ଭୁବନେଶ୍ବର: ୨୦୪୭ ସୁଦ୍ଧା ଦେଶରୁ ସିକଲ ସେଲ ରୋଗ ଉନ୍ମୁଳନ ଅଭିଯାନ ଆସନ୍ତାକାଲି ଶୁଭାରମ୍ଭ କରାଯିବ। ଓଡ଼ିଶା ସମେତ ଦେଶର ୧୭ଟି ରାଜ୍ୟର ୨୭୮ ଟି ଜିଲ୍ଲା ସାମିଲ କରାଯାଇଛି। ଏହାର ଲକ୍ଷ୍ୟ ବିଶେଷ ଭାବରେ ଜନଜାତି ବହୁଳ ଜିଲ୍ଲା ଗୁଡ଼ିକରେ ଅଭିଯାନକୁ ବ୍ୟାପକ କରିବା ସହ କାର୍ଯ୍ୟକାରୀ କରିବା ଲାଗି ବିଶେଷ ଭାବରେ ଲକ୍ଷ୍ୟ ରଖାଯାଇଛି।
୨୦୪୭ ସୁଦ୍ଧା ଦେଶରୁ ସିକଲ ସେଲ୍ ରୋଗ ଉନ୍ମୁଳନ ଅଭିଯାନ ଆସନ୍ତାକାଲି ଶୁଭାରମ୍ଭ କରାଯିବ। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଜାତୀୟ ସିକଲ ସେଲ ରୋଗ ଉନ୍ମୁଳନ ଅଭିଯାନର ଶୁଭାରମ୍ଭ କରିବେ। ଓଡ଼ିଶା ସମେତ ଦେଶର ୧୭ଟି ରାଜ୍ୟର ୨୭୮ ଜିଲ୍ଲା କୁ ବିଶେଷ କରି ଧ୍ୟାନ ଦିଆଯାଉଛି। ଜନଜାତି ବହୁଳ ଜିଲ୍ଲାରେ ଅଭିଯାନକୁ ବ୍ୟାପକ ଭାବେ କାର୍ଯ୍ୟକାରୀ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ତେବେ ଓଡ଼ିଶାର ୨୦ଟି ଜିଲ୍ଲାରେ ଜାତୀୟ ସିକଲ୍ ସେଲ୍ ରୋଗ ମିଶନକୁ କାର୍ଯ୍ୟକାରୀ କରିବା ନିମନ୍ତେ ବିସ୍ତୃତ ଯୋଜନା ପ୍ରସ୍ତୁତ ହୋଇଛି। ଏସବୁ ଜିଲ୍ଲା ହେଲା ଅନୁଗୁଳ, ବାଲେଶ୍ବର, ବରଗଡ଼, ବଲାଙ୍ଗିର, ବୌଦ୍ଧ, ଦେବଗଡ଼, ଗଜପତି, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ ଜିଲ୍ଲା ସମେତ ମାଲକାନଗିରି, , ନବରଙ୍ଗପୁର, ନୂଆପଡ଼ା, ମୟୂରଭଞ୍ଜ, ରାୟଗଡ଼ା, ସୋନପୁର ସମ୍ବଲପୁର ଏବଂ ସୁନ୍ଦରଗଡ଼ ଜିଲ୍ଲା କୁ ବିଶେଷ ଭାବରେ ପ୍ରାଧାନ୍ୟ ଦିଆଯିବ।