ଓଡିଶା

odisha

ETV Bharat / state

ନିର୍ବାଚନ ପୂର୍ବରୁ ଓଡ଼ିଶା ଆସିବେ ମୋଦି ! ରାଜ୍ୟ ରାଜନୀତି ସରଗରମ - ମୋଦିଙ୍କ ଗସ୍ତକୁ ନେଇ ରାଜନୀତି ମାହୋଲ

ଆସନ୍ତା ୨୪ ତାରିଖରେ ଓଡ଼ିଶା ଆସିପାରନ୍ତି ମୋଦି । ମୋଦିଙ୍କ ପଶ୍ଚିମ ଓଡିଶା ଗସ୍ତ ରାଜ୍ୟ ରାଜନିତୀକୁ ଅଧିକ ସରଗରମ । ଅଧିକ ପଢନ୍ତୁ

political scene heats up in Odisha
political scene heats up in Odisha

By ETV Bharat Odisha Team

Published : Dec 12, 2023, 9:20 PM IST

ଭୁବନେଶ୍ବର:ଆସନ୍ତା ୨୪ ତାରିଖରେ ସମ୍ବଲପୁର ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ଆଜି (ମଙ୍ଗଳବାର) ରାଜ୍ୟ ବିଜେପି ପକ୍ଷରୁ ସୂଚନା ମିକିଛି । ସମ୍ବଲପୁର ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟର ସ୍ଥାୟୀ କ୍ୟାମ୍ପସର ଶୁଭ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ପରେ ବିଜେପି ଦଳର କାର୍ଯ୍ୟକ୍ରମରେ ଯୋଗ ଦେବାର ସମ୍ଭାବନା ରହିଛି । ଆଗକୁ ନିର୍ବାଚନ ଆସୁଥିବାରୁ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପଶ୍ଚିମ ଓଡିଶା ଗସ୍ତ ରାଜ୍ୟ ରାଜନିତୀକୁ ଅଧିକ ସରଗରମ କରିଛି ।

ବିଶେଷକରି ଭାରତୀୟ ଜନତା ପାର୍ଟି ଶିବିରରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଲାଣି । କର୍ମୀ ଓ ନେତାଙ୍କ ଭିତରେ ନୂତନ ଆଶା ସଂଚାର ହେବାକୁ ଲାଗିଲାଣି । ହେଲେ ଶାସକ ବିଜେଡି ଏବଂ ବିରୋଧୀ କଂଗ୍ରେସ ରାଜନୈତିକ ଦୃଷ୍ଟିକୋଣରୁ ଏହାର କୌଣସି ସୁଫଳ ପଡିବ ନାହିଁ ବୋଲି କହିଛନ୍ତି । ଏନେଇ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ମୋଦିଙ୍କ ଗସ୍ତ ଯୋଗୁଁ ଓଡ଼ିଶାରେ କୌଣସି ସୁଫଳ ପଡିବ ନାହିଁ । ମୋଦି ଆସିଲେ କଂଗ୍ରେସର ଭୋଟ ବୃଦ୍ଧି ପାଇବ । ଦେଶରେ ଯେଉଁଭଳି ଦରଦାମ ବୃଦ୍ଧି, ବେରୋଜଗାରୀ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ଲୋକେ ଅତିଷ୍ଠ ହୋଇ ଅଛନ୍ତି । ତେଣୁ କୌଣସି ଅନୁକୂଳ ପ୍ରଭାବ ପଡିବ ନାହିଁ।"

ଏହା ବି ପଢନ୍ତୁ- ଡିସେମ୍ବର 24ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ଓଡିଶା ଆସିବେ । ଏନେଇ ବିଜେପି ଶିବିରରେ ଖୁସିର ଲହର । ନିଜ ସର୍ବୋଚ୍ଚ ପ୍ରିୟ ନେତାକୁ ଓଡ଼ିଶା ଆସିଲେ, ଜନସାଧାରଣଙ୍କ ଅଧିକ ବିଶ୍ବାସଭାଜନ ହେବ ଦଳ । ତେବେ ବିଜେଡି କିନ୍ତୁ କହିଛି ନବୀନଙ୍କ କ୍ରେଜ ସର୍ବାଗ୍ରେ । ଏ ନେଇ ବିଜେଡି ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି, "କେନ୍ଦ୍ର ସରକାର ବିଭିନ୍ନ ଅନୁଷ୍ଠାନରେ ଯୋଗଦେବା, ଉଦଘାଟନ କରିବା କଥା ସେ କରିବେ । ସେ ପଶ୍ଚିମ ଓଡ଼ିଶା ଯାଆନ୍ତୁ ଉତ୍ତର ଓଡ଼ିଶା ଯାଆନ୍ତୁ ବା ପୂର୍ବାଞ୍ଚଳ ଆସନ୍ତୁ । ଓଡ଼ିଶାରେ ଆଜିର ଦିନରେ ନବୀନ ପଟ୍ଟନାୟକ ନେତୃତ୍ଵରେ ଯେଉଁ ସରକାର ଓଡ଼ିଶାରେ ଚାଲିଛି ସେ ସରକାର ହେଉଛି ସମ ବିକାଶର ସରକାର । ଓଡ଼ିଶା ବିକାଶ ପାଇଁ ବିଭିନ୍ନ ଯୋଜନାମାନ କରାଯାଉଛି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ, ଜନଜାତି ଅଞ୍ଚଳରେ ସ୍ବତନ୍ତ୍ର ଯୋଜନା, ଜଳସେଚନରେ ପର୍ବତ ଗିରିଠୁ ଆରମ୍ଭ କରି ବିଭିନ୍ନ ଯୋଜନା କରାଯାଉଥିବା ବେଳେ ମୋଦି ଆସିବେ ନିଜ ଦଳର ନେତାମାନଙ୍କୁ ଉତ୍ସାହିତ କରିକି ଯିବେ । ଭୋଟରମାନଙ୍କୁ ଉତ୍ସାହିତ କରିବେ କି ନାହିଁ ସେଇଟା ବଡ଼ ପ୍ରଶ୍ନ ।"

ଏବେ ଡିସେମ୍ବର ୨୪ ତାରିଖକୁ ଅପେକ୍ଷା । ଯଦି ପ୍ରଧାନମନ୍ତ୍ରୀ ମୋଦି ଆସିଲେ ତେବେ ଓଡିଶାବାସୀଙ୍କୁ କଣ କହୁଛନ୍ତି ତାହା ଉପରେ ନଜର ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details