ଭୁବନେଶ୍ବର: ନକଲି କାରବାର ଆଉ ଏକ ଖୁଲାସା । ପାନମସଲା ପ୍ରିୟ ଗ୍ରାହକଙ୍କ ପାଇଁ ସତର୍କ ସୂଚନା । ଆପଣଙ୍କ ପାନ ମସଲାରେ ଆସୁଛି ଭେଜାଲ ଜିନିଷ । ଅସଲି ଡବାରେ ରହୁଛି ନକଲି ଦ୍ରବ୍ୟ । ଏନେଇ ସାମ୍ନାକୁ ଆସିଲା ଗୋପାଲ ଜର୍ଦ୍ଦାର ନକଲି ସାମଗ୍ରୀ । କ୍ୟାପିଟାଲ ଥାନା ଅଞ୍ଚଳର ଏକ ନମ୍ବର ମାର୍କେଟରୁ ଜବତ ହେଲା ବିପୁଳ ପରିମାଣର ନକଲି ଜର୍ଦ୍ଦା । ନକଲି ଜର୍ଦ୍ଦା ବିକ୍ରିକୁ ନେଇ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ସେମାନେ ହେଲେ କୃଷ୍ଣ ଚନ୍ଦ୍ର ରାଉଳ ଓ ବାସୁଦେବ ମଣ୍ଡଳ ।
ଏସିପି ମାନସ ଗଡ଼ନାୟକ କହିଛନ୍ତି, ‘‘ପୂଜା ସମୟରେ ମାର୍କେଟର ଡିମାଣ୍ଡ ଦେଖି ବିଭିନ୍ନ ସାମଗ୍ରୀ ବିକ୍ରି ଚାହିଦା ବଢ଼ିଥାଏ । ଏହାର ଫାଇଦା ଉଠାଇବା ପାଇଁ କେତେକ ବ୍ୟବସାୟୀ ନକଲି ଦ୍ରବ୍ୟକୁ ଅସଲି ଆଳରେ ବିକି ହଜାର ହଜାର ଟଙ୍କାର ମୁନାଫା କରନ୍ତି । ଏହି ପୂଜା ବଜାରରେ କେତେକ ଭେଜାଲ କମ୍ପାନୀ ମୁଣ୍ଡଟେକି ଉଠିଥାନ୍ତି । ଅସଲି ସାମଗ୍ରୀର ଅବିକଳ ନକଲ କରି ନକଲି ସାମଗ୍ରୀକୁ ବିକ୍ରି କରିଥାନ୍ତି । ଏପରି ଏକ ନକଲି ସାମଗ୍ରୀ ବିକ୍ରି ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଥିଲା । ଏକ ନିର୍ଦ୍ଦିଷ୍ଟ କମ୍ପାନୀ ନାଁରେ ନକଲି ଜର୍ଦ୍ଦା ବିକ୍ରି କରୁଥିବା ନେଇ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ତଦନ୍ତ ଆରମ୍ଭ ରହିଥିଲା ପୋଲିସ । କୋଟପା ଆଇନ ୨୦୦୩ ଆଧାରରେ ଏହାର ତଦନ୍ତ ବେଳେ କପି ରାଇଟ ଭାଓଲେସନ କରି ଅନ୍ୟ ଏକ କମ୍ପାନୀ ନାଁରେ ଜର୍ଦ୍ଦା କାରବାର କରୁଥିବା ଦୁଇଜଣ ବିକ୍ରେତାକୁ ଧରିଛି ପୋଲିସ ।’’
ଏହା ମଧ୍ୟ ପଢନ୍ତୁ..କଟକରେ ଅନ୍ତବସ୍ତ୍ର ବି ନକଲି ! ନାମିଦାମୀ କମ୍ପାନୀର ଅନ୍ତବସ୍ତ୍ର ଜବତ, ବେପାରୀ ଅଟକ