ ଏତଲା କ୍ରମେ ଜଙ୍କିଆ ପୋଲିସ ରଣଜିତ ଠାରୁ ଟଙ୍କା ଜବତ କରିବା ସହ ଗିରଫ କରି କୋର୍ଟ ଚାଲାଣ କରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details