ଓଡିଶା

odisha

ETV Bharat / state

୨୦୧୬ ବାଲିଅନ୍ତା ନାବାଳିକ ଦୁଷ୍କର୍ମ ମାମଲା, ଦୋଷୀକୁ ଆଜୀବନ କାରାଦଣ୍ଡାଦେଶ - ନାବାଳିକ ଦୁଷ୍କର୍ମ ମାମଲା

୨୦୧୬ ବାଲିଅନ୍ତା ନାବାଳିକା ଦୁଷ୍କର୍ମ ମାମଲା (2016 Balianta Minor girl rape case)। ଆସିଲା କୋର୍ଟଙ୍କ ରାୟ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jan 6, 2023, 3:02 PM IST

Updated : Jan 6, 2023, 6:13 PM IST

ଭୁବନେଶ୍ବର: ୨୦୧୬ ବାଲିଅନ୍ତା ନାବାଳିକା ଦୁଷ୍କର୍ମ ମାମଲା (2016 Balianta Minor girl rape case) । ଏହି ମାମଲାରେ ଦୋଷୀ ଲକ୍ଷ୍ମଣ ବିନ୍ଧାଣିକୁ ଆଜୀବନ କାରାଦଣ୍ଡାଦେଶ (Lifetime Imprisonment) ମିଳିଛି । ଏହି ରାୟ ଶୁଣାଇଲେ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ । ମାମଲାର ମୁଖ୍ୟ ସାକ୍ଷୀ ରହିଥିଲେ ନାବାଳିକାଙ୍କ ବଡ଼ ଭଉଣୀ । ଯାହାଙ୍କ ବୟାନ ଓ ପ୍ରତ୍ୟକ୍ଷ ସାକ୍ଷୀ ସାନ ଭଉଣୀକୁ ନ୍ୟାୟ ଦେବାରେ ସହାୟକ ହୋଇଛି ।

କୋର୍ଟ ପୀଡ଼ିତାଙ୍କ ଭଉଣୀଙ୍କ ସାକ୍ଷୀ ଓ ପୋଲିସର ତଦନ୍ତ ଆଧରରେ ଏନେଇ କଡ଼ା ସଜ୍ଜା ଶୁଣାଇଛନ୍ତି । ଦୋଷୀ ଏଯାବତ ୬ବର୍ଷ ଧରି ଗିରଫ ପରଠୁ ଜେଲରେ ରହିଆସୁଛି । ସୂଚନା ମୁତାବକ ଗତ ୨୦୧୬ ଅଗଷ୍ଟ ୧୩ ତାରିଖ ଦିନ ୩ଟା ବେଳେ ଘଟିଥିଲା ଘଟଣା । ଘର ପାଖ ଇଟାଭାଟିରେ କାମ କରୁଥିବା ଡ୍ରାଇଭର ୫ବର୍ଷର ଝିଅଟିକୁ ଜୋର ଜବରଦସ୍ତ ନିଜ ଘରକୁ ଟେକି ନେଇଥିଲା । ଏହି ସମୟରେ ଦୃଶ୍ୟକୁ ଦେଖିଥିଲା ପୀଡିତାଙ୍କ ବଡ଼ ଭଉଣୀ । ସେତେବେଳେ ତାକୁ ୯ବର୍ଷ ହୋଇଥିଲା । ନିଜ ଘରକୁ ଜୋରଜବରଦସ୍ତ ନେବା ପରେ ୫ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିଲା ଦୋଷୀ ଟ୍ରାକ୍ଟର ଡ୍ରାଇଭର ଲକ୍ଷ୍ମଣ ବିନ୍ଧାଣି ।

ଏହା ବି ପଢନ୍ତୁ- ସମ୍ପତ୍ତି ପାଇଁ ତୁଚ୍ଛ ହେଲା ସମ୍ପର୍କ, ପୁଅର ଜୀବନ ନେଲା ବାପା

ଏନେଇ ତା ପୀଡ଼ିତାଙ୍କ ପିତାମାତା ବାଲିଅନ୍ତା ଥାନାରେ ଅଭିଯୋଗ କରିଥିଲେ । କେସ ନମ୍ବର TR ୨୨୪୮/୧୬ ଆଧାରରେ ପୋଲିସ ପୋକ୍ସୋ ଆକ୍ଟ ୬ ଅନୁଯାୟୀ ୩୭୬,(୨)i ମାମଲା ରୁଜୁ କରି ସେହି ବସ୍ତିରୁ ଅଭିଯୁକ୍ତକୁ ଗିରଫ କରିଥିଲା । ଏହି କେସରେ ୧୦ଜଣ ସାକ୍ଷୀ, ୩୪ ଡକ୍ୟୁମେଣ୍ଟ ପ୍ରମାଣ ଆଧାରରେ କୋର୍ଟ ଦୋଷୀକୁ ଆଜୀବନ ସଜ୍ଜା ଶୁଣାଇଛନ୍ତି । ଏନେଇ ସରକାରୀ ଓକିଲ ରାଜୀବ ସାମଲ ମାମଲାର ପରିଚାଳନା କରି ବଳିଷ୍ଠ ଯୁକ୍ତି ଆଧାରରେ ଦୋଷୀକୁ ଦଣ୍ଡ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 6, 2023, 6:13 PM IST

ABOUT THE AUTHOR

...view details