ଭୁବନେଶ୍ବର:ଝାରପଡା ଗୁଳିମାଡ଼ ଘଟଣାରେ ୨ ଜଣ ଗିରଫ । ଗୁରୁତର ଅବସ୍ଥାରେ ଶିଖର ଜେନା ଓ ପୁଅ ଆଲୋକ ଜେନା ହସ୍ପିଟାଲ ଲରେ ଭର୍ତ୍ତି ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ପ୍ରଭାତ ମାର୍ଥା ଫେରାର ହୋଇଯାଇଛି । ପ୍ରଭାତର ୨ ବଡିଗାର୍ଡଙ୍କୁ ଗିରଫ କରିବା ସହ ୨ଟି ବନ୍ଧୁକ ଓ ଅଫୁଟା ଗୁଳି ଜବତ କରିଛି ବୋଲି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କହିଛନ୍ତି ଭୁବନେଶ୍ବର ଡିସିପି । ଏହାସହ ତିନୋଟି ଟିମ କରି ଯାଞ୍ଚ କାରାକାଉଥିବା ବେଳେ ଅଧିକ ତଥ୍ୟ ପାଇଁ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି ପୋଲିସ ।
ଡିସିପିଙ୍କ କହିବା ମୁତାବିକ ବୁଧବାର, ରାତି ୧୧ଟାରେ ଝାରପଡାର ଶିଖର ଜେନାଙ୍କ ବଡ଼ପୁଅ ଦୀପକ ଜଗନ୍ନାଥନଗର, ପ୍ରଜାପତି କଲ୍ୟାଣ ମଣ୍ଡପ ସମ୍ମୁଖ ଦେଇ ଆସୁଥିବା ବେଳେ ବିଜେପିର କର୍ପୋରେଟର ପ୍ରାର୍ଥୀ ପ୍ରଭାତ ମାର୍ଥା ତାଙ୍କ ଗାଡି ଅଟକାଇଥିଲେ। ଗଣ୍ଡଗୋଳ ବଢିବାରୁ ଦୀପକ ତାଙ୍କ ବାପା ଓ ଭାଇ ଆଲୋକଙ୍କୁ ଘଟଣାସ୍ଥଳକୁ ଡାକିଥିଲେ। ତେବେ ଏଥିରେ ଉତ୍ତ୍ୟକ୍ତ ହୋଇ ପ୍ରଭାତ ଓ ତାଙ୍କ ଦୁଇ ସହଯୋଗୀ ଅତର୍କିତ ଗୁଳି ଚାଳନା କରିଥିଲେ। ରକ୍ତାକ୍ତ ଅବସ୍ଥାରେ ଶିଖର ଓ ପୁଅ ଆଲୋକଙ୍କୁ ପ୍ରଥମେ କ୍ୟାପିଟାଲ ଓ ପରେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁଖ୍ୟ ଅଭିଯୁକ୍ତ ପ୍ରଭାତ କେଉଁଆଡ଼େ ଫେରାର ହୋଇଯାଇଥିବା ବେଳେ ତାଙ୍କ ବଡ଼ିଗାର୍ଡ ଦିବାକର କଳସ ଓ ରାଜା ସାହୁଙ୍କୁ ଗିରଫ କରିଛି ପୋଲିସ ।
ଏହା ବି ପଢନ୍ତୁ- ୟୁପି-ବିହାର ପରି ଭୁବନେଶ୍ୱରରେ ବନ୍ଧୁକରାଜ: ବିଜେଡି କର୍ପୋରେଟରଙ୍କ ଭାଇ ଓ ପୁତୁରାଙ୍କୁ ଗୁଳିମାଡ଼