ଓଡିଶା

odisha

ETV Bharat / state

ଏୟାରପୋର୍ଟ ଭଳି ଝଲସିବ ଓଡ଼ିଶାର ୨୫ ରେଳ ଷ୍ଟେସନ: ଖର୍ଚ୍ଚ ହେବ ୫୩୧.୮ କୋଟି - ଓଡିଶାର ୨୫ ଷ୍ଟେସନର ପୁନର୍ବିକାଶ

ଏୟାରପୋର୍ଟ ଭଳି ଝଲସିବ ଓଡ଼ିଶାର ୨୫ଟି ରେଳ ଷ୍ଟେସନ । ଏନେଇ ଆଜି ପ୍ରଧାନମନ୍ତ୍ରୀ ମୋଦି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଜାଣନ୍ତୁ କେଉଁ ଷ୍ଟେସନ ପାଇଁ କେତେ କୋଟି ଖର୍ଚ୍ଚ କରାଯିବ । ଅଧିକ ପଢନ୍ତୁ

ଓଡ଼ିଶାର ୨୫ଟି ରେଳ ଷ୍ଟେସନ ପୁନର୍ବିକାଶ ଶିଳାନ୍ୟାସ
ଓଡ଼ିଶାର ୨୫ଟି ରେଳ ଷ୍ଟେସନ ପୁନର୍ବିକାଶ ଶିଳାନ୍ୟାସ

By

Published : Aug 6, 2023, 1:14 PM IST

Updated : Aug 6, 2023, 2:33 PM IST

ଓଡ଼ିଶାର ୨୫ଟି ରେଳ ଷ୍ଟେସନ ପୁନର୍ବିକାଶ ଶିଳାନ୍ୟାସ

ଭୁବନେଶ୍ବର: ଅମୃତ ଭାରତ ଷ୍ଟେସନ ଯୋଜନାରେ ଓଡ଼ିଶାର ୨୫ଟି ରେଳ ଷ୍ଟେସନର ପୁନର୍ବିକାଶ ଲାଗି ପ୍ରଧାନମନ୍ତ୍ରୀ ମୋଦି ଶିଳାନ୍ୟାସ କରିଛନ୍ତି । ଏୟାରପୋର୍ଟ ଭଳି ଝଲସିବ ଏହି ରେଳ ଷ୍ଟେସନ । ଯାତ୍ରୀମାନଙ୍କୁ ଉନ୍ନତମାନର ସୁବିଧା ଯୋଗାଇ ଦିଆଯିବ । ସହରର ସାମଗ୍ରିକ ବିକାଶ ଦୃଷ୍ଟିକୋଣରୁ ଷ୍ଟେସନର ଆଧୁନିକୀକରଣ କରାଯାଉଛି । "ସିଟି ସେଣ୍ଟର” ଭାବେ ଷ୍ଟେସନ ଗୁଡ଼ିକର ବିକାଶ ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯାଇଛି । ଏଥିରେ ସ୍ଥାନୀୟ ଅଞ୍ଚଳର ସଂସ୍କୃତି, ଐତିହ୍ୟ ଏବଂ ସ୍ଥାପତ୍ୟ କୃତି ରହିବ । ଷ୍ଟେସନରେ ଯାତ୍ରୀଙ୍କୁ ବିଶ୍ୱସ୍ତରୀୟ ସୁବିଧା ଯୋଗାଇଦେବା ଉପରେ ଗୁରୁତ୍ୱାରୋପ କରାଯାଉଛି ।

ଦେଶବ୍ୟାପୀ ୧୩୦୯ଟି ଷ୍ଟେସନର ପୁନଃର୍ନିମାଣ ପାଇଁ ଅମୃତ ଭାରତ ଷ୍ଟେସନ ଯୋଜନା ଆରମ୍ଭ କରାଯାଇଛି । ସେଥି ମଧ୍ୟରୁ ଓଡ଼ିଶା ତଥା ପୂର୍ବତଟ ରେଳପଥରେ ରହିଛି ୫୭ଟି ଷ୍ଟେସନ । ତେବେ ପ୍ରଥମ ପର୍ଯ୍ୟାୟରେ ଦେଶରେ ୫୦୮ ଷ୍ଟେସନର ପୁନଃବିକାଶ ପାଇଁ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୨୫ଟି ରେଳ ଷ୍ଟେସନର ପୁନଃ ନିର୍ମାଣ କରାଯିବ । ଏଥିପାଇଁ ୫୩୧.୮ କୋଟି ଟଙ୍କା ଖର୍ଚ୍ଚ କରାଯିବ ।

କେଉଁ ଷ୍ଟେସନ ପାଇଁ କେତେ କୋଟି:

ସାକ୍ଷୀଗୋପାଳ ଷ୍ଟେସନର ରୂପାନ୍ତରଣ ପାଇଁ ଖର୍ଚ୍ଚ ହେବ ୩୪.୫ କୋଟି ଟଙ୍କା । ମଞ୍ଚେଶ୍ୱର ଷ୍ଟେସନ ଖର୍ଚ୍ଚ ହେବ ୨୬.୯ କୋଟି ଟଙ୍କା । ସେହିପରି ଢ଼େଙ୍କାନାଳ ଷ୍ଟେସନ ପାଇଁ ୨୬.୧ କୋଟି, ଛତ୍ରପୁର ଷ୍ଟେସନରେ ୨୫.୬ କୋଟି, ଅନୁଗୋଳ ଷ୍ଟେସନରେ ୩୫.୪ କୋଟି ଟଙ୍କା, ମେରାମଣ୍ଡଳୀ ଷ୍ଟେସନରେ ୨୨ କୋଟି, ବାଲୁଗାଁ ଷ୍ଟେସନରେ ୨୧.୪ କୋଟି, ଲିଙ୍ଗରାଜ ଟେମ୍ପୁଲ ରୋଡ଼ ଷ୍ଟେସନରେ ୧୯.୫ କୋଟି, ତାଳଚେର ରୋଡ଼ ଷ୍ଟେସନରେ ୧୮.୯ କୋଟି, ଖୋର୍ଦ୍ଧା ରୋଡ଼ ଷ୍ଟେସନରେ ୧୮ କୋଟି ଟଙ୍କା, କଣ୍ଟାବାଞ୍ଜି ଷ୍ଟେସନରେ ୨୬.୩ କୋଟି, ବରଗଡ଼ ରୋଡ଼ ଷ୍ଟେସନରେ ୨୧.୯ କୋଟି, ହୀରାକୁଦ ଷ୍ଟେସନରେ ୨୦.୮ କୋଟି ଏବଂ ରେଢାଖୋଲ ଷ୍ଟେସନ ପାଇଁ ୨୦.୮ କୋଟି ଟଙ୍କା ବ୍ୟୟ କରାଯିବ ।

ଏହାମଧ୍ୟ ପଢନ୍ତୁ: Amrit Bharat Station Scheme: ୫୦୮ ଷ୍ଟେସନର ପୁନର୍ବିକାଶ ଶିଳାନ୍ୟାସ କଲେ ମୋଦି

ଏହି କ୍ରମରେ ବରପାଲି ଷ୍ଟେସନରେ ଖର୍ଚ୍ଚ ହେବ ୧୯.୯ କୋଟି ଟଙ୍କା, ମୁନିଗୁଡ଼ା ଷ୍ଟେସନରେ ୨୯ କୋଟି, ବଲାଙ୍ଗୀର ଷ୍ଟେସନରେ ୨୮.୪ କୋଟି, ହରିଶଙ୍କର ରୋଡ଼ ଷ୍ଟେସନରେ ୧୬.୬ କୋଟି ଟଙ୍କା, ବରବାଲି ଷ୍ଟେସନରେ ୧୬ କୋଟି, ଭବାନୀପାଟଣା ଷ୍ଟେସନରେ ୧୫.୯ କୋଟି, ଖରିଆର ରୋଡ଼ ଷ୍ଟେସନରେ ୧୩.୭ କୋଟି, ଦାମନଯୋଡି ଷ୍ଟେସନରେ ୧୩.୯ କୋଟି, ରାଜଗାଙ୍ଗପୁର ଷ୍ଟେସନରେ ୩୦ କୋଟି, ବାରିପଦା ଷ୍ଟେସନରେ ୧୭ କୋଟି ଏବଂ ଜଳେଶ୍ଵର ଷ୍ଟେସନରେ ଖର୍ଚ୍ଚ ହେବ ୨୩ କୋଟି ଟଙ୍କା । ତେବେ ମୋଟ ଆକାରରେ ୫୩୧.୮ କୋଟି ଟଙ୍କା ଖର୍ଚ୍ଚ କରାଯିବ ।


ସେହିପରି ଭାବେ ପୂର୍ବତଟ ରେଳପଥର ପଲାସା ଷ୍ଟେସନକୁ ୨୩.୯ କୋଟି ବିନିମୟରେ ପୁନର୍ବିକାଶ କରାଯିବ । ବିଜୟନଗରମ ଷ୍ଟେସନରେ ପାଇଁ ୩୫.୮ କୋଟି ଏବଂ ଡୁଭାଡ଼ା ଷ୍ଟେସନରେ ପାଇଁ ୨୬.୩ କୋଟି ଟଙ୍କା ଖର୍ଚ୍ଚ ହେବ । ମୋଟ ଆକାରରେ ୮୬ କୋଟି ଟଙ୍କା ଖର୍ଚ୍ଚ ହେବ । ଛତିଶଗଡ଼ରେ ମହାସମୁନ୍ଦ ଷ୍ଟେସନରେ ୧୫.୯ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।

ସହରର ‘ସିଟି ସେଣ୍ଟର’ ଭାବରେ ଷ୍ଟେସନର ବିକାଶ କରାଯିବ । ସହରର ଉଭୟ ପ୍ରାର୍ଶ୍ୱକୁ ଏକୀକରଣ କରାଯିବ । ଷ୍ଟେସନର ବିଲ୍ଡିଂର ଉନ୍ନତି ଏବଂ ପୁନର୍ବିକାଶ କରାଯିବ । ସୁସଜ୍ଜିତ ଆଧୁନିକ ଯାତ୍ରୀ ସୁବିଧାଗୁଡ଼ିକର ବ୍ୟବସ୍ଥା କରାଯିବ । ଭଲ ଭାବରେ ପରିକଳ୍ପିତ ଟ୍ରାଫିକ୍ ସଞ୍ଚାରଣ ଏବଂ ଇଣ୍ଟର-ମୋଡାଲ୍ ଏକୀକରଣ କରାଯିବ । ଯାତ୍ରୀମାନଙ୍କ ମାର୍ଗଦର୍ଶନ ପାଇଁ ୟୁନିଫର୍ମ ଏବଂ ଭଲ ଡିଜାଇନ୍ ସାଇନେଜ୍ କରାଯିବ । ମାଷ୍ଟରପ୍ଲାନରେ ଉପଯୁକ୍ତ ସମ୍ପତ୍ତି ବିକାଶର ବ୍ୟବସ୍ଥା କରାଯିବ । ଏହାସହ ଲ୍ୟାଣ୍ଡସ୍କେପ, ସ୍ଥାନୀୟ କଳା ଏବଂ ସଂସ୍କୃତି ମଧ୍ୟ ସ୍ଥାନ ପାଇବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 6, 2023, 2:33 PM IST

ABOUT THE AUTHOR

...view details