ଓଡିଶା

odisha

ପୋଲିସ ହାତରେ ଆନ୍ତଃଜିଲ୍ଲା ଡକାୟତି ଗ୍ୟାଙ୍ଗ, ଜଣେ ମହିଳା ସମେତ 3 ଗିରଫ

By

Published : Jun 12, 2020, 6:03 PM IST

Updated : Jun 12, 2020, 7:08 PM IST

ଖୋର୍ଦ୍ଧା ପୋଲିସକୁ ମିଳିଛି ବଡ଼ ସଫଳତା । ଲୁଟପାଟ ଓ ଚୋରି ଘଟଣାରେ ସକ୍ରିୟ ଥିବା ଏକ ଲୁଟେରା ଗ୍ୟାଙ୍ଗ ଦୀର୍ଘଦିନ ଧରି ଖୋର୍ଦ୍ଧା ଓ କଟକ ଅଞ୍ଚଳରେ ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା ।

khurda
ପୋଲିସ ହାତରେ ଧରାପଡିଲେ ଡକାୟତ ଗ୍ୟାଙ୍ଗ

ଖୋର୍ଦ୍ଧା: ପୋଲିସ ହାତରେ ଧରାପଡିଲେ ଆନ୍ତଃଜିଲ୍ଲା ଡକାୟତି ଗ୍ୟାଙ୍ଗ । ବାଘମାରି ଥାନା ଅନ୍ତର୍ଗତ ଭୋଗଡା ଗ୍ରାମରେ ଗତ 25 ତାରିଖରେ ପୂର୍ବତନ ସରପଞ୍ଚ ସୁକାନ୍ତ ଜୟସିଂଙ୍କ ଘରେ ଲୁଟପାଟ ଓ ବୋମାମାଡ଼ ଘଟଣାରେ ଖୋର୍ଦ୍ଧା ପୋଲିସକୁ ମିଳିଛି ବଡ଼ ସଫଳତା । ଖୋର୍ଦ୍ଧା ସମେତ କଟକ ଅଞ୍ଚଳରେ ଏହି ଡକାୟତି ଗ୍ୟାଙ୍ଗ ପୋଲିସର ମୁଣ୍ଡବିନ୍ଧାର କାରଣ ସାଜିଥିଲା।

ପୋଲିସ ହାତରେ ଧରାପଡିଲେ ଡକାୟତ ଗ୍ୟାଙ୍ଗ

ଏହି ଘଟଣାରେ ପୋଲିସ 3 ଟିମ ଗଠନ କରି 12 ଡକାୟତଙ୍କୁ ଚିହ୍ନଟ କରିଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କ ସହ 3 ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ନଗଦ 35 ହଜାର 500ଟଙ୍କା, ବନ୍ଧୁକ, ଛୁରୀ, ଶାବଳ ,ତରଳ ସୁନା ଏବଂ ଏକ ମଟର ସାଇକେଲ ଜବତ କରାଯାଇଥିବା ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଏସପି ସୂଚନା ଦେଇଛନ୍ତି ।

ଡକାୟତି ଗ୍ୟାଙ୍ଗରୁ ବହୁ ମାରଣାସ୍ତ୍ର ଜବତ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Jun 12, 2020, 7:08 PM IST

ABOUT THE AUTHOR

...view details